- Videos
- National
- ପୋଲିସ୍ ନିର୍ଦ୍ଦେଶ ‘ନୋ-ଦୋ-ଗ୍ୟାରା’: ଦଳିତ ଯୁବକଙ୍କ ଅଧିକାର ନେଇ ଗର୍ଜିଲା ସଂସଦ ମାର୍ଗ
ପୋଲିସ୍ ନିର୍ଦ୍ଦେଶ ‘ନୋ-ଦୋ-ଗ୍ୟାରା’: ଦଳିତ ଯୁବକଙ୍କ ଅଧିକାର ନେଇ ଗର୍ଜିଲା ସଂସଦ ମାର୍ଗ
- Published: Tuesday, 09 January 2018
- , Updated: 09 January 2018, 08:40 PM IST
<p>ନୂଆଦିଲ୍ଲୀ: ପୋଲିସର ବାରଣ ସତ୍ତ୍ୱେ ଦିଲ୍ଲୀରେ ଆୟୋଜନ ହୋଇଛି ଯୁବ ହୁଙ୍କାର ରାଲି। ଦଳିତ ନେତା ତଥା ଗୁଜରାଟରୁ କଂଗ୍ରେସ ବିଧାୟକ ଜିଗ୍ନେଶ ମେୱାନୀଙ୍କ ପକ୍ଷରୁ ଏହାର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପୂର୍ବରୁ ପୋଲିସ ପକ୍ଷରୁ ବାରଣ କରାଯାଇଥିଲା। ଗଣତନ୍ତ୍ର ଦିବସ ସୁରକ୍ଷା ଦୃଷ୍ଟିରୁ କାର୍ଯ୍ୟକ୍ରମ ପାଇଁ ଅନୁମତି ଦେଇ ନଥିଲା ପୋଲିସ। ଅନ୍ୟପକ୍ଷରେ ଉଦ୍ଦେଶ୍ୟମୂଳକ ଭାବେ ଏପରି କରାଯାଇଥିବା ଜିଗ୍ନେଶଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା।</p>
<p>ଆଜି ଦିଲ୍ଲୀ ସଂସଦ ମାର୍ଗରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନ ଯାଏ ଏହି ରାଲି କରାଯାଇଥିଲା। ଦାବି ଥିଲା ସମାଜରେ ଦଳିତ ଯୁବକଙ୍କ ଅଧିକାର ଏବଂ ନିଯୁକ୍ତି ପ୍ରଦାନ। ଘଟଣାସ୍ଥଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ବ୍ୟାପକ ଫୋର୍ସ ମୁତୟନ ହୋଇଥିଲେ।</p>