ଇସ୍ତଫା ଦେବେ ନା ଶେଷ ଯାଏ ଲଢ଼ିବେ ଇମ୍ରାନ ଖାନ!

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଶାସନ ଗାଦି ଖୁବଶୀଘ୍ର ଚାଲି ଯିବାର ଆଶଙ୍କା ସୃଷ୍ଟି ହୋଇଛି। ଗୋଟିଏ ପଟେ ବିରୋଧୀ ଦଳଗୁଡ଼ିକ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିବା ବେଳେ ଅନ୍ୟପଟେ ଇମ୍ରାନଙ୍କ ସହ ତାଙ୍କ ସହଯୋଗୀମାନେ ସମ୍ପର୍କଚ୍ଛିନ୍ନ କରିବା ଆରମ୍ଭ କରିଛନ୍ତି। ଏହିକ୍ରମରେ ଆଜି ଇମ୍ରାନଙ୍କ ଘନିଷ୍ଠ ତଥା ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଏମକ୍ୟୁଏମ ସରକାରଙ୍କ ହାତ ଛାଡ଼ି ଦେଇଛି। ଏହାପରେ ପାକିସ୍ତାନ ସଂସଦରେ ଇମ୍ରାନଙ୍କ ପିଟିଆଇ ଦଳ ସଂଖ୍ୟା ଗରିଷ୍ଠତା ହରାଇଛି। ଗାଦି ବଞ୍ଚାଇବାକୁ […]

Imran-khan

Hemant Lenka
  • Published: Wednesday, 30 March 2022
  • , Updated: 30 March 2022, 04:54 PM IST

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଶାସନ ଗାଦି ଖୁବଶୀଘ୍ର ଚାଲି ଯିବାର ଆଶଙ୍କା ସୃଷ୍ଟି ହୋଇଛି। ଗୋଟିଏ ପଟେ ବିରୋଧୀ ଦଳଗୁଡ଼ିକ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିବା ବେଳେ ଅନ୍ୟପଟେ ଇମ୍ରାନଙ୍କ ସହ ତାଙ୍କ ସହଯୋଗୀମାନେ ସମ୍ପର୍କଚ୍ଛିନ୍ନ କରିବା ଆରମ୍ଭ କରିଛନ୍ତି।

ଏହିକ୍ରମରେ ଆଜି ଇମ୍ରାନଙ୍କ ଘନିଷ୍ଠ ତଥା ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଏମକ୍ୟୁଏମ ସରକାରଙ୍କ ହାତ ଛାଡ଼ି ଦେଇଛି। ଏହାପରେ ପାକିସ୍ତାନ ସଂସଦରେ ଇମ୍ରାନଙ୍କ ପିଟିଆଇ ଦଳ ସଂଖ୍ୟା ଗରିଷ୍ଠତା ହରାଇଛି। ଗାଦି ବଞ୍ଚାଇବାକୁ ହେଲେ ଇମ୍ରାନଙ୍କୁ ୧୭୨ ଜଣ ସାଂସଦଙ୍କ ସମର୍ଥନ ଦରକାର।

ଏବେ କିନ୍ତୁ ପିଟିଆ ସରକାରଙ୍କ ପାଖରେ କେବଳ ୧୬୪ ଜଣ ସାଂସଦଙ୍କ ସମର୍ଥନ ରହିଛି। ଏପରି ସ୍ଥିତିରେ ଅନାସ୍ଥା ଭୋଟରେ କେମିତି ଇମ୍ରାନ ଖାନ ଆସ୍ଥା ରଖିବେ, ତା’ ଉପରେ ସମସ୍ତଙ୍କ ନଜର।

ସଂସଦରେ ସଂଖ୍ୟାଗରିଷ୍ଠତା ହରାଇଥିବାରୁ ଇମ୍ରାନ ଖାନ ଇସ୍ତଫା ଦେଇ ପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ହେଲେ ତାଙ୍କ ସରକାରରେ ମନ୍ତ୍ରୀ ଥିବା ଫୱାଦ ହୁସେନ ଅଲଗା କଥା କହିଛନ୍ତି। ଶେଷ ବଲ ଯାଏ ଦଳ ଲଢ଼େଇ କରିବ ଓ ଇମ୍ରାନ ଖାନ ଇସ୍ତଫା ଦେବେ ନାହିଁ ବୋଲି ସେ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏମିତି ଜଣେ ଖେଳାଳି ଯିଏ ଶେଷ ବଲ ଯାଏ ଲଢ଼େଇ କରନ୍ତି। ତେଣୁ ସେ କେବେ ହେଲେ ଇସ୍ତଫା ଦେବେ ନାହିଁ।”

ଅନ୍ୟପକ୍ଷରେ ଆଜି ଇମ୍ରାନ ଖାନ ପୂରା ପାକିସ୍ତାନକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ସେ କିଛି ବଡ଼ ଘୋଷଣା କରିପାରନ୍ତି ବୋଲି ମଧ୍ୟ କୁହାଯାଉଛି। ଇମ୍ରାନ ସରକାରଙ୍କ ପୂର୍ବରୁ ଏମକ୍ୟୁଏମ ସମର୍ଥନ କରୁଥିଲେ। ହେଲେ ଅନାସ୍ଥା ପ୍ରସ୍ତାବ ଆସିବା ପରେ ଏମକ୍ୟୁଏମ ବିରୋଧୀ ପିପିପି ସହ ହାତ ମିଳାଇଛି। ଫଳରେ ବିରୋଧୀ ମେଣ୍ଟଙ୍କ ସଂଖ୍ୟା ୧୭୫କୁ ବଢ଼ି ଯାଇଛି। ଏପରି ସ୍ଥିତିରେ ଅନାସ୍ଥା ଭୋଟକୁ ମାତ ଦେବା ଇମ୍ରାନ ଖାନଙ୍କ ସରକାରଙ୍କ ପକ୍ଷରେ ଆଦୌ ସହଜ ହେବନି।

Related story