ଧରାପଡ଼ିଲା ଶିକ୍ଷକଙ୍କ ମିଛ, ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଦର୍ଶାଇ ନେଇଥିଲେ ଛୁଟି

ମିଛ ଧରାପଡ଼ିବା ପରେ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଜିଲ୍ଲାପାଳ।

Representational Image

  • Published: Wednesday, 04 December 2024
  • , Updated: 04 December 2024, 03:04 PM IST

ଜୀବିତ ଛାତ୍ରଙ୍କୁ ମୃତ ଦର୍ଶାଇ ତାଙ୍କ ଶେଷକୃତ୍ୟରେ ସାମିଲ ହେବାକୁ କହି ଛୁଟି ନେଇଥିବା ଜଣେ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି। ଘଟଣାଟି ଘଟିଛି ମଧ୍ୟ ପ୍ରଦେଶର ମଉଗଞ୍ଜ ଜିଲ୍ଲାରେ।

ଏହି ଶିକ୍ଷକଙ୍କ ନାଁ ହୀରାଲାଲ ପଟେଲ। ସେ ଚିଗ୍ରିକା ସ୍ଥିତ ଏକ ପ୍ରାଥମିକ ସ୍କୁଲରେ ନିଯୁକ୍ତ ହୋଇଥିଲେ। ସେ ନଭେମ୍ବର ୨୭ ତାରିଖରେ ଛୁଟି ନେଇଥିଲେ।

ହୀରାଲାଲ ପଟେଲ ଉପସ୍ଥାନ ଖାତାରେ ଉଲ୍ଲେଖ କରିଥିଲେ ଯେ ତୃତୀୟ ଶ୍ରେଣୀର ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଯାଇଥିବାରୁ ସେ ତାଙ୍କ ଶେଷକୃତ୍ୟରେ ଯୋଗ ଦେବାକୁ ଯାଇଥିଲେ। ତେଣୁ ସ୍କୁଲରେ ଉପସ୍ଥିତ ରହିପାରି ନଥିଲେ।

ଉପସ୍ଥାନ ଖାତାରେ ଶିକ୍ଷକ ହୀରାଲା ପଟେଲ ଛୁଟି ପାଇଁ ଉଲ୍ଲେଖ କରିଥିବା କାରଣ ସଂପର୍କରେ କୌଣସି ସୂତ୍ରରୁ ଉକ୍ତ ଛାତ୍ରଙ୍କ ବାପା ଖବର ପାଇଥିଲେ। ସେ ଏ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ସେ କହିଥିଲେ ଯେ ତାଙ୍କ ପୁଅ ବଞ୍ଚିଛନ୍ତି ଓ ସୁସ୍ଥ ଅଛନ୍ତି।

ଅଭିଯୋଗ ପାଇବା ପରେ ମଉଗଞ୍ଜ ଜିଲ୍ଲାପାଳ ଅଜୟ ଶ୍ରୀବାସ୍ତବ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହିତ ଶିକ୍ଷକ ହୀରାଲାଲ ପଟେଲଙ୍କୁ ନିଲମ୍ବନ କରିଛନ୍ତି।

Related story