ପୁଟିନ୍‌ଙ୍କ ନିର୍ଦ୍ଦେଶ ଆଗରୁ ରୁଷ ସେନା ଆକ୍ରମଣ କରିସାରିଥିଲା

ନୂଆଦିଲ୍ଲୀ: ପୁଟିନ୍‌ଙ୍କ ନିର୍ଦ୍ଦେଶ ଆଗରୁ ମାଡ଼ି ଯାଇଥିଲା ସେନା। ୟୁକ୍ରେନ୍ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ନିର୍ଦ୍ଦେଶ ଦେବାର ୩୦ ମିନିଟ୍‌ ଆଗରୁ ରୁଷ ସେନା ଆକ୍ରମଣ କରିସାରିଥିଲା। ଏମିତି ଏକ ଚାଞ୍ଚଲ୍ୟକର ତଥ୍ୟ ଯୁଦ୍ଧର ୩୦ ଦିନ ପରେ ସାମ୍ନାକୁ ଆସିଛି। କ୍ରିମିଆର ଏକ ୱେବ କ୍ୟାମରେ କଏଦ ହୋଇଥିବ ଭିଡିଓ ଫୁଟେଜରୁ ଏହା ଜଣାପଡ଼ିଛି। ଏଥିରେ ଜଣେ ରୁଷ ସୈନ୍ୟ ଆକ୍ରଣ କରୁଥିବା ଦେଖାଯାଉଛି। ଏହି ଖବର ବିଷୟରେ […]

rush

Tapas Behera
  • Published: Thursday, 24 March 2022
  • , Updated: 24 March 2022, 12:23 PM IST

ନୂଆଦିଲ୍ଲୀ: ପୁଟିନ୍‌ଙ୍କ ନିର୍ଦ୍ଦେଶ ଆଗରୁ ମାଡ଼ି ଯାଇଥିଲା ସେନା। ୟୁକ୍ରେନ୍ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ନିର୍ଦ୍ଦେଶ ଦେବାର ୩୦ ମିନିଟ୍‌ ଆଗରୁ ରୁଷ ସେନା ଆକ୍ରମଣ କରିସାରିଥିଲା। ଏମିତି ଏକ ଚାଞ୍ଚଲ୍ୟକର ତଥ୍ୟ ଯୁଦ୍ଧର ୩୦ ଦିନ ପରେ ସାମ୍ନାକୁ ଆସିଛି। କ୍ରିମିଆର ଏକ ୱେବ କ୍ୟାମରେ କଏଦ ହୋଇଥିବ ଭିଡିଓ ଫୁଟେଜରୁ ଏହା ଜଣାପଡ଼ିଛି। ଏଥିରେ ଜଣେ ରୁଷ ସୈନ୍ୟ ଆକ୍ରଣ କରୁଥିବା ଦେଖାଯାଉଛି। ଏହି ଖବର ବିଷୟରେ ବିଏନଓ (BNO) ନ୍ୟୁଜ୍‌ ପକ୍ଷରୁ ଟ୍ୱିଟ୍‌ କରାଯାଇଛି।

ୱେବ କ୍ୟାମରେ  କଏଦ ହୋଇଥିବା ଦୃଷ୍ୟର ସ୍କ୍ରିନ ସର୍ଟକୁ ବିଏନଓ ପକ୍ଷରୁ ସେୟାର କରାଯାଇଛି। ଫେବୃଆରୀ ୨୪ରେ ପୁଟିନ ନିର୍ଦ୍ଦେଶ ଦେବାର ୩୦ ମିନିଟ୍‌ ପର୍ବୂରୁ ରୁଷ ସେନା ୟୁକ୍ରେନ ଉପରେ ଆକ୍ରମଣ କରିଥିଲା।  କ୍ରିମିଆର ବୋର୍ଡ଼ର ଚେକପଏଣ୍ଟରେ ବୁନ୍ଧୁକ ସହ ମୁତୟନ ହୋଇଥିବା ଜଣେ ରୁଷ ସୈନ୍ୟଙ୍କ ଚିତ୍ର ଏହି ୱେବ କ୍ୟାମରେ କଏଦ ହୋଇଛି।

ଫେବୃଆରୀ ୨୪ର ମାସେ ପୂର୍ବରୁ ରୁଷ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ନେଇ ଚର୍ଚ୍ଚା ହୋଇଥିଳା ।ସେଥିପାଇଁ  ୟୁକ୍ରେନ୍‌ ଓ ବେଲାରୁଷ ସୀମାରେ ସେନା ଠୁଳ କରିଥିଲା ରୁଷ । ତେବେ ଯୁଦ୍ଧର ମାସକ ମଧ୍ୟରେ  ରୁଷର ୧୫୦୦୦ ସୈନ୍ୟ ନିହତ ହୋଇଥିବା ନାଟୋ ଆକଳନ କରିଛି।

Related story