ବେଙ୍ଗାଲୁରୁ: କିଛି ସମୟ ପରେ କର୍ଣ୍ଣାଟକା ପାଇବ ନୂଆ ମୁଖ୍ୟମନ୍ତ୍ରୀ। ଆଉ ବିଏସ୍ ୟେଦ୍ଦୁରପ୍ପା ଏଥିରେ କେତେ ଯେ ଉତ୍ସାହିତ ଥିବେ ତାହା ସମସ୍ତଙ୍କୁ ଜଣା। ତେବେ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା ୟେଦ୍ଦୁରପ୍ପା ସରକାର ଗଠନ ପାଇଁ ଦାବି କରି ରାଜ୍ୟପାଳ ବାଜୁଭାଇ ବାଲାଙ୍କୁ ଲେଖିଥିବା ଚିଠିରେ ନିଜ ନାଁର ବନାନ ବଦଳାଇଥିବା ଏବେ ଚର୍ଚ୍ଚାରେ। ଏହି ଚିଠିରେ ସେ ତାଙ୍କ ଦଳର ସାମର୍ଥ୍ୟ ବାବଦରେ ଉଲ୍ଲେଖ କରିବା ସହ ଶପଥ ପାଠ ପାଇଁ ଅନୁମତି ମାଗିଛନ୍ତି। କିନ୍ତୁ ଏଥିରେ ଥିବା ସ୍ୱାକ୍ଷର ଏବଂ ଅନ୍ୟ ସ୍ଥାନରେ ତାଙ୍କ ନାମରେ ଡି ବଦଳରେ ଇଂରାଜୀ ଅକ୍ଷର ‘ଆଇ(i) ଯୋଗ କରାଯାଇଛି। ସେ ଲେଖିଛନ୍ତି ଆଜି ୬-୬୧୫ ମଧ୍ୟରେ ସେ ଶପଥ ନେବେ ବୋଲି ଅନୁରୋଧ କରିଥିଲେ ଏବଂ ଏଥିରେ ରାଜ୍ୟପାଳ ରାଜି ହୋଇଯାଇଛନ୍ତି।
ତେବେ ଏହି ନାମ ନୂଆ ନୁହେଁ। ୟେଦ୍ଦୁରପ୍ପା ୧୯୭୫ ମସିହାରେ ପୌର ନିର୍ବାଚନଠାରୁ ୨୦୦୭ରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାଯାଏ ତାଙ୍କ ନାମରେ ଇଂରାଜୀ ଅକ୍ଷର i (ଆଇ) ରହିଥିଲା। କିନ୍ତୁ କିଛି ଜ୍ୟୋତିଷଙ୍କ ପରାମର୍ଶରେ ସେ ମୁଖ୍ୟମନ୍ତ୍ରୀ ହେବାପରେ ନାମ ପରିବର୍ତ୍ତନ କରିଥିଲେ। କିନ୍ତୁ ଜେଡିଏସ୍ ସହିତ ତାଙ୍କ ମେଣ୍ଟ ମାତ୍ର ସପ୍ତାହେ ତିଷ୍ଠି ନଥିଲା। ଏବେ ସେ ତାଙ୍କ ନାଁର ବନାନ ବଦଳାଇଛନ୍ତି। ଅର୍ଥାତ ଇଂରାଜୀ ଅକ୍ଷରରେ ତାଙ୍କ ନାଁ Yeddyurappa ବଦଳରେ Yediyurappa ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।