Advertisment

AIADMK ନେତାଙ୍କ ‘ମାଗଣାରେ ସ୍ତ୍ରୀ ବଣ୍ଟନ’ ମନ୍ତବ୍ୟକୁ ନେଇ ବିବାଦ

ତାମିଲନାଡୁ ସରକାରରେ ମନ୍ତ୍ରୀ ଥିବା ଥିରୁମିଗୁ ଗୀତା ଜୀବନ କହିଛନ୍ତି ଯେ ଶନମୁଗମ ମହିଳାଙ୍କୁ ଅପମାନିତ କରିଛନ୍ତି। ତାଙ୍କର ମନ୍ତବ୍ୟରୁ ସ୍ପଷ୍ଟ ହୋଇଯାଇଛି ଯେ ମହିଳାଙ୍କ ପ୍ରତି ଡିଏମ୍‌କେର ଦୃଷ୍ଟିଭଙ୍ଗୀ କେମିତି।

author-image
Jitendra Garnayak
MP CV Shanmugam

MP CV Shanmugam

ଏଆଇଏଡିଏମ୍‌କେ ନେତା ତଥା ରାଜ୍ୟସଭା ସାଂସଦ ସିଭି ଶନମୁଗମଙ୍କ ମନ୍ତବ୍ୟକୁ ନେଇ ସୃଷ୍ଟି ହୋଇଛି ବିବାଦ। ଦଳର ଏକ ବୁଥ୍ କମିଟି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସେ କହିଥିଲେ, ନିର୍ବାଚନ ପାଇଁ ଅନେକ ଘୋଷଣା କରାଯିବ। ସେମାନେ ଭୋଟରଙ୍କୁ ମିକ୍ସର ଗ୍ରାଇଣ୍ଡର, ଗାଈ, ଛେଳି ଆଦି ମାଗଣାରେ ଦେବାକୁ ଘୋଷଣା କରିବେ। ଖାଲି ଏତିକି ନୁହେଁ, ସେମାନେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଗୋଟିଏ ଲେଖାଏ ସ୍ତ୍ରୀ ମାଗଣାରେ ଦେବାକୁ ଘୋଷଣା କରିପାରିବେ। କରୁଣାନିଧିଙ୍କ ପୁଅ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ ଏଭଳି ପ୍ରତିଶ୍ରୁତି ଦେବାର ଦକ୍ଷତା ରଖନ୍ତି ବୋଲି ସେ କହିଥିଲେ।

Advertisment

ସିଭି ଶନମୁଗମଙ୍କ ଏହି ମନ୍ତବ୍ୟକୁ ତୀବ୍ର ସମାଲୋଚନା କରିଛି ଡିଏମ୍‌କେ। ତାମିଲନାଡୁ ସରକାରରେ ମନ୍ତ୍ରୀ ଥିବା ଥିରୁମିଗୁ ଗୀତା ଜୀବନ କହିଛନ୍ତି ଯେ ଶନମୁଗମ ମହିଳାଙ୍କୁ ଅପମାନିତ କରିଛନ୍ତି। ତାଙ୍କର ମନ୍ତବ୍ୟରୁ ସ୍ପଷ୍ଟ ହୋଇଯାଇଛି ଯେ ମହିଳାଙ୍କ ପ୍ରତି ଡିଏମ୍‌କେର ଦୃଷ୍ଟିଭଙ୍ଗୀ କେମିତି। ଏହା ସହିତ ମହିଳାଙ୍କୁ ସଶକ୍ତ କରିବା ପାଇଁ ତାଙ୍କ ସରକାର ରାଜ୍ୟରେ କାର୍ଯ୍ୟକାରୀ କରୁଥିବା ବିଭିନ୍ନ ଯୋଜନା ସଂପର୍କରେ କହିଛନ୍ତି। 

ରାଜନୀତିକ ବୟାନବାଜି ଭିତରକୁ ଶନମୁଗମ ମହିଳାମାନଙ୍କୁ କାହିଁକି ଟାଣୁଛନ୍ତି ବୋଲି ମନ୍ତ୍ରୀ ଗୀତା ଜୀବନ କହିଛନ୍ତି। ଏହା ସହିତ ଜୟଲଳିତା ଜୀବତ ଥିଲେ ଶନମୁଗମ ଏଭଳି ମନ୍ତବ୍ୟ ଦେଇଥା’ନ୍ତେ କି ବୋଲି ପ୍ରଶ୍ନ କରିଛନ୍ତି ସେ।

Advertisment

ମନ୍ତ୍ରୀ ଗୀତା ଜୀବନ କହିଛନ୍ତି ଯେ ଷ୍ଟାଲିନଙ୍କ ନେତୃତ୍ୱରେ ତାମିଲନାଡୁ ଅନେକ ଯୁଗାନ୍ତକାରୀ ଯୋଜନା ପ୍ରଚଳିତ କରିଛି, ଯେଉଁଗୁଡ଼ିକ ମହିଳାଙ୍କ ଆର୍ଥିକ ଉନ୍ନତି କରିଛି। ସେମାନଙ୍କୁ ସ୍ୱାଧୀନତା ଦେଇଛି। ଶିକ୍ଷା କ୍ଷେତ୍ରରେ ସେମାନଙ୍କ ଭାଗିଦାରୀ ବୃଦ୍ଧି ପାଇଛି। ତା’ସହିତ ସେମାନଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ବଢ଼ିଛି। କିନ୍ତୁ ଡିଏମ୍‌କେ ଏହିସବୁ ଉନ୍ନତିମୂଳକ କାର୍ଯ୍ୟକୁ ପସନ୍ଦ କରୁନାହିଁ। ଓଲଟି ଶାନମୁଗାମ ସମ୍ମାନହାନୀ ହେବା ଭଳି ମନ୍ତବ୍ୟ ଦେଉଛନ୍ତି।