Advertisment

ପୂର୍ବତନ ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ଦୁର୍ନୀତି ମାମଲା ରୁଜୁ କଲା ସିବିଆଇ

ସେ ୨୦୧୪ରୁ ୨୦୧୯ ମଧ୍ୟରେ ଆହ୍ଲାବାଦ ହାଇକୋର୍ଟର ବିଚାରପତି ଥିବା ବେଳେ ଅନୈତିକ ଭାବେ ଆୟ ବହିର୍ଭୁତ ୨.୪୫ କୋଟି ଟଙ୍କା କମାଇଥିବା ଅଭିଯୋଗ ହୋଇଛି

ଅଦ୍ୟତନ ହୋଇଛି
SN Shukla

SN Shukla

Advertisment

କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ(ସିବିଆଇ) ଆହ୍ଲାବାଦ ହାଇକୋର୍ଟର ପୂର୍ବତନ ବିଚାରପତି ଏସ.ଏନ ଶୁକ୍ଲା ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ଆଜି ଦୁର୍ନୀତି ମାମଲା ରୁଜୁ କରିଛି। ସେ ୨୦୧୪ରୁ ୨୦୧୯ ମଧ୍ୟରେ ଆହ୍ଲାବାଦ ହାଇକୋର୍ଟର ବିଚାରପତି ଥିବା ବେଳେ ଅନୈତିକ ଭାବେ ଆୟ ବହିର୍ଭୁତ ୨.୪୫ କୋଟି ଟଙ୍କା କମାଇଥିବା ଅଭିଯୋଗ ହୋଇଛି। ତେଣୁ ସିବିଆଇ ତାଙ୍କ ବିରୋଧରେ ଦୁର୍ନୀତି ମାମଲା ରୁଜୁ କରିଛି। ପୂର୍ବତନ ବିଚାରପତିଙ୍କ ବିରୋଧରେ ଦୁର୍ନୀତି ମାମଲା ରୁଜୁ ହେବା, ଏହା ହେଉଛି ଦ୍ୱିତୀୟ ଘଟଣା। ପୂର୍ବରୁ ୨୦୧୯ରେ ଏକ ମେଡିକାଲ କଲେଜ ପ୍ରତି ଅନୁଗ୍ରହ ଦେଖାଇ ସପକ୍ଷରେ ରାୟ ଦେବା  ଅଭିଯୋଗରେ ସିବିଆଇ ମାମଲା ଦୁର୍ନୀତି ମାମଲା ରୁଜୁ କରିଥିଲା। ଏବେ ଆୟ ବହିର୍ଭୁତ ନେଇ ଆଉ ଏକ ମାମଲା ରୁଜୁ ହୋଇଛି।

Advertisment

ସୁପ୍ରିମକୋର୍ଟର ତତ୍କାଳୀନ ପ୍ରଧାନ ବିଚାରପତି ରଂଜନ ଗୋଗୋଇ ସିବିଆଇକୁ ଆହ୍ଲାବାଦ ହାଇକୋର୍ଟର ସେତେବେଳର ବିଚାରପତି ଥିବା ଏସଏନ ଶୁକ୍ଲାଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଅନୁମତି ପ୍ରଦାନ କରିଥିଲେ। ଜଷ୍ଟିସ୍‍ ଶୁକ୍ଲାଙ୍କ ବିରୋଧରେ ଘରୋଇ ମେଡିକାଲ କଲେଜ ପକ୍ଷ ନେବାର ଅଭିଯୋଗ ରହିଛି। ଅନୁମତି ମିଳିବା ପରେ ସିବିଆଇ ଲକ୍ଷ୍ନୌ ବେଞ୍ଚର ଜଷ୍ଟିସ୍‍ ଶୁକ୍ଲାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନରେ ମାମଲା ରୁଜୁ କରିଛି।
ସେତେବେଳେ ପ୍ରଥମ ଘଟଣା କ୍ରମେ ଜଣେ କାର୍ଯ୍ୟରତ ହାଇକୋର୍ଟ ଜଜଙ୍କ ବିରୋଧରେ ସିବିଆଇ ତଦନ୍ତ ପାଇଁ ସୁପ୍ରିମକୋର୍ଟ କହିଥିଲେ। ସିଜେଆଇଙ୍କ ଅନୁମତି ବିନା କାର୍ଯ୍ୟରତ ଜଜଙ୍କ ବିରୋଧରେ ମାମଲା ରୁଜୁ ହୋଇପାରିବ ନାହିଁ। ତେବେ ଜୁଲାଇ ୨୦୨୦ରେ ବିଚାରପତି ଏସ.ଏନ ଶୁକ୍ଲା ଅବସର ଗ୍ରହଣ କରିଥିଲେ।

ସୂଚନା ଅନୁଯାୟୀ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍‍ ଦୀପକ ମିଶ୍ରଙ୍କ ଦ୍ୱାରା ତଦନ୍ତ ପାଇଁ ଗଠିତ ଆଭ୍ୟନ୍ତରୀଣ କମିଟି ଜଷ୍ଟିସ୍‍ ଶୁକ୍ଲାଙ୍କୁ ଘରୋଇ ମେଡିକାଲ କଲେଜକୁ ଲାଭ ଦେବା ମାମଲାରେ ସମ୍ପୃକ୍ତି ଥିବା ଜଣାପଡ଼ିଥିଲା। ରିପୋର୍ଟ ଅନୁସାରେ ଜଷ୍ଟିସ୍‍ ଶୁକ୍ଲା ଏମବିବିଏସ ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ପ୍ରବେଶ ପାଇଁ ଧାର୍ଯ୍ୟ ସମୟ ସୀମାକୁ କିଛି ଦିନ ଘୁଞ୍ଚାଇ ଦେଇଥିଲେ। ରିପୋର୍ଟ ଆଧାରରେ ସିବିଆଇ ତତ୍କାଳୀନ ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କୁ ପତ୍ର ଲେଖି ଜଷ୍ଟିସ ଶୁକ୍ଲାଙ୍କ ବିରୋଧରେ ତଦନ୍ତ ଆଗକୁ ବଢାଇବା ପାଇଁ ଅନୁମତି ମାଗିଥିଲା।

Advertisment

ଏହି ମାମଲାରେ ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ୍‍ ଦୀପକ ମିଶ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଥିଲେ। ସେ ଏହି ପତ୍ରରେ ଜଷ୍ଟିସ୍‍ ଶୁକ୍ଲାଙ୍କ ଅପସାରଣ ପାଇଁ ସଂସଦରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ କହିଥିଲେ। ସମାନ କଥା ଦୀପକ ମିଶ୍ର ପରେ ରଂଜନ ଗୋଗୋଇ କହିଥିଲେ। କିନ୍ତୁ ସେତେବେଳେ ତାଙ୍କ ବିରୋଧରେ ସଂସଦରେ ମହାଭିଯୋଗ ଅଣାଯାଇ ନଥିଲା। ସେହିପରି ପୂର୍ବତନ ସେଜେଆଇ ଦୀପକ ମିଶ୍ର ଜଷ୍ଟିସ ଶୁକ୍ଲାଙ୍କୁ ତତ୍କାଳ ଇସ୍ତଫା ଦେବା କିମ୍ବା ଧାର୍ଯ୍ୟ ସମୟ ପୂର୍ବରୁ ଅବସର ନେବାକୁ କହିଥିଲେ। ମାତ୍ର ଜଷ୍ଟିସ୍‍ ଶୁକ୍ଲା ତାଙ୍କ କଥା ଶୁଣିନଥିଲେ। ୨୦୧୮ରୁ ଶୁକ୍ଲାଙ୍କୁ କୌଣସି ଆଇନଗତ କାର୍ଯ୍ୟ ଦିଆଯାଇ ନଥିଲା। ଜୁଲାଇ ୨୦୨୦ରେ ବିଚାରପତି ଏସ.ଏନ ଶୁକ୍ଲା ଅବସର ଗ୍ରହଣ କରିଥିଲେ।

India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe