ଦାଢ଼ି ନଥିଲେ ଅଫିସରେ ପ୍ରବେଶ ପାଇଁ ମନା

କାବୁଲ: ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ଏବେ ନିଜର ଅସଲ ଚେହେରା ଦେଖାଇବା ଆରମ୍ଭ କରିଛି। ପୂର୍ବରୁ ଲୋକଙ୍କୁ ଦାଢ଼ି ରଖିବା ବାଧ୍ୟତାମୂଳକ ନୁହେଁ ବୋଲି କହିଥିବା ତାଲିବାନ ବର୍ତ୍ତମାନ ନିଷ୍ପତ୍ତି ବଦଳାଇଛି। ଦାଢ଼ି ନ ରଖିଲେ କୌଣସି କର୍ମଚାରୀ ସରକାରୀ ଅଫିସରେ ପ୍ରବେଶ କରିପାରିବେ ନାହିଁ ବୋଲି ଦେଶରେ ତାଲିବାନ ନୂଆ କରି ଗଠନ କରିଥିବା ପୁଣ୍ୟ ପ୍ରୋତ୍ସାହନ-ପାପ ଦୂରୀକରଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଛଛି। ଆଜି ତାଲିବାନ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ଅଧିକାରୀମାନେ […]

Taliban

Hemant Lenka
  • Published: Monday, 28 March 2022
  • , Updated: 28 March 2022, 06:29 PM IST

କାବୁଲ: ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ଏବେ ନିଜର ଅସଲ ଚେହେରା ଦେଖାଇବା ଆରମ୍ଭ କରିଛି। ପୂର୍ବରୁ ଲୋକଙ୍କୁ ଦାଢ଼ି ରଖିବା ବାଧ୍ୟତାମୂଳକ ନୁହେଁ ବୋଲି କହିଥିବା ତାଲିବାନ ବର୍ତ୍ତମାନ ନିଷ୍ପତ୍ତି ବଦଳାଇଛି। ଦାଢ଼ି ନ ରଖିଲେ କୌଣସି କର୍ମଚାରୀ ସରକାରୀ ଅଫିସରେ ପ୍ରବେଶ କରିପାରିବେ ନାହିଁ ବୋଲି ଦେଶରେ ତାଲିବାନ ନୂଆ କରି ଗଠନ କରିଥିବା ପୁଣ୍ୟ ପ୍ରୋତ୍ସାହନ-ପାପ ଦୂରୀକରଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଛଛି।

ଆଜି ତାଲିବାନ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ଅଧିକାରୀମାନେ ବିଭିନ୍ନ ସରକାରର ଅଫିସର ପ୍ରବେଶ ପଥରେ ପ୍ୟାଟ୍ରୋଲିଂ କରିଛନ୍ତି। ସେମାନେ ସରକାରୀ ଅଧିକାରୀମାନେ ଦାଢ଼ି ବଢ଼ାଇଛନ୍ତି କି ନାହିଁ ଓ ଡ୍ରେସ କୋଡ ନିମୟ ମାନୁଛନ୍ତି କି ନାହିଁ, ତା’ର ଯାଞ୍ଚ କରିଛନ୍ତି। ପୁଣ୍ୟ ପ୍ରୋତ୍ସାହନ-ପାପ ଦୂରୀକରଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ କୌଣସି ସରକାରୀ କର୍ମଚାରୀ ଦାଢ଼ି କାଟିପାରିବେ ନାହିଁ। ଏଥିସହ ସେମାନେ ଅଫିସକୁ ଲମ୍ବା ଓ ଢିଲା ଟପ୍‌ ଏବଂ ଟ୍ରାଉଜର ପିନ୍ଧି ଆସିବେ। ସେହିପରି ମୁଣ୍ଡରେ ଟୋପି କିମ୍ବା ପଗଡ଼ି ରହିବ।

ଏହି ନିୟମ ସବୁ ଅଫିସରେ ତାଲିବାନ କଡ଼ାକଡ଼ି ଭାବେ ଲାଗୁ କରିବାକୁ କହିଛି। ଯଦି କେହି ନିୟମ ଉଲ୍ଲଙ୍ଘନ କରନ୍ତି, ତା’ହେଲେ ସେମାନଙ୍କୁ ଚାକିରିରୁ ବିଦା କରାଯିବ ବୋଲି ମଧ୍ୟ ମନ୍ତ୍ରଣାଳୟ ପକ୍ଷରୁ ଚେତାବନୀ ଦିଆଯାଇଛି।

ଅନ୍ୟପକ୍ଷରେ କିଛି ଦିନ ତଳେ ମନ୍ତ୍ରଣାଳୟ ପକ୍ଷରୁ ମହିଳାଙ୍କ ସ୍ୱାଧୀନତା ଉପରେ କଟକଣା ଲାଗୁ କରାଯାଇଥିଲା। ମନ୍ତ୍ରଣାଳୟ ଡ୍ରାଇଭରମାନଙ୍କୁ ନିର୍ଦ୍ଦେଶ ଦେଇ କହିଥିଲା ଯେ ଗାଡ଼ିର ଆଗ ସିଟ୍ରେ ମହିଳାମାନେ ବସି ପାରିବେ ନାହିଁ। ସେହିପରି ଯେଉଁମାନେ ହିଜାବ ପରିଧାନ କରି ନଥିବେ, ସେମାନଙ୍କୁ ମଧ୍ୟ ଗାଡ଼ିରେ ବସିବାକୁ ଅନୁମତି ମିଳିବ ନାହିଁ। ମହିଳାମାନେ ୪୫ ମିନିଟରୁ ଅଧିକ ସମୟ ଏକାକୀ ଯାତ୍ରା କରିପାରିବେ ନାହିଁ ବୋଲି ମନ୍ତ୍ରଣାଳୟ କହିଥିଲା।

ସେହିପରି ମହିଳା କିମ୍ବା ଝିଅମାନେ କୌଣସି ପୁରୁଷଙ୍କ ସହ ପାର୍କକୁ ଯାଇ ପାରିବେ ନାହିଁ ବୋଲି ତାଲିବାନ ସରକାର କହିଛି। ଗୋଟିଏ ଦିନରେ ଉଭୟ ପୁରୁଷ ଓ ମହିଳାମାନେ କାବୁଲରେ ଥିବା ମନୋରଞ୍ଜନ ଭିତ୍ତିକ ପାର୍କରେ ପ୍ରବେଶ କରିପାରିବେ ନାହିଁ। ପାର୍କଟି ୩ ଦିନ ମହିଳାଙ୍କ ପାଇଁ ଓ ୪ ଦିନ ପୁରୁଷଙ୍କ ପାଇଁ ଖୋଲା ରହିବ।

Related story