ପୁଣି ହିନ୍ଦୁ ବିରୋଧୀ ମନ୍ତବ୍ୟ ଦେଇ ବିବାଦରେ ଆକବରୁଦ୍ଦିନ୍‌

ହାଇଦ୍ରାବାଦ: ଏଆଇଏମ୍‌ଆଇଏମ୍‌ ବିଧାୟକ ଆକବରୁଦ୍ଦିନ୍‌ ଓୱେସି କିଛି ଦିନ ତଳେ ହିନ୍ଦୁଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବାବେଳେ ବର୍ତ୍ତମାନ କହିଛନ୍ତି ତାହା ଉତ୍ତେଜନା ସୃଷ୍ଟିକାରୀ ନଥିଲା। ସେ ସଫେଇ ଦେଇ କହିଛନ୍ତି, ଏହା ନା କୌଣସି ଅପରାଧିକ ନା ବେଆଇନ କାର୍ଯ୍ୟ ଥିଲା। ଏହା କୌଣସି ଧର୍ମର ଲୋକଙ୍କୁ ଆଘାତ ଦେବା ପାଇଁ ଉଦ୍ଦିଷ୍ଟ ନଥିଲା ବୋଲି ସେ କହିଛନ୍ତି। ରବିବାର କରିମ୍‌ନଗରଠାରେ ଓୱେସି କହିଥିଲେ, ଦେଶରେ ମୁସଲିମ୍‌ଙ୍କ ହତ୍ୟା ପାଇଁ ଆରଏସ୍‌ଏସ୍‌ ଦାୟୀ। ସେ ଆହୁରି […]

akbaruddin

Subrat Kumar Nayak
  • Published: Friday, 26 July 2019
  • , Updated: 26 July 2019, 08:24 PM IST

ହାଇଦ୍ରାବାଦ: ଏଆଇଏମ୍‌ଆଇଏମ୍‌ ବିଧାୟକ ଆକବରୁଦ୍ଦିନ୍‌ ଓୱେସି କିଛି ଦିନ ତଳେ ହିନ୍ଦୁଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବାବେଳେ ବର୍ତ୍ତମାନ କହିଛନ୍ତି ତାହା ଉତ୍ତେଜନା ସୃଷ୍ଟିକାରୀ ନଥିଲା। ସେ ସଫେଇ ଦେଇ କହିଛନ୍ତି, ଏହା ନା କୌଣସି ଅପରାଧିକ ନା ବେଆଇନ କାର୍ଯ୍ୟ ଥିଲା। ଏହା କୌଣସି ଧର୍ମର ଲୋକଙ୍କୁ ଆଘାତ ଦେବା ପାଇଁ ଉଦ୍ଦିଷ୍ଟ ନଥିଲା ବୋଲି ସେ କହିଛନ୍ତି।

ରବିବାର କରିମ୍‌ନଗରଠାରେ ଓୱେସି କହିଥିଲେ, ଦେଶରେ ମୁସଲିମ୍‌ଙ୍କ ହତ୍ୟା ପାଇଁ ଆରଏସ୍‌ଏସ୍‌ ଦାୟୀ। ସେ ଆହୁରି କହିଥିଲେ ୨୦୧୩ ମସିହାରେ ସେ ଦେଇଥିବା ‘୧୫ ମିନିଟ୍‌’ ଭାଷଣରୁ ଆରଏସ୍‌ଏସ୍‌ ଏଯାଏ ମୁକୁଳିପାରିନାହିଁ। ସୂଚନାଯୋଗ୍ୟ, ଆକବରୁଦ୍ଦିନ୍‌ ଏହି ବିବାଦୀୟ ଭାଷଣରେ କହିଥିଲେ, ୧୫ ମିନିଟ୍‌ ପାଇଁ ପୁଲିସ୍‌ ପ୍ରତ୍ୟାହାର କରିଦେଲେ ଆମେ ୧୦୦ କୋଟି ହିନ୍ଦୁଙ୍କୁ ସଫା କରିଦେବୁ।

ତେବେ ରବିବାର ସେ ଏହାକୁ ଦୋହରାଇବା ପରେ ବିଜେପି ଏବଂ ସିପିଆଇ ପକ୍ଷରୁ ଏହାକୁ କଡ଼ା ବିରୋଧ କରାଯାଇଥିଲା। ବିଜେପି ନେତା କହିଥିଲେ, ଏଭଳି ଉତ୍ତେଜନାସୃଷ୍ଟିକରୀ ଭାଷଣ ଗ୍ରହଣୀୟ ନୁହେଁ। ସେ ଡେପୁଟି ମେୟର ଥିବାବେଳେ ସହର ଅଶାନ୍ତ ହୋଇପଡ଼ିଥିବା କଥା ସମସ୍ତଙ୍କୁ ଜଣା ଅଛି।

Related story