ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଖୋଲାଖୋଲି ବିରୋଧ। ଦଳ ଭିତରରୁ ରାହୁଲଙ୍କୁ ବିରୋଧ ହୋଇଛି। ରାହୁଲଙ୍କୁ କଂଗ୍ରେସ ସଭାପତି ଦାୟିତ୍ୱ ନେବାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହାକୁ ବିରୋଧ କରିଛନ୍ତି ମହାରାଷ୍ଟ୍ର କଂଗ୍ରେସ ସଚିବ ସେହେଜାଦ୍ ପୁନାୱାଲା। ରାହୁଲ କେବଳ କାହିଁକି ସଭାପତି ପାଇଁ ଲଢ଼ିବେ ? ତାକୁ ନେଇ ପ୍ରଶ୍ନ କରିଛନ୍ତି ସେହେଜାଦ୍। ସେ ନିଜେ କଂଗ୍ରେସ ସଭାପତି ପଦ ପାଇଁ ଇଚ୍ଛୁକ ତେଣୁ କଂଗ୍ରେସର ନିର୍ବାଚନ ପ୍ରକ୍ରିୟାରେ ତାଙ୍କୁ ବି ସୁଯୋଗ ମିଳୁ ବୋଲି ସେ ଦାବି କରିଛନ୍ତି। ଏହାସହ କଂଗ୍ରେସରେ ଚାଲୁଥିବା ପରିବାରବାଦ ରାଜନୀତିକୁ ବିରୋଧ କରିଛନ୍ତି। କେବଳ ଏତିକି ନୁହଁ ରାହୁଲଙ୍କୁ ଗଣମାଧ୍ୟମ ସମ୍ମୁଖରେ ତର୍କ ପାଇଁ ଖୋଲାଖୋଲି ଆୱାନ ଦେଇଛନ୍ତି ସେହଜାଦ୍। ସେପଟେ ଏହାକୁ ନେଇ ରାଜନୀତି ସରଗରମ ହୋଇଛି।