ଯେସାକୁ ତେସା: ଚାଇନାର ୨୬ଟି ବିମାନର ଉଡ଼ାଣ ବାତିଲ କରିବ ଆମେରିକା

ୱାଶିଂଟନ: ଆମେରିକା ଓ ଚାଇନା ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଚାଇନାକୁ ଉଚିତ ଜବାବ ଦେବାକୁ ଆମେରିକା ଯେସାକୁ ତେସା ନୀତି ଆପଣାଇଛି। ମହାମାରୀ କରୋନା ଆଳରେ ଚାଇନା ସରକାର ଆମେରିକାର କିଛି ବିମାନ ଉଡ଼ାଣକୁ ବାତିଲ କରିଥିଲେ। ଏବେ ଆମେରିକା ମଧ୍ୟ କରୋନା ଆଳରେ ଚାଇନାର ୨୬ଟି ବିମାନ ଉଡ଼ାଣ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବାତିଲ ହେବାକୁ ଥିବା ବିମାନଗୁଡ଼ିକ ଆମେରିକାରୁ ଚାଇନା ଯିବାର ଥିଲା। ସେପ୍ଟେମ୍ବର ୫ରୁ ସେପ୍ଟେମ୍ବର ୨୮ ଯାଏ ବାତିଲ […]

China

  • Published: Friday, 26 August 2022
  • , Updated: 26 August 2022, 08:48 AM IST

ୱାଶିଂଟନ: ଆମେରିକା ଓ ଚାଇନା ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଚାଇନାକୁ ଉଚିତ ଜବାବ ଦେବାକୁ ଆମେରିକା ଯେସାକୁ ତେସା ନୀତି ଆପଣାଇଛି। ମହାମାରୀ କରୋନା ଆଳରେ ଚାଇନା ସରକାର ଆମେରିକାର କିଛି ବିମାନ ଉଡ଼ାଣକୁ ବାତିଲ କରିଥିଲେ। ଏବେ ଆମେରିକା ମଧ୍ୟ କରୋନା ଆଳରେ ଚାଇନାର ୨୬ଟି ବିମାନ ଉଡ଼ାଣ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ବାତିଲ ହେବାକୁ ଥିବା ବିମାନଗୁଡ଼ିକ ଆମେରିକାରୁ ଚାଇନା ଯିବାର ଥିଲା। ସେପ୍ଟେମ୍ବର ୫ରୁ ସେପ୍ଟେମ୍ବର ୨୮ ଯାଏ ବାତିଲ ନିୟମ କାର୍ଯ୍ୟକରିବାକୁ ଆମେରିକା ପ୍ରଶାସନ ନିଷ୍ପତ୍ତି ନେଇଛି। ନିଷ୍ପତ୍ତି ଅନୁଯାୟୀ, ଜିଆମେନ, ଏୟାର ଚାଇନା, ଚାଇନା ସାଉର୍ଥନ ଏୟାରଲାଇନ୍ସ ଓ ଚାଇନା ଇଷ୍ଟର୍ଣ୍ଣ ଏୟାରଲାଇନ୍ସର ୨୬ଟି ବିମାନକୁ ବାତିଲ କରାଯିବ।

ନିକଟରେ ଚାଇନା କରୋନା ମାମଲା ପାଇଁ ଆମେରିକା ଏୟାରଲାଇନ୍ସ, ଡେଲ୍ଟା ଏୟାର ଲାଇନ୍ସ ଓ ୟୁନାଇଟେଡ ଏୟାରଲାଇନ୍ସର ୨୬ଟି ବିମାନର ଉଡ଼ାଣ ବାତିଲ କରିଥିଲା। ତେଣୁ ଆମେରିକା ସମାନ ପଦକ୍ଷେପ ଗ୍ରହଣ କରିଛି। ବାତିଲ ହେବାକୁ ଥିବା ବିମାନଗୁଡ଼ିକ ମଧ୍ୟରେ ୧୯ଟି ଲସ୍‌ଆଞ୍ଜେଲ୍ସ ଓ ୭ଟି ନ୍ୟୁୟର୍କରୁ ଉଡ଼ାଣ ଭରିବାର ଥିଲା। ତେବେ ଆମେରିକା ଏପରି ପଦକ୍ଷେପ ସମ୍ପର୍କରେ ୱାଶିଂଟନରେ ଅବସ୍ଥାପିତ ଚାଇନିଜ ଦୂତାବାସ ପକ୍ଷରୁ ଏଯାଏ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।

ଆମେରିକାର ଡିପାର୍ଟମେଣ୍ଟ ଅଫ ଟ୍ରାନ୍ସପ୍ରୋଟେନ ବା ୟୁଏସ୍‌ଡିଓଟି କହିଛି ଯେ ଅଗଷ୍ଟ ୭ରେ ଚାଇନିଜ ଅଧିକାରୀମାନେ ନିଜର ନୀତି ହଠାତ୍‌ ପରିବର୍ତ୍ତନ କରିଥିଲେ। ଯଦି ଚାଇନା ଯାଉଥିବା କୌଣସି ବିମାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମୋଟ ଯାତ୍ରୀଙ୍କ ସଂଖ୍ୟାର ୪%ରେ ପହଞ୍ଚେ, ତା’ହେଲେ ଗୋଟିଏ ବିମାନ ବାତି କରାଯିବ। ସେହିପରି ସଂଖ୍ୟା ସଂଖ୍ୟା ୮%ରେ ପହଞ୍ଚିଥିଲେ ଦୁଇଟି ବିମାନ ବାତିଲ ହେବ ବୋଲି ନିୟମ ପ୍ରଣୟନ କରାଯାଇଛି। ଏହା ବିରୋଧରେ ଆମେରିକା ପ୍ରଶାସନ ବାରମ୍ବାର ଚାଇନା ସରକାରଙ୍କ ଆଗରେ ସ୍ୱର ଉଠାଇଥିଲା। ହେଲେ ସେମାନେ କୌଣସି ପ୍ରକାରର କଥା ଶୁଣି ନଥିଲେ।

Related story