ଆବୁ ଇସମାଇଲ୍‌ର ମୃତ୍ୟୁ ପରେ ଜୀନତ୍ ଉଲ୍ ଇସ୍ଲାମ ହେଲା ଲସ୍କରର ନୂଆ କମାଣ୍ଡର୍‌

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଆତଙ୍କବାଦୀ ସଂଗଠନ ଲସ୍କର ଏ ତୋଏବାର ନୂଆ କମାଣ୍ଡର ହେଲା ଜୀନତ୍ ଉଲ୍ ଇସ୍ଲାମ। ପୋଲିସ ଏନକାଉଣ୍ଟରରେ ଆବୁ ଇସମାଇଲ୍‌ର ମୃତ୍ୟୁ ପରେ ଜୀନତକୁ ଏହି ପଦ ମଳିଛି। ଜୀନତର ଘର ଦକ୍ଷିଣ କାଶ୍ମୀର ସୋପିଅନରେ ବୋଲି ଜଣାପଡ଼ିଛି। ପ୍ରଥମ ଥର ପାଇଁ କାଶ୍ମୀର ଅଞ୍ଚଳରୁ କମାଣ୍ଡର୍ ବାଛିଚି ଆତଙ୍କବାଦୀ ସଂଗଠନ ଲସ୍କର ଏ ତୋଏବା।  ସୂଚନା ଅନୁସାରେ, ୨୮ ବର୍ଷୀୟ ଜୀନତ ଉଲ୍ ଇସ୍ଲାମ ୨୦୧୫ରେ ଲସ୍କର ଏ ତୋଏବା ସଂଗଠନରେ […]

Rakesh Mallick
  • Published: Saturday, 16 September 2017
  • , Updated: 16 September 2017, 08:27 PM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଆତଙ୍କବାଦୀ ସଂଗଠନ ଲସ୍କର ଏ ତୋଏବାର ନୂଆ କମାଣ୍ଡର ହେଲା ଜୀନତ୍ ଉଲ୍ ଇସ୍ଲାମ। ପୋଲିସ ଏନକାଉଣ୍ଟରରେ ଆବୁ ଇସମାଇଲ୍‌ର ମୃତ୍ୟୁ ପରେ ଜୀନତକୁ ଏହି ପଦ ମଳିଛି। ଜୀନତର ଘର ଦକ୍ଷିଣ କାଶ୍ମୀର ସୋପିଅନରେ ବୋଲି ଜଣାପଡ଼ିଛି। ପ୍ରଥମ ଥର ପାଇଁ କାଶ୍ମୀର ଅଞ୍ଚଳରୁ କମାଣ୍ଡର୍ ବାଛିଚି ଆତଙ୍କବାଦୀ ସଂଗଠନ ଲସ୍କର ଏ ତୋଏବା।  ସୂଚନା ଅନୁସାରେ, ୨୮ ବର୍ଷୀୟ ଜୀନତ ଉଲ୍ ଇସ୍ଲାମ ୨୦୧୫ରେ ଲସ୍କର ଏ ତୋଏବା ସଂଗଠନରେ ଯୋଗ ଦେଇଥିଲା। ୨୩ ଫେବୃୟାରୀରେ ସୋପିଆନରେ ହୋଇଥିବା ଆତଙ୍କାବାଦୀ ଆକ୍ରମଣରେ ଇସ୍ଲାମର ମୁଖ୍ୟ ଭୂମିକା ଥିଲା। ଏହି ଆତଙ୍କାବାଦୀ ଆକ୍ରମଣରେ ୩ ଜଣ ଜବାନଙ୍କ ସହିଦ ହୋଇଥିବା ବେଳେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ୨୦୦୮ରେ ତାକୁ ପ୍ରଥମ ଥର ପାଇଁ ପୋଲିସ ଗିରଫ କରିଥିଲା  ତେବେ ୨୦୧୧ରେ ଜେଲରୁ ବାହାରିବା ପରେ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିଲା ଜୀନତ୍।

Related story