Advertisment

ତାମିଲନାଡୁ ରାଜ୍ୟପାଳଙ୍କ ଉପରେ ମନଇଚ୍ଛା ବର୍ଷିଲେ ସୁପ୍ରିମକୋର୍ଟ

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ୩ ଜଣିଆ ଖଣ୍ଡପୀଠ ଅସନ୍ତୋଷ ପ୍ରକାଶ କରିବା ସହ ରାଜ୍ୟପାଳ ରବି ନିଜର କାର୍ଯ୍ୟପନ୍ଥା ଦ୍ୱାରା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରୁଥିବା କହିଛନ୍ତି।

RN Ravi

RN Ravi

Advertisment

ରାଜ୍ୟ ସରକାରଙ୍କ ସହ ବାରମ୍ବାର ତିକ୍ତତା ସୃଷ୍ଟି କରୁଥିବା ତାମିଲନାଡୁ ରାଜ୍ୟପାଳ ଆରଏନ ରବିଙ୍କ ଉପରେ ସୁପ୍ରିମକୋର୍ଟ ମନଇଚ୍ଛା ବର୍ଷିଛନ୍ତି। ଡିଏମକେ ନେତା କେ ପୋନମୁଡିଙ୍କୁ ରାଜ୍ୟ ସରକାର ପୁଣିଥରେ କ୍ୟାବିନେଟ ମନ୍ତ୍ରୀ କରିବାକୁ ଚାହୁଁଛନ୍ତି।

Advertisment

ଗୋଟିଏ ଅପରାଧିକ ମାମଲାରେ ତାଙ୍କ ଦଣ୍ଡାଦେଶ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇବାରୁ କ୍ଷମତାସୀନ ଡିଏମକେ ସରକାର ପୋନମୁଡିଙ୍କୁ ମନ୍ତ୍ରୀ ପଦ ଦେବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ରାଜ୍ୟପାଳ ଡିଏମକେ ସରକାର ପରମର୍ଶ ଗ୍ରହଣ କରୁ ନାହାନ୍ତି। ଏଥିପାଇଁ ଆଜି ସର୍ବୋଚ୍ଚ ଅଦାଲତ ରାଜ୍ୟପାଳ ରବିଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ୩ ଜଣିଆ ଖଣ୍ଡପୀଠ ଅସନ୍ତୋଷ ପ୍ରକାଶ କରିବା ସହ ରାଜ୍ୟପାଳ ରବି ନିଜର କାର୍ଯ୍ୟପନ୍ଥା ଦ୍ୱାରା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରୁଥିବା କହିଛନ୍ତି।

Advertisment

ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି, ଏହି ମାମଲାରେ ରାଜ୍ୟପାଳ ଯେଉଁ ଭଳି କାମ ସବୁ କରୁଛନ୍ତି, ତା’କୁ ନେଇ ଆମେ ଗଭୀର ଭାବେ ଚିନ୍ତିତ। ସେ ଭାରତର ସୁପ୍ରିମକୋର୍ଟଙ୍କୁ ଅବମାନା କରିଛନ୍ତି। ଯେତେବେଳେ ଦଣ୍ଡାଦେଶ ଉପରେ କୋର୍ଟ ରୋକ ଲଗାଉଛନ୍ତି, ସେଥିରେ ରାଜ୍ୟପାଳଙ୍କ ଅନ୍ୟ କିଛି କରିବାର କିମ୍ବା କହିବାର ନାହିଁ।

ଆମେ ଆସନ୍ତାକାଲି ଯାଏ ଅପେକ୍ଷା କରିବୁ। ଆସନ୍ତାକାଲି ଯାଏ ଆମେ ରାଜ୍ୟପାଳଙ୍କ ଉପରେ ସବୁ କିଛି ଛାଡ଼ୁଛୁ। ଅନ୍ୟଥା କିଛି ବି ନିର୍ଦ୍ଦେଶ ଦିଆଯାଇ ପାରେ। ଆମେ ବର୍ତ୍ତମାନ କିଛି ବି କହୁନୁ ବୋଲି ସିଜେଆର ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟାରମଣୀଙ୍କୁ କହିଛନ୍ତି।

ସିଜେଆଇ ଆହୁରି କହିଛନ୍ତି ଯେ ସମ୍ବିଧାନ ଅନୁସାରେ ରାଜ୍ୟପାଳ କାମ କରନ୍ତୁ ବୋଲି କଡ଼ା ନିର୍ଦ୍ଦେଶ ଜାରି କରିବା ