Advertisment

ଶେଷରେ ସ୍ୱୀକାର କଲା ରୁଷ, ୟୁକ୍ରେନ ଯୁଦ୍ଧରେ ଦେଶ ହରାଇଲାଣି ଅନେକ ସୈନ୍ୟ

ମସ୍କୋ: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୬ ସପ୍ତାହରୁ ଅଧିକ ଦିନ ବିତିଗଲାଣି। ରୁଷ ଘନଘନ ଆକ୍ରମଣ କରୁଥିଲେ ମଧ୍ୟ ୟୁକ୍ରେନର କୌଣସି ପ୍ରମୁଖ ସହରକୁ ଦଖଲ କରିପାରି ନାହିଁ। ୟୁକ୍ରେନ ପକ୍ଷରୁ ରୁଷକୁ କଡ଼ା ଜବାବ ମଧ୍ୟ ଦିଆଯାଉଛି। ଏସବୁ ଭିତରେ ୟୁକ୍ରେନ ଭଳି ରୁଷ ମଧ୍ୟ ଯୁଦ୍ଧରେ ଅନେକ କ୍ଷତି ସହିଥିବା ଆଜି ଶେଷରେ ସ୍ୱୀକାର କରିଛି। ୟୁକ୍ରେନ ସହ ଯୁଦ୍ଧରେ ବିପୁଳ ସଂଖ୍ୟାରେ ସୈନ୍ୟଙ୍କୁ ରୁଷ ହରାଇଥିବା ମସ୍କୋ ପକ୍ଷରୁ […]

ଶେଷରେ ସ୍ୱୀକାର କଲା ରୁଷ, ୟୁକ୍ରେନ ଯୁଦ୍ଧରେ ଦେଶ ହରାଇଲାଣି ଅନେକ ସୈନ୍ୟ

Bucha

Advertisment

ମସ୍କୋ: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୬ ସପ୍ତାହରୁ ଅଧିକ ଦିନ ବିତିଗଲାଣି। ରୁଷ ଘନଘନ ଆକ୍ରମଣ କରୁଥିଲେ ମଧ୍ୟ ୟୁକ୍ରେନର କୌଣସି ପ୍ରମୁଖ ସହରକୁ ଦଖଲ କରିପାରି ନାହିଁ। ୟୁକ୍ରେନ ପକ୍ଷରୁ ରୁଷକୁ କଡ଼ା ଜବାବ ମଧ୍ୟ ଦିଆଯାଉଛି। ଏସବୁ ଭିତରେ ୟୁକ୍ରେନ ଭଳି ରୁଷ ମଧ୍ୟ ଯୁଦ୍ଧରେ ଅନେକ କ୍ଷତି ସହିଥିବା ଆଜି ଶେଷରେ ସ୍ୱୀକାର କରିଛି।

Advertisment

ୟୁକ୍ରେନ ସହ ଯୁଦ୍ଧରେ ବିପୁଳ ସଂଖ୍ୟାରେ ସୈନ୍ୟଙ୍କୁ ରୁଷ ହରାଇଥିବା ମସ୍କୋ ପକ୍ଷରୁ କୁହାଯାଇଛି। ତେବେ ପ୍ରକୃତରେ କେତେ ସୈନ୍ୟ ପ୍ରାଣ ହରାଇଛନ୍ତି, ତା’ର ସଂଖ୍ୟା ରୁଷ ଜାରି କରିନାହିଁ।

ପୂର୍ବରୁ ୟୁକ୍ରେନ ସରକାର ଯୁଦ୍ଧରେ ରୁଷ ୨୦ ହଜାରରୁ ଅଧିକ ସୈନ୍ୟ ହରାଇଥିବା ଦାବି କରିଥିଲେ। ହେଲେ ରୁଷ କେବଳ ନୀରବତା ଅବଲମ୍ବନ କରି ଚାଲିଥିଲା। ହେଲେ ଏବେ କ୍ରେମଲିନର ମୁଖପାତ୍ର ଦିମିତ୍ରି ପେସକୋଭ ଯୁଦ୍ଧ ଯୋଗୁ ରୁଷ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା କଥା କହିଛନ୍ତି।

Advertisment

ସେ କହିଛନ୍ତି, ଯୁଦ୍ଧରେ ରୁଷ ବିପୁଳ ସଂଖ୍ୟାରେ ସୈନ୍ୟଙ୍କୁ ହରାଇଛି। ଆକଳନ ଠାରୁ ଅଧିକ ସଂଖ୍ୟକ ଟ୍ରୁପ୍ସଙ୍କ ଜୀବନ ଯାଇଛି। ବିପୁଳ ସଂଖ୍ୟାର ଯବାନ ଆହତ ମଧ୍ୟ ହୋଇଛନ୍ତି। ଏହା ଆମ ମାନଙ୍କ ପାଇଁ ବହୁତ ବଡ଼ ଟ୍ରାଜେଡି ବୋଲି ସେ କହିଛନ୍ତି।

