Advertisment

୨୦୧୮ ପରଠୁ ବିଦେଶରେ ୪୦୩ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ସରକାରୀ ସ୍ତରରେ ଆଜି ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ, ୨୦୧୮ରୁ ଅତିକମରେ ୪୦୩ ଭାରତୀୟ ଛାତ୍ରଛାତ୍ରୀଙ୍କର ବିଦେଶରେ ମୃତ୍ୟୁ ଘଟିଛି।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ପିଲାଏ ପାଠ ପଢିବାକୁ ବିଦେଶ ଯାଉଛନ୍ତି, କେତେ କଣ ଭବିଷ୍ୟତର ସ୍ୱପ୍ନ ଦେଖି ବାପା-ମାଆ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସେମାନଙ୍କୁ ବିଦେଶ ପଠାଉଛନ୍ତି। ହେଲେ ପୁଅ-ଝିଅ ଶେଷରେ ଘରକୁ ଶବ ହୋଇ ଫେରୁଛନ୍ତି। ଗଲା ପାଞ୍ଚ ବର୍ଷ ମଧ୍ୟରେ ୪୦୩ ଜଣ ବିଦେଶ ପଢିବାକୁ ଯାଇଥିବା ଛାତ୍ରଛାତ୍ରୀ ମୃତ ହୋଇ ଫେରିଥିବା ସରକାରୀ ରିପୋର୍ଟ କହୁଛି।

Advertisment

ସରକାରୀ ସ୍ତରରେ ଆଜି ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ, ୨୦୧୮ରୁ ଅତିକମରେ ୪୦୩ ଭାରତୀୟ ଛାତ୍ରଛାତ୍ରୀଙ୍କର ବିଦେଶରେ ମୃତ୍ୟୁ ଘଟିଛି। ପୂରା ବିଶ୍ୱର ୩୪ଟି ଦେଶରେ ଏହି ମୃତ୍ୟୁସଂଖ୍ୟା ରହିଛି, ତନ୍ମମଧ୍ୟରୁ କାନାଡାରେ ସର୍ବାଧିକ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରେ ପ୍ରକାଶ ପାଇଛି।

ରାଷ୍ଟ୍ର ବୈଦେଶିକ ଏବଂ ସଂସଦୀୟ ମନ୍ତ୍ରୀ ଭି ମୁରଲୀଧରନ ଆଜି ରାଜ୍ୟସଭାରେ ତଥ୍ୟ ଉପସ୍ଥାପନ କରି କହିଛନ୍ତି ଯେ, ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ତଥା ଦୁର୍ଘଟଣା କାରଣରୁ ୨୦୧୮ ପରଠାରୁ ୪୦୩ ଭାରତୀୟ ଛାତ୍ରଛାତ୍ରୀ ବିଦେଶରେ ପ୍ରାଣ ହରାଇଛନ୍ତି। 

Advertisment

ବିଦେଶରେ ଭାରତୀୟ ଛାତ୍ରମାନଙ୍କ ସୁରକ୍ଷା ଏବଂ କଲ୍ୟାଣ ପାଇଁ କେନ୍ଦ୍ରର ପ୍ରତିବଦ୍ଧତା ଉପରେ ସେ ଗୁରୁତ୍ୱାରୋପ କରି ଭବିଷ୍ୟତରେ କୌଣସି ଅଘଟଣକୁ ରୋକିବା ଦିଗରେ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି ଯେ, ମିଶନର ମୁଖ୍ୟ ଏବଂ ବରିଷ୍ଠ ଅଧିକାରୀମାନେ ନିୟମିତ ଭାବେ କଲେଜ ଏବଂ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରନ୍ତି ଏବଂ ସେଠାରେ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ସହିତ ଯୋଗାଯୋଗ କରନ୍ତି।

ବିଦେଶରେ ଭାରତୀୟ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ନିରାପତ୍ତା ଭାରତ ସରକାରଙ୍କ ଅନ୍ୟତମ ପ୍ରାଥମିକତା ବୋଲି ଭି ମୁରଲୀଧରନ କହିଛନ୍ତି। ସେ ଆହୁରି କହିଛନ୍ତି, ଯଦି କୌଣସି ଅଘଟଣ ଘଟେ, ତେବେ ଘଟଣାର ସଠିକ୍ ଅନୁସନ୍ଧାନ ପାଇଁ ସମ୍ପୃକ୍ତ ଦେଶର କର୍ତ୍ତୃପକ୍ଷଙ୍କ ସହ ତୁରନ୍ତ ଯୋଗାଯୋଗ କରାଯାଉଛି। ଆବଶ୍ୟକ ସ୍ଥଳେ ଜରୁରୀକାଳୀନ ଚିକିତ୍ସା ସେବା, ଖାଦ୍ୟ ଏବଂ ରହିବା ସମେତ ବ୍ୟାପକ ସହାୟତା ମଧ୍ୟ ଦିଆଯାଉଛି।

ମନ୍ତ୍ରଣାଳୟ ଦ୍ୱାରା ଉପସ୍ଥାପିତ ତଥ୍ୟ ଅନୁଯାୟୀ, କାନାଡାରେ ୨୦୧୮ରୁ ୯୧ ଜଣ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ ବ୍ରିଟେନରେ ୪୮, ରୁଷରେ ୪୦, ଆମେରିକାରେ ୩୬, ଅଷ୍ଟ୍ରେଲିଆରେ ୩୫, ୟୁକ୍ରେନରେ ୨୧, ଜର୍ମାନୀରେ ୨୦, ସାଇପ୍ରସରେ ୧୪, ଇଟାଲୀ ଏବଂ ଫିଲିପାଇନ୍ସରେ ୧୦ ଜଣ ଲେଖାଏଁ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ଘଟିଛି।

Indian Students Died Abroad Indian Students Died Report
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe