ୟେମେନ: ସାଉଦୀ ସେନାର ବିମାନ ଆକ୍ରମଣରେ ୨୧ ବିଦ୍ରୋହୀ ମୃତ

ସାନ୍ନା: ୟେମେନର ରାଜଧାନୀ ସାନ୍ନାର ଏକ ଜନଗହଳୀପୂର୍ଣ୍ଣ ଅଞ୍ଚଳ ଉପରେ ସାଉଦୀ ବାୟୁସେନା ପକ୍ଷରୁ  ଆକ୍ରମଣ କରାଯାଇଛି। ଏଥିରେ ୨୧ଜଣ ହୁତୀ ବିଦ୍ରୋହୀଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ଏହି ଆକ୍ରମଣରେ ଏକାଧିକ ସାଧାରଣ ଲୋକଙ୍କ ମୃତ୍ୟୁ ମୃତ୍ୟୁ ଘଟିଥିଲେ ମଧ୍ୟ ଏ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ୟେମେନ ଗୁଇନ୍ଦା ବିଭାଗ ହୁତୀ ବିଦ୍ରୋହୀମାନେ ସାନ୍ନାର ଏକ ଘରରେ ଲୁଚି ଥିବା ଖବର ପାଇଥିଲା । ପରେ ଉକ୍ତ ଘରୁ ବିଦ୍ରୋହୀଙ୍କୁ ହଟାଇବାକୁ ସାଉଦୀ ବାୟୁସେନାର […]

yemen

Rakesh Mallick
  • Published: Wednesday, 23 September 2015
  • , Updated: 04 May 2017, 03:44 PM IST

ସାନ୍ନା: ୟେମେନର ରାଜଧାନୀ ସାନ୍ନାର ଏକ ଜନଗହଳୀପୂର୍ଣ୍ଣ ଅଞ୍ଚଳ ଉପରେ ସାଉଦୀ ବାୟୁସେନା ପକ୍ଷରୁ  ଆକ୍ରମଣ କରାଯାଇଛି। ଏଥିରେ ୨୧ଜଣ ହୁତୀ ବିଦ୍ରୋହୀଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ଏହି ଆକ୍ରମଣରେ ଏକାଧିକ ସାଧାରଣ ଲୋକଙ୍କ ମୃତ୍ୟୁ ମୃତ୍ୟୁ ଘଟିଥିଲେ ମଧ୍ୟ ଏ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ୟେମେନ ଗୁଇନ୍ଦା ବିଭାଗ ହୁତୀ ବିଦ୍ରୋହୀମାନେ ସାନ୍ନାର ଏକ ଘରରେ ଲୁଚି ଥିବା ଖବର ପାଇଥିଲା । ପରେ ଉକ୍ତ ଘରୁ ବିଦ୍ରୋହୀଙ୍କୁ ହଟାଇବାକୁ ସାଉଦୀ ବାୟୁସେନାର ସହଯୋଗ ଲୋଡିଥିଲା। ଦୁଇ ରାଷ୍ଟ୍ରର ସହଯୋଗରେ ଏହି ଆକ୍ରମଣ ହୋଇଥିଲା। ବିମାନ ଆକ୍ରମଣ ଏତେ ଶକ୍ତିଶାଳୀ ଥିଲା ଯେ, ନିଟକସ୍ଥ ବହୁ କୋଠା ନଷ୍ଟ ହୋଇଯାଇଛି। ବିସ୍ଫୋରଣ ଫଳରେ କୋଠା ଭିତରେ ଥିବା ବହୁ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ବହୁ ଲୋକ ନିଖୋଜ ଅଛନ୍ତି। ଘଟଣାସ୍ଥଳରେ ମେଡିକାଲ ଟିମ ଓ ପ୍ରଶାସନ ଅଧିକାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Related story