ଜୟପୁର: ରାଜସ୍ଥାନର ସୀକର ଜିଲ୍ଲାର ରାମଲୀଲା ମଇଦାନରେ ଆଜି ବିଶ୍ୱର ସବୁଠାରୁ ବୃହତ ପୁସ୍ତକର ଉନ୍ମୋଚନ କରାଯିବ। ବିଶ୍ୱର ସବୁଠାରୁ ସାନ (୨୪ ଇଞ୍ଚ) ମହିଳା ଜ୍ୟୋତି ଆମଗେ ଏହାର ଉନ୍ମୋଚନ କରିବେ। ଗିନିଜ ବୁକ୍ ଅଫ ୱାର୍ଲଡ୍ ରେକର୍ଡରେ ସବୁଠୁ କମ୍ ଉଚ୍ଚତାର ମହିଳା ମାନ୍ୟତା ପାଇଥିବା ୨୪ ବର୍ଷୀୟ ଆମଗେ ଏହି ବହିଟିକୁ ଲେଖିଛନ୍ତି। ବହିଟିର ଉଚ୍ଚତା ୫୧ ଫୁଟ୍। ଏହାର ନାମ ‘କଡ଼ୱେ ପ୍ରବଚନ’।
ସମାଜକୁ ଭ୍ରୂଣ ହତ୍ୟା ବିରୋଧରେ ବାର୍ତ୍ତା ଦେବା ପାଇଁ ସେ ଏହି ପୁସ୍ତକ ଲେଖିଛନ୍ତି। ସେ କହିଛନ୍ତି କନ୍ୟା ଭ୍ରୂଣ ହତ୍ୟା ସମାଜ ପାଇଁ ଏକ ଅଭିଶାପ।