ହସ୍ପିଟାଲରୁ ଅଫିସ କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା

ବେଙ୍ଗାଲୁରୁ: କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ ୟେଦ୍ୟୁରପ୍ପା। ତେବେ ହସ୍ପିଟାଲରେ ରହି ସେ ତାଙ୍କର ଅଫିସ କାମ କରୁଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ୟେଦ୍ୟୁରପ୍ପାଙ୍କ ଅଫିସ ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ୟେଦ୍ୟୁରପ୍ପା ଅଫିସ କାଗଜପତ୍ର କାମ କରୁଥିବା ଦେଖିବାକୁ ମିଳିଛି। WATCH: Karnataka Chief Minister @BSYBJP works from Manipal hospital where he is currently admitted after being tested positive for […]

yediyurappa

Subhransu Sekhar
  • Published: Wednesday, 05 August 2020
  • , Updated: 05 August 2020, 10:13 PM IST

ବେଙ୍ଗାଲୁରୁ: କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ ୟେଦ୍ୟୁରପ୍ପା। ତେବେ ହସ୍ପିଟାଲରେ ରହି ସେ ତାଙ୍କର ଅଫିସ କାମ କରୁଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ୟେଦ୍ୟୁରପ୍ପାଙ୍କ ଅଫିସ ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ୟେଦ୍ୟୁରପ୍ପା ଅଫିସ କାଗଜପତ୍ର କାମ କରୁଥିବା ଦେଖିବାକୁ ମିଳିଛି।

https://twitter.com/DarshanDevaiahB/status/1290650297174556673

ହସ୍ପିଟାଲ କର୍ତ୍ତୃପକ୍ଷ ମଧ୍ୟ ୟେଦ୍ୟୁରପ୍ପାଙ୍କ ସ୍ୱାସ୍ଥ୍ୟବସ୍ଥା ବାବଦରେ ବିବୃତି ଜାରି କରିଛି। ୟେଦ୍ୟୁରପ୍ପାଙ୍କ ସ୍ୱାସ୍ଥ୍ୟ ଭଲ ରହିଛି। ସେ ସକ୍ରିୟ ରହିଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଏକ ଡାକ୍ତରୀ ଟିମ୍ ନଜର ରଖିଛି ବୋଲି ମଣିପାଲ ହସ୍ପିଟାଲ ସଂଧ୍ୟାରେ କହିଛି। ବିଜେପିର ଏହି ବରିଷ୍ଠ ନେତା ଯଦିଓ ଚିକିତ୍ସାଧୀନ ରହିଛନ୍ତି ହେଲେ ତାଙ୍କ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିବା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଆରୋଗ୍ୟ ହୋଇଛନ୍ତି। ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ରହିଛନ୍ତି।

Related story