Advertisment

ପ୍ରଥମେ ଦଳିଦେବି କହିଲେ, ତା’ପରେ ନରମିଲେ ପୁଟିନ

ମସ୍କୋ: ୟୁକ୍ରେନ ଉପରେ ମାସାଧିକ କାଳ ହମଲା କରୁଥିବା ରୁଷ ଏବେ ତା’ର ଆଭିମୁଖ୍ୟ ବଦଳାଇଛନ୍ତି। ଯୁଦ୍ଧରେ ବ୍ରେକ ଲଗାଇବାକୁ ରାଜି ହୋଇଛି ମସ୍କୋ। ରାଜଧାନୀ କିଭ ଓ ଚର୍ନିହବରେ ସକ୍ରିୟ ଭାବେ ସାମରିକ କାର୍ଯ୍ୟକଳାପ ହ୍ରାସ କରିବାକୁ ରୁଷ ରାଜି ହୋଇଥିବା ଖବର ମିଳିଛି। ଯୁଦ୍ଧରେ ବିରାମ ଲଗାଇବା ପାଇଁ ଦୁଇ ଦେଶ ମଧ୍ୟରେ ଇସ୍ତାନବୁଲରେ ଚାଲିଥିବା ଆଲୋଚନାରୁ ଏପରି ଶାନ୍ତି ପ୍ରତିଷ୍ଠା ପାଇଁ ବାଟ ଫିଟିଥିବା କୁହାଯାଉଛି। ରୁଷ ସାମରିକ କାର୍ଯ୍ୟକଳାପ ହ୍ରାସ କରିବା […]

ପ୍ରଥମେ ଦଳିଦେବି କହିଲେ, ତା’ପରେ ନରମିଲେ ପୁଟିନ

russia

Advertisment

ମସ୍କୋ: ୟୁକ୍ରେନ ଉପରେ ମାସାଧିକ କାଳ ହମଲା କରୁଥିବା ରୁଷ ଏବେ ତା’ର ଆଭିମୁଖ୍ୟ ବଦଳାଇଛନ୍ତି। ଯୁଦ୍ଧରେ ବ୍ରେକ ଲଗାଇବାକୁ ରାଜି ହୋଇଛି ମସ୍କୋ। ରାଜଧାନୀ କିଭ ଓ ଚର୍ନିହବରେ ସକ୍ରିୟ ଭାବେ ସାମରିକ କାର୍ଯ୍ୟକଳାପ ହ୍ରାସ କରିବାକୁ ରୁଷ ରାଜି ହୋଇଥିବା ଖବର ମିଳିଛି।

Advertisment

ଯୁଦ୍ଧରେ ବିରାମ ଲଗାଇବା ପାଇଁ ଦୁଇ ଦେଶ ମଧ୍ୟରେ ଇସ୍ତାନବୁଲରେ ଚାଲିଥିବା ଆଲୋଚନାରୁ ଏପରି ଶାନ୍ତି ପ୍ରତିଷ୍ଠା ପାଇଁ ବାଟ ଫିଟିଥିବା କୁହାଯାଉଛି। ରୁଷ ସାମରିକ କାର୍ଯ୍ୟକଳାପ ହ୍ରାସ କରିବା ସହ ୟୁକ୍ରେନ ସହ ଶାନ୍ତି ପ୍ରତିଷ୍ଠା ପାଇଁ ସବୁ ପ୍ରକାରର ଆଲୋଚନା କରିବାକୁ ମଧ୍ୟ ରାଜି ହୋଇଛି।

ତେବେ ଏହି ନିଷ୍ପତ୍ତି ପୂର୍ବରୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନକୁ ଦଳିଦେବେ ବୋଲି କହିଥିଲେ। ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ରୁଷକୁ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତାବ ଦେବା ପରେ ପୁଟିନ ଏପରି ବୟାନ ଦେଇଥିଲେ। ଜେଲେନସ୍କିଙ୍କ ଶାନ୍ତି ପ୍ରସ୍ତାବକୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରତ୍ୟାଖାନ କରିବା ସହ ୟୁକ୍ରେନକୁ ସଂପୂର୍ଣ୍ଣ ଭାବେ ଦଳିଦେବେ କରିବେ ବୋଲି କହିଥିଲେ। ଯୁଦ୍ଧ ସମୟରେ ଶାନ୍ତିଦୂତ ସାଜି ବୁଝାମଣା କାମରେ ଲାଗିଥିବା ରୁଷର ବ୍ୟବସାୟୀ ରୋମାନ ଅବ୍ରାମୋଭିଚଙ୍କୁ ପୁଟିନ ଏପରି କହିଥିଲେ।

