ନୂଆଦିଲ୍ଲୀ: ଗତକାଲି ଆମେରିକାର ଟେକସାସ ସହର ହୋଷ୍ଟନରେ ଆୟୋଜିତ ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ‘ଅବ୍ କି ବାର୍ ଟ୍ରମ୍ପ ସରକାର’। ଭାରତର ପ୍ରଧାନମନ୍ତ୍ରୀ ଭାବରେ ଆମେରିକାରେ ଥିବା ବେଳେ ମୋଦିଙ୍କ ଏହି ନାରାକୁ ଏବେ ନାପସନ୍ଦ କରିଛନ୍ତି କଂଗ୍ରେସ ନେତା ଆନନ୍ଦ ଶର୍ମା। ହାଓଡି ମୋଦି କାର୍ଯ୍ୟକ୍ରମ ଶେଷ ହେବା ପରେ ଟୁଇଟ୍ କରି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ଏହି ନାରାକୁ ସମାଲୋଚନା କରିଛନ୍ତି।
https://twitter.com/AnandSharmaINC/status/1175826260179599360
ସେ କହିଛନ୍ତି ଆଗକୁ ଆମେରିକାରେ ନିର୍ବାଚନ ରହିଛି। ଏହା ପୂର୍ବରୁ ଆପଣ ଟ୍ରମ୍ପଙ୍କ ପାଇଁ ପ୍ରଚାର କରିବାକୁ ଯାଇନଥିଲେ ବରଂ ଦେଶର ପ୍ରଧାନମନ୍ତ୍ରୀ ଭାବରେ ଆଗକୁ ହେବାକୁ ଥିବା ଜାତିସଂଘର ସାଧାରଣ ପରିଷଦରେ ଯୋଗ ଦେବାକୁ ଯାଇଛନ୍ତି। ଆମେରିକାରେ ଦୁଇ ଦଳୀୟ ନିର୍ବାଚନ ଥିବା ବେଳେ ଭାରତର ପ୍ରଧାନମନ୍ତ୍ରୀ ହିସାବରେ ଏପରି ନାରା ଦେବାକୁ ଦୁଇ ଦେଶର ଗଣତନ୍ତ୍ରର ମୂଲ୍ୟବୋଧ ଉପରେ ପ୍ରଶ୍ନ ଉଠାଇଛି ବୋଲି ଆନନ୍ଦ ଶର୍ମା କହିଛନ୍ତି। ଉଭୟ ଡେମୋକ୍ରାଟିକ୍ ଏବଂ ରିପବ୍ଲିକାନ ପାର୍ଟି ଭାରତ ପାଇଁ ସମାନ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ହୋଷ୍ଟନର ଏନଆରଜି ଷ୍ଟାଡ଼ିୟମରେ ଆୟୋଜିତ ଦୁନିଆର ସବୁଠୁ ବ୍ୟୟବହୁଳ ଏହି କାର୍ଯ୍ୟକ୍ରମରେ ଉଭୟ ମୋଦି ଏବଂ ଟ୍ରମ୍ପ ଯୋଗ ଦେଇଥିଲେ। ଷ୍ଚା଼ଡ଼ିୟମରେ ଉପସ୍ଥିତ ୫୦ ହଜାର ପ୍ରବାସୀ ଭାରତୀୟ ଓ ଆମେରିକା ଲୋକଙ୍କୁ ଉଭୟ ନେତା ଉଦବୋଧନ ଦେଇଥିଲେ। ଏହି ସମୟରେ ଟ୍ରମ୍ପ ଏବଂ ମୋଦି ପରସ୍ପରକୁ ଉଚ୍ଚ ପ୍ରଶଂସା କରିବାକୁ ଭୁଲି ନଥିଲେ।