ଫ୍ରୁଟକେକ୍‌ ସହ ସିମ୍ପାଞ୍ଜିର ଜନ୍ମଦିନ ପାଳନ କଲେ ଚିଡ଼ିଆଖାନା କର୍ତ୍ତୃପକ୍ଷ

ହାଇଦ୍ରାବାଦ: ଦେଶର ପ୍ରମୁଖ ଚିଡ଼ିଆଖାନା ମଧ୍ୟରୁ ଅନ୍ୟତମ ହାଇଦ୍ରାବାଦର ନେହରୁ ଜୁଲୋଜିକାଲ ପାର୍କ। ଆଜି ଏଠାରେ ରହୁଥିବା ସିମ୍ପାଞ୍ଜି ସୁଜିର ଜନ୍ମଦିନ ପାଳନ କରାଯାଇଛି, ଠିକ ମଣିଷ ପରି। କୋଭିଡ୍‌-୧୯ ପାଇଁ ସାମାଜିକ ଦୂରତା ସହ ଏହି ଉତ୍ସବ ପାଳିତ ହୋଇଛି। ଏହି ଜନ୍ମଦିନ ଅବସରରେ ସୁଜିକୁ ଫ୍ରୁଟ୍‌ ଓ ବ୍ରେଡ୍‌ରେ ପ୍ରସ୍ତୁତ କେକ୍‌ ଦିଆଯାଇଥିଲା। ଏହା ଚିଡ଼ିଆଖାନାର କିଚେନ୍‌ରେ ହିଁ ପ୍ରସ୍ତୁତ କରାଯାଇଥିଲା। ସେ ରହୁଥିବା ଏନକ୍ଲୋଜରକୁ ମଧ୍ୟ ଏଥିପାଇଁ ସଜାଇଦିଆଯାଇଥିଲା। ଏହି ଉତ୍ସବ ବାବଦରେ […]

suji

suji

Subrat Kumar Nayak
  • Published: Wednesday, 15 July 2020
  • Updated: 15 July 2020, 07:49 PM IST

ହାଇଦ୍ରାବାଦ: ଦେଶର ପ୍ରମୁଖ ଚିଡ଼ିଆଖାନା ମଧ୍ୟରୁ ଅନ୍ୟତମ ହାଇଦ୍ରାବାଦର ନେହରୁ ଜୁଲୋଜିକାଲ ପାର୍କ। ଆଜି ଏଠାରେ ରହୁଥିବା ସିମ୍ପାଞ୍ଜି ସୁଜିର ଜନ୍ମଦିନ ପାଳନ କରାଯାଇଛି, ଠିକ ମଣିଷ ପରି। କୋଭିଡ୍‌-୧୯ ପାଇଁ ସାମାଜିକ ଦୂରତା ସହ ଏହି ଉତ୍ସବ ପାଳିତ ହୋଇଛି।

ଏହି ଜନ୍ମଦିନ ଅବସରରେ ସୁଜିକୁ ଫ୍ରୁଟ୍‌ ଓ ବ୍ରେଡ୍‌ରେ ପ୍ରସ୍ତୁତ କେକ୍‌ ଦିଆଯାଇଥିଲା। ଏହା ଚିଡ଼ିଆଖାନାର କିଚେନ୍‌ରେ ହିଁ ପ୍ରସ୍ତୁତ କରାଯାଇଥିଲା। ସେ ରହୁଥିବା ଏନକ୍ଲୋଜରକୁ ମଧ୍ୟ ଏଥିପାଇଁ ସଜାଇଦିଆଯାଇଥିଲା।

ଏହି ଉତ୍ସବ ବାବଦରେ ଚିଡ଼ିଆଖାନାର ଟ୍ୱିଟର ହ୍ୟାଣ୍ଡଲରେ ସୂଚନା ଦିଆଯାଇଛି। ଟ୍ୱିଟ୍‌ କରି ଲେଖାଯାଇଛି, ଆଜି ଆମେ ସୁଜର ଜନ୍ମଦିନ ପାଳନ କଲୁ। ତା’କୁ ଖୁସି କରିବା ପାଇଁ ଉଷୁମ ଚଦର ଏବଂ ଫ୍ରୁଟ୍ କେକ୍‌ ଉପହାର ଦେଲୁ। ସୁଜିକୁ ଜନ୍ମଦିନର ଅଭିନନ୍ଦନ।

https://twitter.com/nehruzoopark1/status/1283323496718721024?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos