ଟିକା ନେଲେ ମିଳୁଛି ଆପଲ କମ୍ପାନୀର ଇୟରଫୋନ୍‌

ୱାଶିଂଟନ: କରୋନା ବିରୋଧରେ ଚାଲିଥିବା ଟିକାକରଣରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରିବା ପାଇଁ ଅଭିନବ ଯୋଜନା କରାଯାଇଛି। ଯେଉଁ ନାବାଳିକା କିମ୍ବା ନାବାଳକ ଟିକାର ପ୍ରଥମ ଡୋଜ୍‌ ନେଉଛନ୍ତି ସେମାନଙ୍କୁ ମାଗଣାରେ ଆପଲ କମ୍ପାନୀର ଅତ୍ୟାଧୁନିକ ଇୟରଫୋନ ବା ଏୟାରପୋଡ୍ସ ଉପହାର ଆକାରରେ ଦିଆଯାଉଛି। ଏହି ଇୟରଫୋନ ପାଇବା ଲୋଭରେ ଏବେ ଅଧିକରୁ ଅଧିକ ଛୋଟ ପିଲା ଟିକାର ଡୋଜ୍‌ ନେବାରେ ଲାଗିଛନ୍ତି। ଆମେରିକାର ୱାଶିଂଟନରେ ହିଁ ଟିକା ପାଇଁ ଏପରି ଦାମୀ ଉପହାରର ବ୍ୟବସ୍ଥା […]

airpods

Hemant Lenka
  • Published: Tuesday, 10 August 2021
  • , Updated: 10 August 2021, 04:34 PM IST

ୱାଶିଂଟନ: କରୋନା ବିରୋଧରେ ଚାଲିଥିବା ଟିକାକରଣରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରିବା ପାଇଁ ଅଭିନବ ଯୋଜନା କରାଯାଇଛି। ଯେଉଁ ନାବାଳିକା କିମ୍ବା ନାବାଳକ ଟିକାର ପ୍ରଥମ ଡୋଜ୍‌ ନେଉଛନ୍ତି ସେମାନଙ୍କୁ ମାଗଣାରେ ଆପଲ କମ୍ପାନୀର ଅତ୍ୟାଧୁନିକ ଇୟରଫୋନ ବା ଏୟାରପୋଡ୍ସ ଉପହାର ଆକାରରେ ଦିଆଯାଉଛି।

ଏହି ଇୟରଫୋନ ପାଇବା ଲୋଭରେ ଏବେ ଅଧିକରୁ ଅଧିକ ଛୋଟ ପିଲା ଟିକାର ଡୋଜ୍‌ ନେବାରେ ଲାଗିଛନ୍ତି। ଆମେରିକାର ୱାଶିଂଟନରେ ହିଁ ଟିକା ପାଇଁ ଏପରି ଦାମୀ ଉପହାରର ବ୍ୟବସ୍ଥା କରାଯାଇଛି। ତେଣୁ ଯେଉଁମାନେ ୱାଶିଂଟନ ଡିସିରେ ଅଛନ୍ତି ଓ ଟିକା ନେଇ ନାହାନ୍ତି, ସେମାନେ ଏବେ ଡୋଜ୍‌ ନେବା କ୍ଷଣି ଉପହାର ପାଇବେ।

ୱାଶିଂଟନର ମେୟର ମୁରିଏଲ ବାଉଜର ଟିକା ପାଇଁ ଉପହାର ଘୋଷଣା କରିଛନ୍ତି। ସେ କହିଛନ୍ତି, ଯଦି ଛୋଟ ପିଲାମାନେ ଟିକାର ପ୍ରଥମ ଡୋଜ୍‌ ନେବେ, ତା’ହେଲେ ସେମାନଙ୍କୁ ଆପଲର ଏୟାରପୋଡ୍ସ ମିଳିବ। ଯଦି ସେମାନେ ଭାଗ୍ୟଶାଳୀ ବିଜେତା ବନିବେ, ତା’ହେଲେ ସେମାନଙ୍କୁ ୨୫ ହଜାରର ଡଲାରର ବୃତ୍ତି କିମ୍ବା ଗୋଟିଏ ଆଇପ୍ୟାଡ ଓ ହେଡଫୋନ୍‌ ମଧ୍ୟ ମିଳିବ। ପ୍ରଥମ ଡୋଜ୍‌ ପାଇଁ ଏହି ସବୁ ବ୍ୟବସ୍ଥା କରାଯାଇଛି।

ଆଜି ଦିନ ୧୦ଟାରୁ ଏହି ନିୟମ ଆରମ୍ଭ ହୋଇଛି। ୱାଶିଂଟନର ୧୨ରୁ ୧୭ ବର୍ଷର ପିଲାମାନଙ୍କ ପାଇଁ ଏହି ନିୟମ ଲାଗୁ ହେବ। ଯଦି ଏହି ପିଲାମାନେ ଛାତ୍ରଛାତ୍ରୀ ହୋଇଥିବେ, ତା’ହେଲେ ସେମାନେ ଏହି ଉପାହାର ପାଇବାକୁ ଯୋଗ୍ୟ ହେବେ। ସେହିପରି ଟିକାକରଣ କେନ୍ଦ୍ରକୁ ସେମାନେ ନିଜ ବାପା ମା’ କିମ୍ବା କୌଣସି ଅଭିଭାବକଙ୍କୁ ସାଙ୍ଗରେ ଧରି ଆସିବାକୁ ବାଧ୍ୟ। ପିଲାମାନେ ସ୍କୁଲରୁ ମିଳିଥିବା ପରିଚୟପତ୍ର ଦେଖାଇ ଉପହାର ପାଇଁ ଦାବି କରିପାରିବେ।

ବର୍ତ୍ତମାନ ଆମେରିକାରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ୁଛି। ଏହାର ମୁକାବିଲା ପାଇଁ ୱାଶିଂଟନ ମେୟର ଟିକାକରଣକୁ ହିଁ ଅମୋଘ ଅସ୍ତ୍ର କରିଛନ୍ତି। ତେଣୁ ସେ ଟିକା ପାଇଁ ଉପହାରର ବ୍ୟବସ୍ଥା କରିଛନ୍ତି।

Related story