Advertisment

ଜେଲେନସ୍କି ଶାନ୍ତି ଆଲୋଚନା ଚାହୁଁଥିବା ଗୋଟିଏ ହାତ ଲେଖା ଚିଠି ରୋମାନଙ୍କୁ ଦେଇଥିଲେ। ଏହାକୁ ରୋମାନ ପରବର୍ତ୍ତୀ ଅବସ୍ଥାରେ ପୁଟିନଙ୍କୁ ପ୍ରଦାନ କରିଥିଲେ। ଏହି ସମୟରେ ପୁଟିନ ବିରକ୍ତ ପ୍ରକାଶ କରିଥିଲେ। ସେ କହିଥିଲେ, “ତୁମେ ତାଙ୍କୁ କହି ଦିଏ, ମୁଁ ସେମାନଙ୍କୁ(ୟୁକ୍ରେନିୟନ) ଦଳିଦେବି।” ତେବେ ଏହି କଥାବାର୍ତ୍ତା ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିପାରି ନାହିଁ। ସେହିପରି ଜେଲେନସ୍କି ଯୁଦ୍ଧ ବନ୍ଦ ପାଇଁ କ’ଣ ସବୁ ସର୍ତ୍ତ ରଖିଥିଲେ, ସେକଥା ମଧ୍ୟ ରୋମାନ ସାର୍ବଜନୀନ କରିନାହାନ୍ତି।

ଏବେ ରୁଷ ଶାନ୍ତି ପ୍ରତିଷ୍ଠା ପାଇଁ ଚାହୁଁଥିବା ମସ୍କୋ ପକ୍ଷରୁ କୁହାଯାଇଛି। ରୁଷର ଡେପୁଟି ପ୍ରତିରକ୍ଷା ଆଲେକଜାଣ୍ଡର ଫୋମିନ କହିଛନ୍ତି, “ୟୁକ୍ରେନ ସବୁବେଳେ ନିରପେକ୍ଷ ଅଞ୍ଚଳ ଭାବେ ରହିବ ଓ ଆଣିବକ ଯୁଦ୍ଧ ରାଷ୍ଟ୍ରରେ ପରିଣତ ହେବନାହିଁ ବୋଲି ଯେଉଁ ଆଲୋଚନା ଚାଲିଥିବା, ତାହା ଏବେ ବାସ୍ତବରୂପ ନେଇଛି। ବୁଝାମଣା ଦ୍ୱାରା ଏହା ଉପରେ ମୋହର ବାଜିଛି। ଏଥିସହ କିଭ୍ ଓ ଚର୍ନିହିବରେ ସାମରିକ କାର୍ଯ୍ୟକଳାପ ହ୍ରାସ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି।”

ଦୁଇ ଦେଶ ମଧ୍ୟରେ ମୁଖ୍ୟ ମଧ୍ୟସ୍ଥି ସାଜିଥିବା ଭ୍ଲାଦିମିର ମେଡନସ୍କି କହିଛନ୍ତି, “ଇସ୍ତାନବୁଲରେ ସକାରାତ୍ମକ ଆଲୋଚନା ହୋଇଛି। ଏହା ପରେ ଯୁଦ୍ଧରେ ବ୍ରେକ ଲଗାଇବାକୁ ଦୁଇ ଦେଶ ରାଜି ହୋଇଛନ୍ତି। ଏବେ ଶାନ୍ତି ଆଲୋଚନା ପାଇଁ ୟୁକ୍ରେନ ଦେଇଥିବା ପ୍ରସ୍ତାବ ଗୁଡ଼ିକ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆଗରେ ଉପସ୍ଥାପନ କରାଯିବ।”

ସୂଚନାଯୋଗ୍ୟ, ଫେବୃଆରୀ ୨୪ରୁ ରୁଷ ସେନା ୟୁକ୍ରେନ ଉପରେ ହମଲା ଜାରି ରଖିଛି। ଏହି ୩୪ ଦିନର ଯୁଦ୍ଧ ମଧ୍ୟରେ ୟୁକ୍ରେନର ଅନେକ ବଡ଼ବଡ଼ ସହର ଧ୍ୱଂସ୍ତୁପରେ ପରିଣତ ହେଲାଣି। ତଥାପି ୟୁକ୍ରେନ ଲଢ଼େଇ ବନ୍ଦ କରନି କିମ୍ବା ହାର ମାନିନାହିଁ।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe