୨ ଘଣ୍ଟାରେ ୩ଥର ଥରିଲା ନେପାଳ

କାଠମାଣ୍ଡୁ: ମାତ୍ର ୨ ଘଣ୍ଟା ମଧ୍ୟରେ ୩ଟି ଭୂକମ୍ପ ଝଟକାରେ ଥରିଛି ନେପାଳ। ରାତି ୧.୨୩, ରାତି ୨.୦୩ ଓ ଭୋର ୩.୨୮ରେ ନେପାଳର ବାଗଲୁଙ୍ଗ ଜିଲ୍ଲା ଓ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ଲୋକମାନେ ଶୋଇଥିବା ଅବସ୍ଥାରେ ହିଁ ଭୂକମ୍ପ ଝଟକା ଅନୁଭୂତ ହୋଇଛି। An Earthquake of ml 4.7 occurred around Adhikari Chaur of Baglung District at 01:23 on 2079/09/13 NEMRC/DMG.@NEOCOfficial @NDRRMA_Nepal — […]

earthquack

  • Published: Wednesday, 28 December 2022
  • , Updated: 28 December 2022, 09:32 AM IST

କାଠମାଣ୍ଡୁ: ମାତ୍ର ୨ ଘଣ୍ଟା ମଧ୍ୟରେ ୩ଟି ଭୂକମ୍ପ ଝଟକାରେ ଥରିଛି ନେପାଳ। ରାତି ୧.୨୩, ରାତି ୨.୦୩ ଓ ଭୋର ୩.୨୮ରେ ନେପାଳର ବାଗଲୁଙ୍ଗ ଜିଲ୍ଲା ଓ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ଲୋକମାନେ ଶୋଇଥିବା ଅବସ୍ଥାରେ ହିଁ ଭୂକମ୍ପ ଝଟକା ଅନୁଭୂତ ହୋଇଛି।


ନେପାଳର ଜାତୀୟ ଭୂକମ୍ପ ମନିଟରିଂ ଓ ରିସର୍ଚ୍ଚ ସେଣ୍ଟର କହିଛି ଯେ ବାଗଲୁଙ୍ଗ ଜିଲ୍ଲାର ଅଧିକାରୀ ଚୌରରେ ପ୍ରଥମେ ରାତି ୧.୨୩ରେ ଭୂକମ୍ପ ଝଟକା ଅନୁଭବ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୭ ରେକର୍ଡ କରାଯାଇଛି। ସେହିପରି ଜିଲ୍ଲାର ଖୁଙ୍ଗା ଅଞ୍ଚଳରେ ରାତି ୨.୭ରେ ଆଉ ଏକ ଝଟକା ଅନୁଭୂତ ହୋଇଥିଲା। ଏହାର ତୀବ୍ର ୫.୩ ରହିଥିଲା। ଲଗାତର ଦୁଇଟି ଝଟକାର ପ୍ରାୟ ୧ ଘଣ୍ଟା ପରେ ଅର୍ଥାତ ଭୋର ୩.୨୮ରେ ଅଧିକାରୀ ଚୌର ଅଞ୍ଚଳରେ ପୁଣି ଗୋଟିଏ ଭୂକମ୍ପ ଝଟକା ଲାଗିଥିଲା।


ଏହାର ତୀବ୍ରତା ୪.୦ ରହିଥିଲା। ୩ଟି ଯାକ ଭୂକମ୍ପ ବାଗଲୁଙ୍ଗ ଜିଲ୍ଲାରେ ହୋଇଥିଲେ ମଧ୍ୟ ଏଯାଏ କୌଣସି କ୍ଷୟକ୍ଷତିର ରିପୋର୍ଟ ସାମ୍ନାକୁ ଆସିନାହିଁ। କିନ୍ତୁ ଭୂକମ୍ପ ଝଟକା ପରେ କିଛି ଲୋକ ଭୟରେ ଖୋଲା ସ୍ଥାନକୁ ଚାଲି ଆସିଥିବା ଦେଖିବାକୁ ମିଳିଛି। ଅଧିକାଂଶ ଲୋକ ଶୋଇ ପଡ଼ିଥିବାରୁ ଝଟକାକୁ ଅନୁଭବ ମଧ୍ୟ କରି ପାରି ନାହାନ୍ତି।

Related story