ଧମକ ଦେଲା ଚାଇନା: ବାଚସ୍ପତି ନାନ୍ସି ତାଇୱାନ ଗଲେ ପରିଣାମ ଭୋଗିବ ଆମେରିକା

ବେଜିଂ: ଆମେରିକାକୁ ଖୋଲା ଧମକ ଦେଇଛି ଚାଇନା। ଆମେରିକାର ବାଚସ୍ପତି ନାନ୍ସି ପେଲୋସି ତାଙ୍କର ଏସିଆ ଟ୍ରିପ ବେଳେ ଯଦି ତାଇୱାନ ଗସ୍ତ କରିବେ, ତା’ହେଲେ ଏହାର ଭୟଙ୍କର ପରିଣାମ ୱାଶିଂଟନକୁ ଭୋଗିବାକୁ ପଡ଼ିବ ବୋଲି ଆଜି ଚାଇନା ପକ୍ଷରୁ ଚେତାବନୀ ଦିଆଯାଇଛି। ତାଇୱାନକୁ ଚାଇନା ସବୁବେଳେ ନିଜର କହି ଆସୁଛି। ହେଲେ ଏହାକୁ ସେଠାକାର ଲୋକ ଗ୍ରହଣ କରୁ ନାହାନ୍ତି ଓ ଚାଇନା ବିରୋଧରେ ବିକ୍ଷୋଭ କରୁଛନ୍ତି। ଏହାକୁ ନେଇ ବିବାଦ ଚାଲିଥିବା ବେଳେ ଏବେ […]

Nancy-pelosi

  • Published: Tuesday, 02 August 2022
  • , Updated: 02 August 2022, 03:58 PM IST

ବେଜିଂ: ଆମେରିକାକୁ ଖୋଲା ଧମକ ଦେଇଛି ଚାଇନା। ଆମେରିକାର ବାଚସ୍ପତି ନାନ୍ସି ପେଲୋସି ତାଙ୍କର ଏସିଆ ଟ୍ରିପ ବେଳେ ଯଦି ତାଇୱାନ ଗସ୍ତ କରିବେ, ତା’ହେଲେ ଏହାର ଭୟଙ୍କର ପରିଣାମ ୱାଶିଂଟନକୁ ଭୋଗିବାକୁ ପଡ଼ିବ ବୋଲି ଆଜି ଚାଇନା ପକ୍ଷରୁ ଚେତାବନୀ ଦିଆଯାଇଛି। ତାଇୱାନକୁ ଚାଇନା ସବୁବେଳେ ନିଜର କହି ଆସୁଛି। ହେଲେ ଏହାକୁ ସେଠାକାର ଲୋକ ଗ୍ରହଣ କରୁ ନାହାନ୍ତି ଓ ଚାଇନା ବିରୋଧରେ ବିକ୍ଷୋଭ କରୁଛନ୍ତି। ଏହାକୁ ନେଇ ବିବାଦ ଚାଲିଥିବା ବେଳେ ଏବେ ନାନ୍ସି ତାଙ୍କ ଏସିଆ ଟ୍ରିପ ଆରମ୍ଭ କରିଛନ୍ତି।

ମଙ୍ଗଳବାର ସେ ମାଲେସିୟାରେ ପହଞ୍ଚିଥିବା ବେଳେ ଖୁବଶୀଘ୍ର ତାଇୱାନ ମଧ୍ୟ ଗସ୍ତ କରିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି। ନାନ୍ସି ତାଇୱାନ ଯିବାକୁ ଯୋଜନା କରୁଥିବାରୁ ଚାଇନା ଆଜି ଆମେରିକାକୁ ଚେତାବନୀ ଦେଇଛି।

ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ହୁଆ ଚୁନୟିଙ୍ଗ କହିଛନ୍ତି, “ଚାଇନାର ସାର୍ବଭୌମତ୍ୱ ସୁରକ୍ଷା ସ୍ୱାର୍ଥକୁ ଯଦି ଆମେରିକା ଅଣଦେଖା କରିବ, ତା’ହେଲେ ଏଥିପାଇଁ ଦେଶକୁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ। ଯାହା ବି ଘଟଣା ଘଟିବ, ସେଥିପାଇଁ ଆମେରିକା ହିଁ ଦାୟୀ ରହିବ।” ନାନ୍ସି ତାଇୱାନ ଗସ୍ତ କଲେ ସେଠାରେ ଅଧିକ ଉତ୍ତେଜନା ପ୍ରକାଶ ପାଇବ ଓ ଆମେରିକା ବଳରେ ସେଠାକାର ଲୋକମାନେ ଚାଇନା ବିରୋଧରେ ନିଜର ବିକ୍ଷୋଭକୁ ଆହୁରି ଜୋରଦାର କରିବେ ବୋଲି ବେଜିଂ ଆଶଙ୍କା କରୁଛି। ଏଥିପାଇଁ ନାନ୍ସି ତାଇୱାନ ଗସ୍ତ ନ କରନ୍ତୁ ବୋଲି ଚାଇନା ଚେତାବନୀ ଦେଇଛି।

ଅନ୍ୟପକ୍ଷରେ ପୂର୍ବରୁ ଆମେରିକାର ବିଭିନ୍ନ ଅଧିକାରୀ ତାଇୱାନ ଗସ୍ତ କରିବାର ନଜିର ରହିଛି। ତାଇୱାନ ଗସ୍ତ କରି ଅଧିକାରୀମାନେ ସେମାନଙ୍କ ସହ ରହିଛନ୍ତି ବୋଲି ଜଣାଇବା ଚେଷ୍ଟା କରିଛନ୍ତି। ହେଲେ ନାନ୍ସି ହେଉଛନ୍ତି ଆମେରିକା ସଂସଦର ବାଚସ୍ପତି। ତାଙ୍କ ଭଳି ଜଣେ ହାଇପ୍ରୋଫାଇଲ ନେତା ତାଇୱନ ଗସ୍ତ କଲେ ସ୍ଥିତି ଅଧିକ ବିଗିଡ଼ ବୋଲି ଚାଇନା ଆଶଙ୍କା କରି ବିରୋଧ କରୁଥିବା ବିଶେଷଜ୍ଞମାନେ ମତ ରଖିଛନ୍ତି।

ଏବେ ଚାଇନାର ୱାର୍ଣ୍ଣିଂ ପରେ ନାନ୍ସି ତାଇୱାନ ଗସ୍ତ କରୁଛନ୍ତି କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି। ସେହିପରି ନାନ୍ସିଙ୍କ ଗସ୍ତକୁ ଦେଖି ତାଇୱାନର ପୂର୍ବ ଭାଗରେ ଆମେରିକା ପକ୍ଷରୁ ୪ଟି ଯୁଦ୍ଧ ଜାହାଜ ମୁତୟନ କରାଯାଇଛି। ସ୍ଥିତି ଉପରେ ଆମେରିକା ପ୍ରଶାସନ ପୂରା ନଜର ରଖିଛି।

Related story