କର୍ଣ୍ଣାଟକରେ ସସ୍‌ପେନ୍ସ ଜାରି: ୟେଦୁରପ୍ପା କହିଲେ, ଆସନ୍ତାକାଲି ଶପଥ ନେବି

କର୍ଣ୍ଣାଟକ ରାଜନୀତିରେ ଜାରି ରହିଛି ହାଇଡ୍ରାମା। କିଏ ଗଢିବ ସରକାର ସେ ନେଇ ସସ୍ପେନ୍ସ ଲାଗି ରହିଛି।  ତେବେ ସରକାର ଗଠନ ପାଇଁ ଲାଗିପଡିଛନ୍ତି ଜେଡିଏସ୍-କଂଗ୍ରେସ ମେଣ୍ଟ।  ଏହି ମେଣ୍ଟ ନିଜ ପାଖରେ ସଂଖ୍ୟାଗରିଷ୍ଠ ବିଧାୟକଙ୍କ ସମର୍ଥନ ଦାବି କରିଛନ୍ତି। ବିଧାୟକଙ୍କ ସ୍ୱାକ୍ଷର ଥିବା ଦାବିପତ୍ର ନେଇ ସେମାନେ ରାଜଭବନରେ ରାଜ୍ୟପାଲଙ୍କୁ ଭେଟିଛନ୍ତି। ଜେଡିଏସ୍-କଂଗ୍ରେସ ମେଣ୍ଟର ୧୦ ଜଣ ବିଧାୟକ ରାଜ୍ୟପାଳଙ୍କୁ  ଭେଟି ସରକାର ଗଢିବା ପାଇଁ ଦାବି କରିଛନ୍ତି। ସୂଚନା ମିଳିଛି, ଦାବିପତ୍ରରେ କଂଗ୍ରେସର ୩ […]

Karnataka

Rakesh Mallick
  • Published: Wednesday, 16 May 2018
  • , Updated: 16 May 2018, 07:03 PM IST

କର୍ଣ୍ଣାଟକ ରାଜନୀତିରେ ଜାରି ରହିଛି ହାଇଡ୍ରାମା। କିଏ ଗଢିବ ସରକାର ସେ ନେଇ ସସ୍ପେନ୍ସ ଲାଗି ରହିଛି।  ତେବେ ସରକାର ଗଠନ ପାଇଁ ଲାଗିପଡିଛନ୍ତି ଜେଡିଏସ୍-କଂଗ୍ରେସ ମେଣ୍ଟ।  ଏହି ମେଣ୍ଟ ନିଜ ପାଖରେ ସଂଖ୍ୟାଗରିଷ୍ଠ ବିଧାୟକଙ୍କ ସମର୍ଥନ ଦାବି କରିଛନ୍ତି। ବିଧାୟକଙ୍କ ସ୍ୱାକ୍ଷର ଥିବା ଦାବିପତ୍ର ନେଇ ସେମାନେ ରାଜଭବନରେ ରାଜ୍ୟପାଲଙ୍କୁ ଭେଟିଛନ୍ତି। ଜେଡିଏସ୍-କଂଗ୍ରେସ ମେଣ୍ଟର ୧୦ ଜଣ ବିଧାୟକ ରାଜ୍ୟପାଳଙ୍କୁ  ଭେଟି ସରକାର ଗଢିବା ପାଇଁ ଦାବି କରିଛନ୍ତି। ସୂଚନା ମିଳିଛି, ଦାବିପତ୍ରରେ କଂଗ୍ରେସର ୩ ରୁ ୪ ଜଣ ବିଧାୟକଙ୍କ ସ୍ୱାକ୍ଷର ନାହିଁ। ଏପରି ସ୍ଥିତିରେ ଜେଡିଏସ୍-କଂଗ୍ରେସ ମେଣ୍ଟ ଉଭୟ ଦଳ ସମସ୍ତ ବିଧାୟକଙ୍କୁ ପରେଡ କରାଇବା ପାଇଁ ରାଜ୍ୟପାଳଙ୍କଠୁ ଅନୁମତି ମାଗିଛି। ଯଦି ରାଜ୍ୟପାଳ ଜେଡିଏସ୍-କଂଗ୍ରେସ ମେଣ୍ଟକୁ ସରକାର ଗଠନ କରିବା ପାଇଁ ଅନୁମତି ନ ଦିଅନ୍ତି ତେବେ ମେଣ୍ଟ ସୁପ୍ରିମକୋର୍ଟ ଯିବ ବୋଲି କହିଛି।

ଅନ୍ୟପଟେ ସରକାର ଗଠନ ନେଇ ଦୃଢ ଆଶା ରଖିଛି ବିଜେପି।  ଆଜି ବସିଥିବା ବିଜେପିର ବିଧାୟକ ଦଳ ବୈଠକରେ ନେତା ନିର୍ବାଚିତ ହେବା ପରେ ବି.ଏସ୍. ୟେଦୁରପ୍ପା ରାଜ୍ୟପାଳଙ୍କୁ ଭେଟି ସରକାର ଗଢ଼ିବାକୁ ଦାବି କରିଛନ୍ତି। ବିଜେପି ସବୁଠୁ ବଡ଼ ଦଳ ସାବ୍ୟସ୍ତ ହୋଇଥିବାରୁ ତାଙ୍କୁ ସରକାର ଗଠନ ଲାଗି ସୁଯୋଗ ଦିଆଯାଉ ବୋଲି ଦାବି କରଛନ୍ତି ୟେଦୁରପ୍ପା। ରାଜ୍ୟପାଳଙ୍କୁ ଭେଟିବା ପରେ ୟେଦୁରପ୍ପା ଆସନ୍ତା କାଲି ଶପଥ ନେବେ ବୋଲି କହିଛନ୍ତି।

Related story