Advertisment

ପୁଣି ବଢ଼ିଲା କରୋନା ସଂକ୍ରମଣ: ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୧ ହଜାର ଡେଇଁଲା

ଏହାକୁ ମିଶାଇ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୧ ହଜାର ପାରକରିଛି। ବର୍ତ୍ତମାନ ଦେଶର ବିଭିନ୍ନ ହସ୍ପିଟାଲ ଓ ଘରେ ୩୧,୧୯୪ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Corona

Corona

Advertisment

ଦେଶରେ ମହାମାରୀ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ପୁଣିଥରେ ଦେଶରେ ୬ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଦୈନିକ ସଂକ୍ରମଣ ୬ ହଜାର ପାର କରିଛି। ଦିନକ ତଳେ ୬,୦୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ହେଲେ ଗତ ୨୪ ଘଣ୍ଟାରେ ଆଉ ୬,୧୫୫ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭି ଆସିଛି।

Advertisment

ଏହାକୁ ମିଶାଇ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୧ ହଜାର ପାରକରିଛି। ବର୍ତ୍ତମାନ ଦେଶର ବିଭିନ୍ନ ହସ୍ପିଟାଲ ଓ ଘରେ ୩୧,୧୯୪ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। 

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪,୪୭,୫୧,୨୫୯ରେ ପହଞ୍ଚିଛି। ଦିନକରେ କରୋନା ଆଉ ୧୧ ଜଣଙ୍କ ମୁଣ୍ଡ ନେଇଛି। ପୂର୍ବରୁ କେରଳର ପ୍ରାଣ ହରାଇଥିବା ୨ ଜଣ କରୋନା ଯୋଗୁ ଆଖି ବୁଜିଥିବା ଶୁକ୍ରବାର ସରକାର ସ୍ପଷ୍ଟ କରିଛନ୍ତି। ଏଯାଏ କରୋନା ୫,୩୦,୯୫୪ ଜଣଙ୍କ ଜୀବନ ନେଇ ସାରିଲାଣି।

Advertisment

ମୋଟ ସଂକ୍ରମଣର ୦.୦୭% ହେଉଛି ସକ୍ରିୟ ରୋଗୀଙ୍କ ସଂଖ୍ୟା। ଆରୋଗ୍ୟ ହାର ୯୮.୭୪% ରହିଛି। କରୋନା କୁ ମାତ ଦେଇ ୪,୪୧,୮୯,୧୧୧ ସୁସ୍ଥ ହୋଇଛନ୍ତି। ମୃତ୍ୟୁହାର ୧.୧୯% ରହିଥିବା ମନ୍ତ୍ରଣାଳୟ କହିଛି। ଏହାବାଦ ୨୨୦.୬୦ କୋଟି କରୋନା ଟିକାର ଡୋଜ୍‌ ସମଗ୍ର ଦେଶରେ ଦିଆଯାଇଛି।

ଅନ୍ୟପକ୍ଷରେ ସଂକ୍ରମଣ ବଢ଼ୁଥିବାରୁ କେନ୍ଦ୍ର ସରକାର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ଅଧିକ ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ କରୋନା ସ୍ଥିତିର ସମୀକ୍ଷା କରିଥିଲେ। ଏହାପରେ ସବୁ ରାଜ୍ୟ ସରକାରଙ୍କୁ କରୋନା ଟେଷ୍ଟିଂ ବୃଦ୍ଧି କରିବାକୁ କୁହାଯାଇଛି। 

Corona Cases In India Coronavirus Corona Death Coronavirus Cases Corona
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe