ଯୋଗୀଙ୍କ ଟିପ୍ପଣୀ: ଦୀପିକାଙ୍କୁ ଧମକ୍‌ ଦେଇଥିବା ବ୍ୟକ୍ତି ଯଦି ଦୋଷୀ, ତା ହେଲେ ‘ପଦ୍ମାବତୀ’ ନିର୍ମାତା ଦୋଷୀ ନୁହେଁ କାହିଁକି?  

ନୂଆଦିଲ୍ଲୀ: ଫିଲ୍ମ ‘ପଦ୍ମାବତୀ’କୁ ନେଇ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି। ରିଲିଜ୍ ଡେଟ୍‌ ଘୁଞ୍ଚିବା ପରେ ମଧ୍ୟ ବିବାଦ ଥମିବାର ନାଁ ଧରୁନି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ‘ପଦ୍ମାବତୀ’ ଚଳଚ୍ଚିତ୍ରକୁ ନେଇ ନିଜ ମନ୍ତବ୍ୟ ରଖିଛନ୍ତି । ଦୀପିକା ପାଦୁକନ ଓ  ସଂଜୟ ଲୀଲା ଭଂସାଲିଙ୍କୁ ମିଳିଥିବା ଧମକ ଉପରେ ଟିପ୍ପଣୀ  କହିଛନ୍ତି, ଯଦି ଦୀପିକାଙ୍କ ନାକ କାଟିବା ଓ  ସଞ୍ଜୟ ଲୀଲା ଭଂସାଲିଙ୍କ ମୁଣ୍ଡ  କାଟିବା ପାଇଁ ଧମକ ଦେଇଥିବା ବ୍ୟକ୍ତିଙ୍କ […]

download (1)

Rakesh Mallick
  • Published: Tuesday, 21 November 2017
  • , Updated: 21 November 2017, 07:56 PM IST

ନୂଆଦିଲ୍ଲୀ: ଫିଲ୍ମ ‘ପଦ୍ମାବତୀ’କୁ ନେଇ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି। ରିଲିଜ୍ ଡେଟ୍‌ ଘୁଞ୍ଚିବା ପରେ ମଧ୍ୟ ବିବାଦ ଥମିବାର ନାଁ ଧରୁନି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ‘ପଦ୍ମାବତୀ’ ଚଳଚ୍ଚିତ୍ରକୁ ନେଇ ନିଜ ମନ୍ତବ୍ୟ ରଖିଛନ୍ତି ।

ଦୀପିକା ପାଦୁକନ ଓ  ସଂଜୟ ଲୀଲା ଭଂସାଲିଙ୍କୁ ମିଳିଥିବା ଧମକ ଉପରେ ଟିପ୍ପଣୀ  କହିଛନ୍ତି, ଯଦି ଦୀପିକାଙ୍କ ନାକ କାଟିବା ଓ  ସଞ୍ଜୟ ଲୀଲା ଭଂସାଲିଙ୍କ ମୁଣ୍ଡ  କାଟିବା ପାଇଁ ଧମକ ଦେଇଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର ତ  ଫିଲ୍ମ ନିର୍ମାତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ । କାରଣ  ଲୋକଙ୍କ ଭାବନାକୁ ସେ ଆଘାତ ପହଞ୍ଚାଇଛନ୍ତି।

ସେ ଆହୁରି  କହିଛନ୍ତି- ମୁଁ ମନ୍ତ୍ରାଣାଳୟକୁ ମୋର ମନ୍ତବ୍ୟ ପଠାଇଦେଇଛି। ଲୋକଙ୍କ ଭାବନା ସହ କାହାରି ଖେଳିବାର ହକ୍‌ ନାହିଁ ବୋଲି କହିଛନ୍ତି ଯୋଗୀ।

Related story