ନୂଆଦିଲ୍ଲୀ: ବିବାଦୀୟ ଇସଲାମ ଧର୍ମଗୁରୁ ଜାକିର ନାଏକଙ୍କୁ ଶରଣ ଦେଲା ମାଲେସିଆ। କିଛି ଦିନ ତଳେ ସେ ମାଲେସିଆର ଏକ ପ୍ରସିଦ୍ଧ ମସ୍ଜିତରୁ ବାହାରୁଥିବାର ଫଟୋ ପ୍ରକାଶ ପାଇଛି। ସେଠାରେ ସ୍ଥାୟୀ ବସବାସର ଅନୁମତି ପାଇଛନ୍ତି ଜାକିର।
ଉତ୍ତେଜକ ଓ ବିବାଦୀୟ ଭାଷଣ ପାଇଁ ଚର୍ଚ୍ଚିତ ଥିଲେ ଜାକିର। ବହୁ ଦିନ ହେଲା ସେ ଦେଶକୁ ଫେରିନାହାନ୍ତି। ବ୍ରିଟେନକୁ ଶରଣ ମାଗିଥିଲେ ବି ତାହା ମିଳିନଥିଲା। ସେପଟେ ଜାକିରଙ୍କୁ ମାଲେସିଆ ଶରଣ ଦେଇଥିବାରୁ ସେଠାକାର କେତେକ ଲୋକ ଏହାକୁ ବିରୋଧ କରିଛନ୍ତି। ଦେଶର ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ତାଙ୍କ ପାଇଁ ନଷ୍ଟ ହୋଇପାରେ ବୋଲି ସେମାନେ ଆଶଙ୍କା କରିଛନ୍ତି।