ଆସିଲା YouTube Go : ବିନା ଡାଟାରେ ଦେଖିହେବ ଭିଡିଓ

ନୂଆଦିଲ୍ଲୀ: ଆଜିକାଲି ସୋଓଆଲ ମିଡିଆର ଜମାନା। ସମସ୍ତେ କିଛି ନା କିଛି ସୋସିଆଲ ମିଡିଆ ସହ ଜଡିତ। ଖାସ୍‌ କରି କୌଣସି ଭିଡିଓ ଦେଖିବା ପାଇଁ ଲୋକେ ୟୁଟ୍ୟୁବ୍‌କୁ ଅଧିକ ପସନ୍ଦ କରିଥାନ୍ତି। ଅନ୍‌ଲାନ୍‌ରେ ଭିଡିଓ ଦେଖିବା ବେଳେ ଯଦି ଆପଣଙ୍କ ଡାଟା ସରିଯାଏ ତେବେ ଭିଡିଓଟି ଅଧାରୁ ବନ୍ଦ ହୋଇଯାଇଥିଏ। ଏହି ସମୟଟି ବହୁତ ପୀଡାଦାୟକ ହୋଇଥାଏ। ହେଲେ ୟୁଟ୍ୟୁବ୍‌ ନିଜ ଗ୍ରାହକଙ୍କ ପାଇଁ ଏବେ ଏହି ସମସ୍ୟାର ସମାଧାନ କରିବାକୁ ଯାଉଛି। ଫଳରେ ଡାଟା […]

youtube-go-app-india

Rakesh Mallick
  • Published: Thursday, 14 December 2017
  • , Updated: 14 December 2017, 08:13 AM IST

ନୂଆଦିଲ୍ଲୀ: ଆଜିକାଲି ସୋଓଆଲ ମିଡିଆର ଜମାନା। ସମସ୍ତେ କିଛି ନା କିଛି ସୋସିଆଲ ମିଡିଆ ସହ ଜଡିତ। ଖାସ୍‌ କରି କୌଣସି ଭିଡିଓ ଦେଖିବା ପାଇଁ ଲୋକେ ୟୁଟ୍ୟୁବ୍‌କୁ ଅଧିକ ପସନ୍ଦ କରିଥାନ୍ତି। ଅନ୍‌ଲାନ୍‌ରେ ଭିଡିଓ ଦେଖିବା ବେଳେ ଯଦି ଆପଣଙ୍କ ଡାଟା ସରିଯାଏ ତେବେ ଭିଡିଓଟି ଅଧାରୁ ବନ୍ଦ ହୋଇଯାଇଥିଏ। ଏହି ସମୟଟି ବହୁତ ପୀଡାଦାୟକ ହୋଇଥାଏ। ହେଲେ ୟୁଟ୍ୟୁବ୍‌ ନିଜ ଗ୍ରାହକଙ୍କ ପାଇଁ ଏବେ ଏହି ସମସ୍ୟାର ସମାଧାନ କରିବାକୁ ଯାଉଛି। ଫଳରେ ଡାଟା ସରି ଗଲେ ବି ଆପଣ ଅଫ୍‌ଲାଇନ୍‌ରେ ରହି ଆପଣଙ୍କ ମନ ପସନ୍ଦର ଭିଡିଓ ଦେଖି ପାରିବ। ଏଥିପାଇଁ ୟୁଟ୍ୟୁବ୍ ଆଣିଛି ଏହାର ସୁପରଲାଇଟ୍‌ ଭର୍ସନ YouTube Go। ଏହା ମାଧ୍ୟମରେ ବିନା ଇଣ୍ଟରନେଟ୍‌ କିମ୍ବା ସ୍ଲୋ ଇଣ୍ଟରନେଟ୍‌ରେ ମଧ୍ୟ ଭିଡିଓ ଦେଖିପାରିବେ।

YouTube Go ରେ ଥିବା ସୁବିଧା: ଏହି ଆପ୍‌ ମାଧ୍ୟମରେ ସ୍ଲୋ ଇଣ୍ଟରନେଟ୍‌ କିମ୍ବା ବିନା ଇଣ୍ଟର୍‌ନେଟ୍‌ରେ ମଧ୍ୟ ଭିଡିଓ ଦେଖିହେବ। ଏହାକୁ ଡାଉନଲୋଡ କରି ମୋବାଇଲ୍‌ରେ ସେଭ୍ କରି ରିଖି ପାରିବେ। ଏହାକୁ ବ୍ଲ୍ୟୁଟୁଥ୍‌ କିମ୍ବା ୱାଇଫାଇ ମାଧ୍ୟମରେ ସେୟାର ମଧ୍ୟ କରିପାରିବେ। ଭିଡିଓକୁ ସେଭ୍ କରିବା ସମୟରେ ଭିଡିଓ ପ୍ରିଭିଉ ଏବଂ ତାର କ୍ଲାରିଟି ଦେଖି ସେଭ୍ କରନ୍ତୁ। ପରେ ଆପଣ ଅଫ୍‌ ଲାଇନ୍‌ରେ ଏହାକୁ ଦେଖଇ ପାରିବେ।

Related story