ବିଶ୍ୱର କ୍ଷୁଦ୍ର ପୁରୁଷ ଚନ୍ଦ୍ର ବାହାଦୂର ଡାଙ୍ଗିଙ୍କ ପରଲୋକ

ନୂଆଦିଲ୍ଲୀ: ‍ବିଶ୍ୱର କ୍ଷୁଦ୍ର ପୁରୁଷ ଭାବେ ପରିଚିତ ଚନ୍ଦ୍ର ବାହାଦୂରଙ୍କର ୭୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଶନିବାର ଆମେରିକାନ୍ ସାମୋଆ ଦୀପରେ ତାଙ୍କର ଦେହାନ୍ତ ହୋଇଛି। ସେ କିଛି ମାସ ହେଲା ରୋଗରେ ଆକ୍ରାନ୍ତ ଥିଲେ। ତେବେ ତାଙ୍କ ରୋଗ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ଏହାକୁ ଗୁପ୍ତ ରଖାଯାଇଛି। ବିଶ୍ୱର କ୍ଷୁଦ୍ର ପୁରୁଷ ଚନ୍ଦ୍ର ବାହାଦୂରଙ୍କ ଉଚ୍ଚତା ଥିଲା ୨୧.୫ଇଞ୍ଚ (୫୪.୬ ସେଣ୍ଟିମିଟର)। ୨୦୧୩ରେ ଗିନିଜ କର୍ମକର୍ତ୍ତା ତାଙ୍କୁ ବିଶ୍ୱର କ୍ଷୁଦ୍ର ପୁରୁଷ […]

chdra bahdur-dangi

Rakesh Mallick
  • Published: Saturday, 05 September 2015
  • , Updated: 04 May 2017, 03:45 PM IST

ନୂଆଦିଲ୍ଲୀ: ‍ବିଶ୍ୱର କ୍ଷୁଦ୍ର ପୁରୁଷ ଭାବେ ପରିଚିତ ଚନ୍ଦ୍ର ବାହାଦୂରଙ୍କର ୭୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଶନିବାର ଆମେରିକାନ୍ ସାମୋଆ ଦୀପରେ ତାଙ୍କର ଦେହାନ୍ତ ହୋଇଛି। ସେ କିଛି ମାସ ହେଲା ରୋଗରେ ଆକ୍ରାନ୍ତ ଥିଲେ। ତେବେ ତାଙ୍କ ରୋଗ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ଏହାକୁ ଗୁପ୍ତ ରଖାଯାଇଛି।

ବିଶ୍ୱର କ୍ଷୁଦ୍ର ପୁରୁଷ ଚନ୍ଦ୍ର ବାହାଦୂରଙ୍କ ଉଚ୍ଚତା ଥିଲା ୨୧.୫ଇଞ୍ଚ (୫୪.୬ ସେଣ୍ଟିମିଟର)। ୨୦୧୩ରେ ଗିନିଜ କର୍ମକର୍ତ୍ତା ତାଙ୍କୁ ବିଶ୍ୱର କ୍ଷୁଦ୍ର ପୁରୁଷ ଭାବେ ଘୋଷଣା କରିଥିଲେ। ସୂଚନାଯୋଗ୍ୟ, କାଠମାଣ୍ଡୁଠାରୁ ୪୦୦କିଲୋମିଟର ଦୂର ଏକ ଛୋଟ ଗାଁରେ ୭୫ ବର୍ଷୀୟ ଚନ୍ଦ୍ର ବାହାଦୂର ଡାଙ୍ଗି ଜନ୍ମ ହୋଇଥିଲେ।

Related story