ୟାକୁବ ମେମନର ଫାଶୀ ଉପରେ ଫଇସଲା ଆଜି

ନୂଆଦିଲ୍ଲୀ: ୧୯୯୩ ମୁମ୍ୱାଇ ବିସ୍ଫୋରଣର ଦୋଷୀ ୟାକୁବ୍ ମେମନକୁ ଫାଶୀ ଦିଆଯିବା ନେଇ ଆଜି ସୁପ୍ରିମକୋର୍ଟରେ ପୁଣି ଶୁଣାଣି ହେବ। ତିନିଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟ ଶୁଣାଇବେ। ଗତକାଲି ମାମଲାର ଶୁଣାଣି ହୋଇଥିଲା। ତେବ ୟାକୁବକୁ ଫାଶୀ ଦିଆଯିବ ନା ନାହିଁ ତାଙ୍କୁ ନେଇ ଦୁଇ ସଦସ୍ୟ ବିଶିଷ୍ଟ ଖଣ୍ଡପୀଠରେ ଭିନ୍ନମତ ଦେଖିବାକୁ ମିଳିଥିଲା। ବିଚାରପତି ଜଷ୍ଟିସ ଏ.ଆର୍.ଦାଭେ ଫାଶୀ ଉପରେ ରୋକ ଲଗାଇବା ପାଇଁ ୟାକୁବର ଆବେଦନକୁ ଖାରଜ୍ କରି ଦେଇଥିଲେ। ଆସନ୍ତା […]

yakub

Rakesh Mallick
  • Published: Wednesday, 29 July 2015
  • , Updated: 29 July 2015, 03:07 AM IST

ନୂଆଦିଲ୍ଲୀ: ୧୯୯୩ ମୁମ୍ୱାଇ ବିସ୍ଫୋରଣର ଦୋଷୀ ୟାକୁବ୍ ମେମନକୁ ଫାଶୀ ଦିଆଯିବା ନେଇ ଆଜି ସୁପ୍ରିମକୋର୍ଟରେ ପୁଣି ଶୁଣାଣି ହେବ। ତିନିଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟ ଶୁଣାଇବେ। ଗତକାଲି ମାମଲାର ଶୁଣାଣି ହୋଇଥିଲା। ତେବ ୟାକୁବକୁ ଫାଶୀ ଦିଆଯିବ ନା ନାହିଁ ତାଙ୍କୁ ନେଇ ଦୁଇ ସଦସ୍ୟ ବିଶିଷ୍ଟ ଖଣ୍ଡପୀଠରେ ଭିନ୍ନମତ ଦେଖିବାକୁ ମିଳିଥିଲା। ବିଚାରପତି ଜଷ୍ଟିସ ଏ.ଆର୍.ଦାଭେ ଫାଶୀ ଉପରେ ରୋକ ଲଗାଇବା ପାଇଁ ୟାକୁବର ଆବେଦନକୁ ଖାରଜ୍ କରି ଦେଇଥିଲେ। ଆସନ୍ତା ୩୦ ତାରିଖ ପୂର୍ବରୁ ୟାକୁବ କ୍ଷମା ଆବେଦନ ଉପରେ ନିଷ୍ପତ୍ତି ନେବାକୁ ସେ ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଜଷ୍ଟିସ୍ କୁରିଏନ୍ ଯୋଶେଫ ଭିନ୍ନ ମତ ଦେଇଥିଲେ। ୟାକୁବର କ୍ୟୁରେଟିଭ୍ ପିଟିସନ ଖାରଜ କରାଗଲା ବେଳେ ଉପଯୁକ୍ତ ପ୍ରୋସିଜିଓର୍ ଅନୁସରଣ କରାଯାଇ ନଥିବା ସେ ଯୁକ୍ତି କରିଥିଲେ। ସେ ଦୃଷ୍ଟିରୁ ଫାଶୀ ଦଣ୍ଡାଦେଶକୁ ସ୍ଥଗିତ ରଖାଯିବା ସପକ୍ଷରେ ସେ ମତ ଦେଇଥିଲେ। ଦୁଇ  ବିଚାରପତିଙ୍କ ମଧ୍ୟରେ ମତଭେଦ ଯୋଗୁ ମାମଲାକୁ ମୁଖ୍ୟ ବିଚାରପତି ଏଚ.ଏଲ ଦତ୍ତୁଙ୍କ ପାଖକୁ ପଠାଯାଇଥିଲା। ଏହା ପରେ ମୁଖ୍ୟ ବିଚାରପତି ଏକ ତିନି ଜଣିଆ ବେଞ୍ଚ ଏହା ଉପରେ ବିଚାର କରିବ ବୋଲି ନିଷ୍ପତ୍ତି ନେଇଥିଲେ। ୟାକୁବକୁ  ଆସନ୍ତା ୩୦ ତାରିଖରେ ନାଗପୁର ସେଣ୍ଟ୍ରାଲ୍ ଜେଲରେ ଫାଶୀ ଦିଆଯିବାକୁ ସ୍ଥିର ହୋଇଛି।

Related story