ହାଇଦ୍ରାବାଦ: ଏଆଇଏମ୍ଆଇଏମ୍ ବିଧାୟକ ଆକବରୁଦ୍ଦିନ୍ ଓୱେସି କିଛି ଦିନ ତଳେ ହିନ୍ଦୁଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବାବେଳେ ବର୍ତ୍ତମାନ କହିଛନ୍ତି ତାହା ଉତ୍ତେଜନା ସୃଷ୍ଟିକାରୀ ନଥିଲା। ସେ ସଫେଇ ଦେଇ କହିଛନ୍ତି, ଏହା ନା କୌଣସି ଅପରାଧିକ ନା ବେଆଇନ କାର୍ଯ୍ୟ ଥିଲା। ଏହା କୌଣସି ଧର୍ମର ଲୋକଙ୍କୁ ଆଘାତ ଦେବା ପାଇଁ ଉଦ୍ଦିଷ୍ଟ ନଥିଲା ବୋଲି ସେ କହିଛନ୍ତି।
ରବିବାର କରିମ୍ନଗରଠାରେ ଓୱେସି କହିଥିଲେ, ଦେଶରେ ମୁସଲିମ୍ଙ୍କ ହତ୍ୟା ପାଇଁ ଆରଏସ୍ଏସ୍ ଦାୟୀ। ସେ ଆହୁରି କହିଥିଲେ ୨୦୧୩ ମସିହାରେ ସେ ଦେଇଥିବା ‘୧୫ ମିନିଟ୍’ ଭାଷଣରୁ ଆରଏସ୍ଏସ୍ ଏଯାଏ ମୁକୁଳିପାରିନାହିଁ। ସୂଚନାଯୋଗ୍ୟ, ଆକବରୁଦ୍ଦିନ୍ ଏହି ବିବାଦୀୟ ଭାଷଣରେ କହିଥିଲେ, ୧୫ ମିନିଟ୍ ପାଇଁ ପୁଲିସ୍ ପ୍ରତ୍ୟାହାର କରିଦେଲେ ଆମେ ୧୦୦ କୋଟି ହିନ୍ଦୁଙ୍କୁ ସଫା କରିଦେବୁ।
ତେବେ ରବିବାର ସେ ଏହାକୁ ଦୋହରାଇବା ପରେ ବିଜେପି ଏବଂ ସିପିଆଇ ପକ୍ଷରୁ ଏହାକୁ କଡ଼ା ବିରୋଧ କରାଯାଇଥିଲା। ବିଜେପି ନେତା କହିଥିଲେ, ଏଭଳି ଉତ୍ତେଜନାସୃଷ୍ଟିକରୀ ଭାଷଣ ଗ୍ରହଣୀୟ ନୁହେଁ। ସେ ଡେପୁଟି ମେୟର ଥିବାବେଳେ ସହର ଅଶାନ୍ତ ହୋଇପଡ଼ିଥିବା କଥା ସମସ୍ତଙ୍କୁ ଜଣା ଅଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଜାତୀୟ ମାନବାଧିକାର କମିଶନର ନୂଆ ଅଧ୍ୟକ୍ଷ ଜଷ୍ଟିସ ଭି.ରାମସୁବ୍ରମଣ୍ୟମ
ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଭି. ରାମସୁବ୍ରମଣ୍ୟମଙ୍କୁ ଜାତୀୟ ମାନବାଧିକାର କମିଶନର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ଜଷ୍ଟିସ ଅରୁଣ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ଚଳିତବର୍ଷ ଜୁନ ୧ରେ ଶେଷ ହୋଇଥିଲା।
National
ହସ୍ପିଟାଲ ବେଡରେ ବିନୋଦ କାମ୍ବଲି
ତାଙ୍କ ସ୍ୱାସ୍ଥାବସ୍ଥା ସ୍ଥିର ରହିଛି। କିନ୍ତୁ ଏବେ ସେ ବିପଦ ମୁକ୍ତ ହୋଇ ନଥିବା ଆଇଏଏନଏସ୍ ପକ୍ଷରୁ ଏକ୍ସରେ ସୂଚନା ଦିଆଯାଇଛି।
Education
ହଟିଲା କଟକଣା: ଏଣିକି ଫେଲ୍ ହେଲେ ଫେଲ୍
୫ମ ଓ ୮ମ ଶ୍ରେଣୀରେ ଫେଲ ହେଉଥିବା ପିଲାମାନଙ୍କୁ ଆଉ ଗୋଟିଏ ସୁଯୋଗ ଦିଆଯିବ। ସେମାନେ ୨ ମାସ ମଧ୍ୟରେ ପୁଣି ପରୀକ୍ଷାର ସୁଯୋଗ ପାଇପାରିବେ।
National
ସ୍କୁଲ ଛାଡ଼ିବାକୁ ଯିବା ବେଳେ ୨ ନାବାଳକ ସାବତ ଭାଇଙ୍କ ତଣ୍ଟି କାଟିଦେଲା
ଅଭିଯୁକ୍ତ ନୀରଜ ଶର୍ମା ତା’ର ଦୁଇ ସାବତ ଭାଇଙ୍କୁ ବାଇକରେ ସ୍କୁଲ ଛାଡ଼ିବାକୁ ନେଇଥିଲା। କିନ୍ତୁ ସ୍କୁଲ ଯିବା ବଦଳରେ ସେ ଉଭୟଙ୍କୁ ଗୋଟିଏ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲା। ସେଠାରେ ସେ ଉଭୟଙ୍କୁ ତଣ୍ଟି କାଟି ହତ୍ୟା କରିଥିଲା।
National
ଶେଖ ହସିନାଙ୍କୁ ଢାକା ପଠାଅ: ଭାରତକୁ ଚିଠି ଲେଖିଲା ବାଂଲାଦେଶ
ଢାକା ଭିତ୍ତିକ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ(ଆଇସିଟି) ମାନବଜାତି ବିରୋଧରେ ଅପରାଧ ଓ ନରସଂହାର ଅଭିଯୋଗରେ ଶେଖ ହସିନା, ତାଙ୍କ ସରକାରରେ ଥିବା ମନ୍ତ୍ରୀ, ପରାମର୍ଶଦାତା, ପୂର୍ବତନ ସାମରିକ ଓ ବେସାମରିକ ଅଧିକାରୀଙ୍କ ବିରୋଧରେ ଗିରଫ ପରୱାନା ଜାଣି କରିଛନ୍ତି।