ଆପରୁ ବହିଷ୍କୃତ ଯୋଗେନ୍ଦ୍ର ଯାଦବ କରିବେ ନୂତନ ଦଳ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିରୁ ବହିଷ୍କୃତ ହୋଇଥିବା ଯୋଗେନ୍ଦ୍ର ଯାଦବ ଗଠନ କରିବେ ନୂଆଦଳ। ସେ ନିଜେ ଏ ଘୋଷଣା କରିଛନ୍ତି। ଯୋଗେନ୍ଦ୍ର ଯାଦବ କହିଛନ୍ତି ଯେ ତାଙ୍କର ନୂଆ ଦଳରେ ଆନ୍ତରିକ ଲୋକତନ୍ତ୍ର ଓ ପାରଦର୍ଶିତା ଉପରେ ପର୍ଯ୍ୟବସିତ ହେବ। ଏହା ଦେଶବାସୀଙ୍କ ଆଶା ଓ ଆକାଂକ୍ଷାର ଅନୁରୂପ ହେବ ଏବଂ ସେମାନଙ୍କୁ ଶକ୍ତି ପ୍ରଦାନ କରିବ। ତେବେ ତାଙ୍କ ଦ୍ୱାରା ଗଠିତ ’ସ୍ୱରାଜ ଅଭିଯାନ’ ଯେପରି ନୂଆ ଦଳରେ ବିଲୟ ହେବନାହିଁ। ସେଥିପ୍ରତି ସେ […]

yogendra

Rakesh Mallick
  • Published: Sunday, 07 February 2016
  • , Updated: 07 February 2016, 03:42 PM IST

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିରୁ ବହିଷ୍କୃତ ହୋଇଥିବା ଯୋଗେନ୍ଦ୍ର ଯାଦବ ଗଠନ କରିବେ ନୂଆଦଳ। ସେ ନିଜେ ଏ ଘୋଷଣା କରିଛନ୍ତି। ଯୋଗେନ୍ଦ୍ର ଯାଦବ କହିଛନ୍ତି ଯେ ତାଙ୍କର ନୂଆ ଦଳରେ ଆନ୍ତରିକ ଲୋକତନ୍ତ୍ର ଓ ପାରଦର୍ଶିତା ଉପରେ ପର୍ଯ୍ୟବସିତ ହେବ। ଏହା ଦେଶବାସୀଙ୍କ ଆଶା ଓ ଆକାଂକ୍ଷାର ଅନୁରୂପ ହେବ ଏବଂ ସେମାନଙ୍କୁ ଶକ୍ତି ପ୍ରଦାନ କରିବ। ତେବେ ତାଙ୍କ ଦ୍ୱାରା ଗଠିତ ’ସ୍ୱରାଜ ଅଭିଯାନ’ ଯେପରି ନୂଆ ଦଳରେ ବିଲୟ ହେବନାହିଁ। ସେଥିପ୍ରତି ସେ ଯତ୍ନବାନ ହେବେ। ‘ସ୍ୱରାଜ ଅଭିଯାନ’ପୃଥକ୍ ଭାବେ ତା’ କାର୍ଯ୍ୟ କରିବ।

ଯୋଗେନ୍ଦ୍ର କହିଛନ୍ତି, ଦଳ ଗଠନ କରି ନିର୍ବାଚନରେ ଲଢ଼ିବା ଆମର ଲକ୍ଷ୍ୟ ନୁହେଁ। ଭ୍ରଷ୍ଟାଚାର ବିରୋଧୀ କାର୍ଯ୍ୟକର୍ତ୍ତାକୁ ପୁଣି ଥରେ ଏକଜୁଟ୍ କରାଯିବ। ଏନେଇ ଫେବୃଆରୀ ୨୭/୨୮ରେ ଏକ ସମ୍ମିଳନୀ କରାଯିବ।

Related story