ନିରବ ଓ ବିଜୟଙ୍କ ପରେ ଦେଶ ଛାଡ଼ି ଫେରାର୍‌ ହେଲେ ନିତିନ୍‌ ସନ୍ଦେସରା

ନୂଆଦିଲ୍ଲୀ: ବ୍ୟାଙ୍କରୁ କୋଟି କୋଟି ଟଙ୍କା ଠକି ଦେଶ ଛାଡ଼ି ଫେରାର୍ ହୋଇଯାଇଥିବା ବ୍ୟବସାୟୀଙ୍କ ମଧ୍ୟରେ ଆଉ ଜଣଙ୍କ ନାଁ ସାମିଲ ହୋଇଛି। ତାଙ୍କ ନାଁ  ନିତିନ୍‌ ସନ୍ଦେସରା । ସେ ଷ୍ଟର୍ଲିଂଗ ବାୟୋଟିକ୍‌ର ମାଲିକ। ସେ ବ୍ୟାଙ୍କରୁ ୫ ହଜାର କୋଟି ଟଙ୍କା ଠକି ଦେଶ ଛାଡ଼ି ନାଇଜେରିଆ ଚାଲି ଯାଇଥିବା କୁହାଯାଉଛି। ଇଡି ଓ ସିବିଆଇ ପକ୍ଷରୁ କୁହାଯାଇଛି ଯେ ନିତିନ୍‌ ତାଙ୍କ ଭାଇ ଚେତନ ସନ୍ଦେସରା, ଭାଉଜ ଦୀପ୍ତି ବେନ ସନ୍ଦେସରା ଓ […]

Nitin

Jyoshna Pradhan
  • Published: Monday, 24 September 2018
  • , Updated: 24 September 2018, 07:34 AM IST

ନୂଆଦିଲ୍ଲୀ: ବ୍ୟାଙ୍କରୁ କୋଟି କୋଟି ଟଙ୍କା ଠକି ଦେଶ ଛାଡ଼ି ଫେରାର୍ ହୋଇଯାଇଥିବା ବ୍ୟବସାୟୀଙ୍କ ମଧ୍ୟରେ ଆଉ ଜଣଙ୍କ ନାଁ ସାମିଲ ହୋଇଛି। ତାଙ୍କ ନାଁ  ନିତିନ୍‌ ସନ୍ଦେସରା । ସେ ଷ୍ଟର୍ଲିଂଗ ବାୟୋଟିକ୍‌ର ମାଲିକ। ସେ ବ୍ୟାଙ୍କରୁ ୫ ହଜାର କୋଟି ଟଙ୍କା ଠକି ଦେଶ ଛାଡ଼ି ନାଇଜେରିଆ ଚାଲି ଯାଇଥିବା କୁହାଯାଉଛି।

ଇଡି ଓ ସିବିଆଇ ପକ୍ଷରୁ କୁହାଯାଇଛି ଯେ ନିତିନ୍‌ ତାଙ୍କ ଭାଇ ଚେତନ ସନ୍ଦେସରା, ଭାଉଜ ଦୀପ୍ତି ବେନ ସନ୍ଦେସରା ଓ ତାଙ୍କ ପରିବାରର ଅନ୍ୟ ସଦସ୍ୟ ନାଇଜେରିଆକୁ ଫେରାର୍‌ ହୋଇ ଯାଇଛନ୍ତି। ହେଲେ ଏନେଇ ତଦନ୍ତକାରୀ ସଂସ୍ଥା ଆନୁଷ୍ଠାନିକ ଭାବରେ ସୂଚନା ଦେଇ ନାହିଁ।

ତେବେ ତଦନ୍ତକାରୀ ସଂସ୍ଥା ୟୁଏଆଇ ଅଥରିଟିଙ୍କୁ ନିତିନ୍‌ଙ୍କୁ ଗିରଫ କରିବା ପାଇଁ କୁହାଯାଇଛି। ଏହାବ୍ୟତୀତ ନିତିନ୍‌ଙ୍କ ପରିବାର ବିରୋଧରେ ରେଡ୍‌ କର୍ଣ୍ଣର ନୋଟିସ୍‌ ଜାରି ହୋଇପାରେ।

ସୂଚନାଯୋଗ୍ୟ, ନିତିନ୍‌ ସନ୍ଦେସରାଙ୍କ ପୂର୍ବରୁ ହୀରା ବେପାରୀ ନିରବ ମୋଦି, ମେହୁଲ ଚୋକସି ଓ ମଦ ବ୍ୟବସାୟୀ ବିଜୟ ମାଲ୍ୟା ଦେଶ ଛାଡ଼ି ଫେରାର୍‌ ହୋଇଯାଇଛନ୍ତି।

Related story