ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଦେବ ଯୋଗୀ ସରକାର

ଲକ୍ଷ୍ନୌ: ଲକଡାଉନ୍ ପାଇଁ ଦେଶ ବିଦେଶରୁ ସମସ୍ତ ପ୍ରବାସୀ ଏବେ ଘରକୁ ଫେରୁଛନ୍ତି। ଏବେ ସେମାନେ କେମିତି ରୋଜଗାର କରିବେ ସେ ନେଇ ଯୋଗୀ ସରକାର ତତ୍ପରତା ଦେଖାଇଛନ୍ତି। ପ୍ରବାସୀଙ୍କୁ ରୋଜଗାର ଦେବା ପାଇଁ ଯୋଗୀ ସରକାର ଆଗାମୀ ଦିନରେ ଲେବର ରିଫର୍ମ ଆଇନ୍ ଆଣିବାକୁ ଯାଉଛନ୍ତି। ଶନିବାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟିମ୍-୧୧ ସହିତ ବୈଠକ କରିବା ପରେ ଏଭଳି ନିର୍ଯାସ ବାହାରିଛି। ନିଜ ରାଜ୍ୟକୁ ଫେରିଥିବା ୨୦ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ […]

yogi

Subhransu Sekhar
  • Published: Saturday, 09 May 2020
  • , Updated: 09 May 2020, 05:54 PM IST

ଲକ୍ଷ୍ନୌ: ଲକଡାଉନ୍ ପାଇଁ ଦେଶ ବିଦେଶରୁ ସମସ୍ତ ପ୍ରବାସୀ ଏବେ ଘରକୁ ଫେରୁଛନ୍ତି। ଏବେ ସେମାନେ କେମିତି ରୋଜଗାର କରିବେ ସେ ନେଇ ଯୋଗୀ ସରକାର ତତ୍ପରତା ଦେଖାଇଛନ୍ତି। ପ୍ରବାସୀଙ୍କୁ ରୋଜଗାର ଦେବା ପାଇଁ ଯୋଗୀ ସରକାର ଆଗାମୀ ଦିନରେ ଲେବର ରିଫର୍ମ ଆଇନ୍ ଆଣିବାକୁ ଯାଉଛନ୍ତି। ଶନିବାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟିମ୍-୧୧ ସହିତ ବୈଠକ କରିବା ପରେ ଏଭଳି ନିର୍ଯାସ ବାହାରିଛି। ନିଜ ରାଜ୍ୟକୁ ଫେରିଥିବା ୨୦ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ଅଧିକ କୁଶଳୀ କରିବା ପାଇଁ ସରକାର ରଣନୀତି ମଧ୍ୟ ପ୍ରସ୍ତୁତ କରିଛନ୍ତି।

ଯୋଗୀ କହିଛନ୍ତି, ଏଯାବତ ୮ ଲକ୍ଷ ପ୍ରବାସୀ ଉତ୍ତର ପ୍ରଦେଶରେ ପହଞ୍ଚିଛନ୍ତି। ବିଗତ ଦିନରେ ୮୦ଟି ଟ୍ରେନରେ ଅଧିକାଂଶ ପ୍ରବାସୀ ଫେରିଛନ୍ତି। ପ୍ରତିଦିନ ୩୫-୪୫ ଟ୍ରେନରେ ପ୍ରବାସୀ ଶ୍ରମିକ ପହଞ୍ଚୁଛନ୍ତି।

ଆଉ କ’ଣ କହିଲେ ଯୋଗୀ?

  • ଏକାନ୍ତବାସ ଅବଧି ଶେଷ ହେବା ପରେ ପ୍ରବାସୀଙ୍କ ପାଇଁ ରୋଜଗାର ଓ ଚାକିରୀ ବ୍ୟବସ୍ଥା କରୁଛନ୍ତି।
  • ମନରେଗା, ଇଟା ଭାଟି ସହିତ ଚିନିକଳ ଏମଏସଏମଏଇ ସେକ୍ଟରରେ ରୋଜଗାର ଦେବା ପାଇଁ ପ୍ରୟାସ ଚାଲିଛି।
  • ଏକାନ୍ତବାସ ଅବଧି ଶେଷ ହେବା ପରେ ସଂପୃକ୍ତ ବ୍ୟକ୍ତି ଅସୁସ୍ଥ ଥିଲେ ଚିକିତ୍ସା ଜାରି ରହିବ।
  • ଶ୍ରମ ସଂସ୍କାର ଆଇନ୍ ଆସିବ। ଏହା ଦ୍ୱାରା ଶ୍ରମିକମାନେ ଉପକୃତ ହେବ। ରୋଜଗାରର ବ୍ୟାପକ ସମ୍ଭାବନା ବୃଦ୍ଧି ପାଇବ। ୟୁପିର ଅର୍ଥନୀତି ମଧ୍ୟ ଦ୍ରୁତ ଗତିରେ ଆଗକୁ ବଢ଼ିବ। ପ୍ରତ୍ୟେକ ଶ୍ରମିକଙ୍କୁ ନିଯୁକ୍ତି ସହିତ ସର୍ବନିମ୍ନ ବେତନ ୧୫ ହଜାର ଟଙ୍କା, ତାଙ୍କ ଚାକିରୀର ଗ୍ୟାରେଣ୍ଟି ଓ ସୁରକ୍ଷା ମଧ୍ୟ ଦିଆଯିବ। ମହିଳା ଶ୍ରମିକଙ୍କ ଚାକିରୀ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ରହିବ।
  • ରେଡିମେଣ୍ଟ ଗାର୍ମେଣ୍ଟ ସହିତ ଅଗରବତୀ, କୃଷି ଉତ୍ପାଦ, ଫୁଡ ପ୍ୟାକେଜିଂ ଏବଂ ଗୋପାଳନ, ଫୁସ ଚାଷ ଆଦି ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି।

Related story