ହିନ୍ଦୁ ଓ ଶିଖ ଲୋକଙ୍କୁ ଦେଶକୁ ଫେରିବା ପାଇଁ ଅନୁରୋଧ କଲା ତାଲିବାନ

କାବୁଲ: ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ଏବେ ନିଜର ଭାବମୂର୍ତ୍ତି ସୁଧାରିବାକୁ ଚେଷ୍ଟା ଆରମ୍ଭ କରିଛି। ଦେଶ ଛାଡ଼ିଥିବା ଆଫଗାନୀ ହିନ୍ଦୁ ଓ ଶିଖମାନଙ୍କୁ ପୁଣିଥରେ ଦେଶକୁ ଫେରି ଆସିବାକୁ ଅନୁରୋଧ କରିଛି ତାଲିବାନ। ସୁରକ୍ଷା ଭୟରେ ହିନ୍ଦୁ ଓ ଶିଖ ସଂପ୍ରଦାୟର ଲୋକମାନେ ଆଫଗାନ ଛାଡ଼ିଥିଲେ। ହେଲେ ଏବେ ସୁରକ୍ଷା ବ୍ୟବସ୍ଥାରେ ଥିବା ତ୍ରୁଟିକୁ ସୁଧାରି ଦିଆଯାଇଛି। ଦେଶର ସୁରକ୍ଷା ବ୍ୟବସ୍ଥା ବଦଳିଛି। ତେଣୁ ସେମାନେ ନିଜ ଦେଶକୁ ଫେରି ଆସନ୍ତୁ ବୋଲ […]

Taliban

  • Published: Tuesday, 26 July 2022
  • , Updated: 26 July 2022, 09:26 AM IST

କାବୁଲ: ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ଏବେ ନିଜର ଭାବମୂର୍ତ୍ତି ସୁଧାରିବାକୁ ଚେଷ୍ଟା ଆରମ୍ଭ କରିଛି। ଦେଶ ଛାଡ଼ିଥିବା ଆଫଗାନୀ ହିନ୍ଦୁ ଓ ଶିଖମାନଙ୍କୁ ପୁଣିଥରେ ଦେଶକୁ ଫେରି ଆସିବାକୁ ଅନୁରୋଧ କରିଛି ତାଲିବାନ। ସୁରକ୍ଷା ଭୟରେ ହିନ୍ଦୁ ଓ ଶିଖ ସଂପ୍ରଦାୟର ଲୋକମାନେ ଆଫଗାନ ଛାଡ଼ିଥିଲେ। ହେଲେ ଏବେ ସୁରକ୍ଷା ବ୍ୟବସ୍ଥାରେ ଥିବା ତ୍ରୁଟିକୁ ସୁଧାରି ଦିଆଯାଇଛି। ଦେଶର ସୁରକ୍ଷା ବ୍ୟବସ୍ଥା ବଦଳିଛି। ତେଣୁ ସେମାନେ ନିଜ ଦେଶକୁ ଫେରି ଆସନ୍ତୁ ବୋଲ ତାଲିବାନ କହିଛି।

ଜୁଲାଇ ୨୪ରେ ତାଲିବାର ବରିଷ୍ଠ ଅଧିକାରୀ ଡା ମୁଲ୍ଲା ଅବଦୁଲ ୱାସିମ ଆଫଗାନିସ୍ତାନ ହିନ୍ଦୁ ଓ ଶିଖ ପରିଷଦର ଏକାଧିକ ସଦସ୍ୟଙ୍କୁ ଭେଟିଥିଲେ। ଏହି ସମୟରେ ସେ ଆଫଗାନିସ୍ତାନର ସୁରକ୍ଷା ବ୍ୟବସ୍ଥା ସୁଧୁରି ସାରିଥିବା ସେମାନଙ୍କୁ ଜଣାଇଥିଲେ। ଏହାପରେ ହିଁ ତାଲିବାନ ସରକାର ବିଧିବଦ୍ଧ ଭାବେ ଦେଶର ସଂଖ୍ୟାଲଘୁ ହିନ୍ଦୁ ଓ ଶିଖ ଲୋକମାନଙ୍କୁ ଫେରିବା ପାଇଁ କହିଛନ୍ତି।

ୱାସିମଙ୍କ ସହ ବୈଠକ ବେଳେ ଶିଖ ନେତାମାନେ ତାଲିବାନକୁ ସୁରକ୍ଷା ବ୍ୟବସ୍ଥା ସୁଧାରିଥିବାରୁ ଧନ୍ୟବାଦ ଦେଇଥିଲେ। ବିଶେଷ କରି କାବୁଲର ଗୁରଦ୍ୱାର ଉପରେ ଇସଲାମିକ ଷ୍ଟେଟ ଅଫ ଖୋରସନ(ଆଇଏସକେପି) କରିଥିବା ହମଲାର ମୁକାବିଲା କରିବାକୁ ତାଲିବାନ ସକ୍ଷମ ହୋଇଥିବାରୁ ଶିଖ ନେତାମାନେ ୱାସିମ ଓ ସରକାରରେ ଥିବା ଅନ୍ୟ ସଦସ୍ୟମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଜୁନ ୧୮ରେ ଆଇଏସ୍‌କେପି କାବୁଲରେ ଥିବା କରଟେ ପରୱାନ ଗୁରଦ୍ୱାର ଉପରେ ବଡ଼ଧରଣର ହମଲା କରିଥିଲା। ଏହି ଭୟଙ୍କର ହମଲାରେ ଜଣେ ଶିଖଙ୍କ ସମେତ ୨ ଜଣଙ୍କ ଜୀବନ ଯାଇଥିଲା। ଘଟଣା ଦିନ ସକାଳେ ୨୫ରୁ ୩୦ ଜଣ ଲୋକ ପ୍ରାର୍ଥନା ପାଇଁ ଗୁରଦ୍ୱାର ଭିତରେ ଥିବା ବେଳେ ହମଲା ହୋଇଥିଲା। ହମଲା ବେଳେ ୧୦ରୁ ୧୫ ଜଣ ଲୋକ ଖସି ଯିବାକୁ ସକ୍ଷମ ହୋଇଥିଲେ।

କିନ୍ତୁ ଆକ୍ରମଣକାରୀଙ୍କ ଗୁଳି ଓ ବୋମା ମାଡ଼ରୁ ଗୁରଦ୍ୱାରର ସୁରକ୍ଷାକର୍ମୀ ଅହମଦ ବର୍ତ୍ତି ନଥିଲେ। ସେହିପରି ଆଉ ଜଣେ ଶିଖ ବ୍ୟକ୍ତିଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା। ଖବର ପାଇ ତାଲିବାନ ସୁରକ୍ଷାକର୍ମୀମାନେ ଘଟଣା ସ୍ଥଳରେ ପହଞ୍ଚି ଆକ୍ରମଣକାରୀଙ୍କୁ ସେଠାରେ ଘଉଡ଼ାଇବାକୁ ସକ୍ଷମ ହୋଇଥିଲେ। ତାଲିବାନ ସରକାର ଶିଖମାନଙ୍କ ସୁରକ୍ଷାର ପ୍ରତିଶ୍ରୁତି ଦେବା ସହ ବିଭିନ୍ନ ଗୁରଦ୍ୱାରରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲେ।  ଏବେ ତାଲିବାନ ସୁରକ୍ଷା ବ୍ୟବସ୍ଥା ସୁଧୁରି ଯାଇଥିବାରୁ ସମସ୍ତଙ୍କୁ ସ୍ୱଦେଶ ଫେରିବାକୁ କହିଛି।

Related story