ରୁଷ ୬ ସପ୍ତାହରୁ ଅଧିକ ଦିନ ହେଲା ୟୁକ୍ରେନ ଉପରେ କରୁଥିବା ହମଲା ଯୋଗୁ ୪୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଲକ୍ଷଲକ୍ଷ ଲୋକ ଦେଶ ଛାଡ଼ିଥିବା ବେଳେ ଅନେକ ମୃତାହତ ହୋଇଛନ୍ତି। ଏକଦା ସୁନ୍ଦର ସହରମାନଙ୍କ ମଧ୍ୟରେ ଗଣତି ହେଉଥିବା ୟୁକ୍ରେନର ବିଭିନ୍ନ ସ୍ଥାନରେ ଏବେ କେବଳ ଧ୍ୱଂସସ୍ତୁପ ଦେଖିବାକୁ ମିଳିଛି।

ବଡ଼ବଡ଼ ପ୍ରତିଷ୍ଠାନ ଠାରୁ ଆରମ୍ଭ କରି ଐତହ୍ୟ ସ୍ମାରକୀଗୁଡ଼ିକ ମାଟିରେ ମିଶି ଯାଇଛି। ରାସ୍ତାଘାଟ ଛିନଛତ୍ର ହୋଇଯାଇଛି। ଚାରିଆଡ଼େ ଖାଲି କେବଳ ଭୟର ବାତାବରଣ।

ଏପରି ବର୍ବରତା ଯୋଗୁ ମିଳିତ ଜାତିସଂଘ ମାନବାଧିକାର ପରିଷଦରୁ ରୁଷକୁ ନିଲମ୍ବିତ କରାଯାଇଛି। ୟୁକ୍ରେନରେ ବର୍ତ୍ତମାନ ରୁଷ ମାନବାଧିକାର ଉଲ୍ଲଙ୍ଘନ କରୁଛି। ଏଥିଯୋଗୁ ସେଠାରେ ମାନବୀୟ ସଙ୍କଟ ସୃଷ୍ଟି ହୋଇଥିବା ଜାତିସଂଘ କହିଛି।

ରୁଷ ହମଲା କରୁଥିଲେ ମଧ୍ୟ ଏଯାଏ ଆଶାତୀତ ସଫଳତା ପାଇନାହିଁ। ୟୁକ୍ରେନ ସେନା ରୁଷର କଡ଼ା ମୁକାବିଲା କରୁଥିବାରୁ ମସ୍କୋ ତା’ର ଲକ୍ଷ୍ୟ ସ୍ଥଳରେ ଯେତେ ଶୀଘ୍ର ପହଞ୍ଚିବ ବୋଲି ଆଶା କରିଥିଲା, ତା’ହା ହୋଇପାରିନି।

ଅନ୍ୟପକ୍ଷରେ ଯୁଦ୍ଧଖୋର ଆଭିମୁଖ୍ୟ ଯୋଗୁ ଆମେରିକା ସମେତ ଏକାଧିକ ଦେଶ ରୁଷ ଉପରେ ଆର୍ଥିକ ଓ ବ୍ୟବସାୟିକ କଟକଣା ଲଗାଇଛନ୍ତି। ଫଳରେ ରୁଷ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଛି। ଆମେରିକା ଆଜି ରୁଷ ଠାରୁ ପସନ୍ଦର ବ୍ୟବସାୟିକ ଦେଶର ମାନ୍ୟତା ପ୍ରତ୍ୟାହାର କରିଛି। ଏହା ରୁଷକୁ ଆହୁରି ନିମ୍ନଗାମୀ କରିଛି।

ବ୍ୟବସାୟୀ ସମ୍ପର୍କଚ୍ଛିନ୍ନ ହେଉଥିବାରୁ ରୁଷ ଆର୍ଥିକ ସଙ୍କଟ ମଧ୍ୟରେ ପ୍ରବେଶ କରିଛି। ଦୀର୍ଘ ୩୦ ବର୍ଷ ପରେ ରୁଷରେ ସବୁଠାରୁ ବଡ଼ ଆର୍ଥିକ ସଙ୍କଟର ସ୍ଥିତି ସୃଷ୍ଟି ହୋଇଥିବା ପ୍ରଧାନମନ୍ତ୍ରୀ ମିଖାଇଲ ମିସହୁଷ୍ଟିନ ସ୍ୱୀକାର ମଧ୍ୟ କରିଛନ୍ତି।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe