Advertisment

ଦିଲ୍ଲୀ ଦେଖୁଛି ଯମୁନାର କରାଳ ରୂପ; ଅଣାୟତ୍ତ ହୋଇପାରେ ସ୍ଥିତି

ଗତ ୪୫ ବର୍ଷ ମଧ୍ୟରେ ଏହା ସବୁଠାରୁ ଅଧିକ ଜଳସ୍ତର ରେକର୍ଡ। ଦିଲ୍ଲୀ ସ୍ଥିତି ଧୀରେ ଧୀରେ ଗମ୍ଭୀର ହେବାକୁ ଲାଗୁଥିବା ବେଳେ ଉପରାଜ୍ୟପାଳ ଜରୁରୀ ବୈଠକ ଡାକିଛନ୍ତି।

Delhi

Delhi

Advertisment

ରାଜଧାନୀ ଦିଲ୍ଲୀ ଦେଖୁଛି ଯମୁନା ନଦୀର କରାଳ ରୂପ । ଯମୁନା ନଦୀ ଫୁଲୁଥିବାରୁ ରାଜଧାନୀ ଦିଲ୍ଲୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏବେ ବିପଦ ସଂକେତ ଉପରେ ଚାଲୁଛି ଯମୁନା ନଦୀ । ଗତ ୪୫ ବର୍ଷ ମଧ୍ୟରେ ଏହା ସବୁଠାରୁ ଅଧିକ ଜଳସ୍ତର ରେକର୍ଡ। ଦିଲ୍ଲୀ ସ୍ଥିତି ଧୀରେ ଧୀରେ ଗମ୍ଭୀର ହେବାକୁ ଲାଗୁଥିବା ବେଳେ ଉପରାଜ୍ୟପାଳ ଜରୁରୀ ବୈଠକ ଡାକିଛନ୍ତି।

Advertisment

ଗୁରୁବାର ସକାଳେ ଦିଲ୍ଲୀରେ ଯମୁନା ଜଳସ୍ତର ୨୦୮. ୪୬ ମିଟର ରେକର୍ଡ କରାଯାଇଛି। ବିପଦ ସଂକେତରୁ ୩ ମିଟର ଉପରେ ଚାଲୁଛି ଯମୁନା । ଗତକାଲି ରାତିରେ ଏହା ୨୦୮.୦୫ ମିଟରରେ ପହଞ୍ଚିଥିଲା। ଏହା ପୂର୍ବରୁ ୧୯୭୮ ମସିହାରେ ଯମୁନା ଜଳସ୍ତର ୨୦୭.୪୯ରେ ପହଞ୍ଚିଥିଲା।

ଯମୁନାରେ ଜଳସ୍ତର ବୃଦ୍ଧି ଯୋଗୁଁ ଦିଲ୍ଲୀର ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡିଛି। ତଳିଆ ଅଞ୍ଚଳରେ ପାଣି ଜମି ରହିଥିବାରୁ ପ୍ରାୟ ୧୬ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପାଣି ବଢ଼ି ଆସି ସିଭିଲ୍ ଲାଇନ୍ସର ରିଂଗ ରୋଡ୍ ଜଳମଗ୍ନ ହୋଇପଡିଛି । ମଜନୁ କା ଟିଲା, କାଶ୍ମିରୀ ଗେଟ୍, ISBTକୁ ସଂଯୋଗ କରୁଥିବା ରାସ୍ତା, ରାଜଘାଟ, ITO, ପୁରୁଣା କିଲ୍ଲା ଅଞ୍ଚଳ ଜଳମଗ୍ନ ହୋଇ ପଡ଼ିଛି। ଫଳରେ ଦେଖାଦେଇଛି ନାହିଁ ନଥିବା ଟ୍ରାଫିକ୍ ସମସ୍ୟା । ହଜାର ହଜାର ସଂଖ୍ୟାରେ ଗାଡ଼ି ଘଣ୍ଟା ଘଣ୍ଟା ଧରି ରାସ୍ତା ଉପରେ ଅଟକି ରହିଛନ୍ତି।

Advertisment

ହରିୟାଣାର ହଥନିକୁଣ୍ଡ ବ୍ୟାରେଜରୁ ଘଣ୍ଟାପ୍ରତି ୧ରୁ ୨ ଲକ୍ଷ କ୍ୟୁସେକ୍ ଜଳ ଛଡାଯାଉଥିବାରୁ ଦିଲ୍ଲୀରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ପରିସ୍ଥିତିର ମୁକାବିଲା ଲାଗି କେନ୍ଦ୍ର ସରକାରଙ୍କ ସହାୟତା ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ସେ ଦିଲ୍ଲୀ ସରକାର ଗୃହ ମନ୍ତ୍ରୀ ଅମିତ ଶାହ ଓ ହରିୟାଣା ସରକାରଙ୍କ ସହ ଆଲୋଚନା କରିଛନ୍ତି। ହଥନିକୁଣ୍ଡ ବ୍ୟାରେଜର କିଛି ଗେଟ୍‌ ବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ଚାହୁଁଥିବା ବେଳେ ଉପରମୁଣ୍ଡରେ ବର୍ଷା ହେତୁ ତାହା ସମ୍ଭବ ହୋଇ ପାରୁନି।

ଗତ କିଛି ଦିନ ଧରି ଦିଲ୍ଲୀର ଆଖପାଖ ପାହାଡ଼ିଆ ଅଞ୍ଚଳରେ ଲାଗି ରହିଥିବା ବର୍ଷା ଯୋଗୁ ଏହାର ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଫଳରେ ଦିଲ୍ଲୀ ଆଖପାଖ ସବୁ ଡ୍ୟାମରେ ବିପଦ ସଙ୍କେତ ଉପରେ ପାଣି ପ୍ରବାହିତ ହେଉଛି।

ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଯମୁନା ନଦୀ ଜଳସ୍ତର କମିବା ପରି ଲାଗୁନି। କାରଣ ଉତ୍ତର ଭାରତର ବହୁ ରାଜ୍ୟରେ ଆହୁରି କିଛି ଦିନ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଏପରି ହେଲେ ସ୍ଥିତି ଅଣାୟତ୍ତ ହେବା ଆଶଙ୍କା ସୃଷ୍ଟି ହୋଇଛି।

ଏପରି ସ୍ଥିତିରେ ଦିଲ୍ଲୀର ଜଳମଗ୍ନ ଅଞ୍ଚଳର ସମସ୍ତ ସ୍କୁଲ, କଲେଜକୁ ବନ୍ଦ କରି ଦିଆଯାଇଛି। ଏପରି ଘଡ଼ିସନ୍ଦି ମୁହୂର୍ତ୍ତରେ ସରକାରଙ୍କ ନିର୍ଦ୍ଦେଶ ମାନିବାକୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ସାଧାରଣ ଲୋକଙ୍କୁ ଅନୁରୋଧ କରିଛନ୍ତି।

ଏପରି ସମୟରେ ଟ୍ରାଫିକ ପୁଲିସ୍‌ ଆଡଭାଇଜାରି ଜାରି କରି ପ୍ରତି ମିନିଟ୍‌ର ସୂଚନା ଅପଡେଟ କରୁଛି। ଏଥିସହ ଜଳମଗ୍ନ ଅଞ୍ଚଳରେ ଯିବାକୁ ଲୋକଙ୍କୁ ବାରଣ କରୁଛି। ଟ୍ରାଫିକ ରୁଟ୍‌କୁ ବାରମ୍ବାର ଡାଇଭର୍ଟ କରାଯାଉଛି।

ଏହାବାଦ ମେଟ୍ରୋ ଷ୍ଟେଶନର ଗୋଟିଏ ଗେଟ ଜଳମଗ୍ନ ହୋଇ ଯାଇଥିବା ବେଳେ ଲକ୍ଷ୍ମୀ ନଗର କିମ୍ବା ଅକ୍ଷରଧାମ ମେଟ୍ରୋ ଷ୍ଟେଶନ ଦେଇ ବାହାରିବାକୁ ଯାତ୍ରୀଙ୍କୁ ସୂଚିତ କରାଯାଇଛି।

Delhi Flood Situation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe