କୋବ୍ରା ପୋଷ୍ଟ ସମେତ ୪ ଗଣମାଧ୍ୟମ ସଂସ୍ଥାକୁ ଜୀ ମିଡିଆର ମାନହାନି ଧମକ

ନୂଆଦିଲ୍ଲୀ: ଜାତୀୟ ଗଣମାଧ୍ୟମ ଜୀ ମିଡିଆ ଗ୍ରୁପ କୋବ୍ରା ପୋଷ୍ଟ ନ୍ୟୁଜ୍‌ ୱେବ୍‌ସାଇଟ୍‌କୁ ମାନହାନୀ ଅଭିଯୋଗରେ ଏକ ଆଇନ୍‌ଗତ ନୋଟିସ୍‌ ଜାରି କରିଛି। କୋବ୍ରା ପୋଷ୍ଟ ଅପରେସନ ୧୩୬-II କୁ ବିରୋଧ କରି ଏହି ନୋଟିସ ଜାରି କରାଯାଇଛି। ଏହା ବ୍ୟତୀତ ଅନ୍ୟ ୩ଟି ଗଣମାଧ୍ୟମ ସଂସ୍ଥାକୁ ମଧ୍ୟ ଜୀ ମିଡିଆ ତରଫରୁ ନୋଟିସ୍ ଜାରି କରାଯାଇଛି। The Wire, The Quint ଏବଂ Bhadas4Media ଏହି ୩ଟି ମିଡିଆ କୋବ୍ରା ପୋଷ୍ଟର ଅପରେସନ ୧୩୬-IIକୁ ଆଧାର […]

zee-1

Rakesh Mallick
  • Published: Saturday, 02 June 2018
  • , Updated: 02 June 2018, 06:05 PM IST

ନୂଆଦିଲ୍ଲୀ: ଜାତୀୟ ଗଣମାଧ୍ୟମ ଜୀ ମିଡିଆ ଗ୍ରୁପ କୋବ୍ରା ପୋଷ୍ଟ ନ୍ୟୁଜ୍‌ ୱେବ୍‌ସାଇଟ୍‌କୁ ମାନହାନୀ ଅଭିଯୋଗରେ ଏକ ଆଇନ୍‌ଗତ ନୋଟିସ୍‌ ଜାରି କରିଛି। କୋବ୍ରା ପୋଷ୍ଟ ଅପରେସନ ୧୩୬-II କୁ ବିରୋଧ କରି ଏହି ନୋଟିସ ଜାରି କରାଯାଇଛି। ଏହା ବ୍ୟତୀତ ଅନ୍ୟ ୩ଟି ଗଣମାଧ୍ୟମ ସଂସ୍ଥାକୁ ମଧ୍ୟ ଜୀ ମିଡିଆ ତରଫରୁ ନୋଟିସ୍ ଜାରି କରାଯାଇଛି। The Wire, The Quint ଏବଂ Bhadas4Media ଏହି ୩ଟି ମିଡିଆ କୋବ୍ରା ପୋଷ୍ଟର ଅପରେସନ ୧୩୬-IIକୁ ଆଧାର କରି ନିଜ ୱେବ ପୋର୍ଟାଲ୍‌ରେ ଆର୍ଟିକିଲ ପ୍ରକାଶ କରିଥିବାରୁ ସେମାନଙ୍କୁ ଲିଗାଲ୍‌ ନୋଟିସ୍‌ ଜାରି କରିଛି ଜୀ ମିଡିଆ।

କୋବ୍ରା ପୋଷ୍ଟର ଅପରେସନ ୧୩୬-IIକୁ ତଥାକଥିତ ଷ୍ଟିଙ୍ଗ୍ ଅପରେସନ କହିଛି ଜୀ ମିଡିଆ।  ଭିତ୍ତିହୀନ କଥାକୁ ଯୋଡ଼ାଯୋଡ଼ି କରି ସମ୍ପୂର୍ଣ୍ଣ ମିଛ କଥା ପ୍ରକାଶ କରି ଏକ ଷଡ଼ଯନ୍ତ୍ର ରଚାଯାଇଛି ବୋଲି ଜୀ ମିଡିଆ ନୋଟିସ୍‌ରେ ଦର୍ଶାଇଛି। ଏଥିପାଇଁ ଜୀ ତରଫରୁ କୋବ୍ରା ପୋଷ୍ଟର ପରିଚାଳକ, ଏହାର ପ୍ରତିଷ୍ଠାତା ତଥା ସମ୍ପାଦକ ଅନିରୁଦ୍ଧ ବହଲ ଏବଂ ଏହାର ସାମ୍ବାଦିକ ପୁଷ୍ପା ଶର୍ମାଙ୍କୁ ନୋଟିସ୍‌ ଜାରି କରାଯାଇଛି।

ଷ୍ଟିଙ୍ଗ୍ ଅପରେସନରେ ପ୍ରକୃତ ବାର୍ତ୍ତାଳାପକୁ ସ୍ଥାନ ନ ଦିଆଯାଇ ଭିଡିଓରେ ଏଡିଟିଂ କରି ନିଜ ପକେଟ ଗରମ କରିବାକୁ ଏପରି କରାଯାଇଛି ବୋଲି ଜୀ  କହିଛି। ତେଣୁ ଏହି ତଥାକଥିତ ଷ୍ଟିଙ୍ଗ୍ ଅପରେନ ନାଁରେ ଯେଉଁ ଆର୍ଟିକିଲ୍‌ କିମ୍ବା ଭିଡିଓ ପ୍ରକାଶ କରାଯାଇଛି ତାକୁ ତୁରନ୍ତ ୱେବ୍‌ସାଇଟ୍‌ରୁ ହଟାଇବାକୁ ଜୀ ମିଡିଆ  ନୋଟିସ୍‌ କରିଛି। ସେହିଭଳି କୋବ୍ରା ପୋଷ୍ଟର ଷ୍ଟିଙ୍ଗ୍ ଅପରେସନ୍‌କୁ ଆଧାର କରି The Wire The Quint ଏବଂ Bhadas4Media ନ୍ୟୁଜ୍‌ ସଂସ୍ଥା ଆର୍ଟିକିଲ୍‌ ପ୍ରକାଶ କରିଛନ୍ତି। ଯାହା ଜୀ ମିଡିଆ ଗ୍ରୁପ୍‌ର ଛବି ଖରାପ କରିଥିବା ଅଭିଯୋଗ କରିଛି ଜୀ। ତେଣୁ ଏହି ୩ଟି ଗଣମାଧ୍ୟମକୁ ମଧ୍ୟ ସମାନ ନୋଟିସ୍‌ ଜାରି କରାଯାଇଛି।

ପ୍ରକାଶ ଥାଉକି କୋବ୍ରା ପୋଷ୍ଟ  ହେଉଛି ଏକ ଗଣମାଧ୍ୟମ ସଂସ୍ଥା।, ଯିଏ ଅପରେସନ ୧୩୬-II ନାମରେ ଜୀ ମିଜିଆ ଗ୍ରୁପ୍‌ ବିରୋଧରେ ଆପତ୍ତିଜନକ କଥା ଦର୍ଶାଇଛି। ଯାହାକୁ ଜୀ ମିଡିଆ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛି।

Related story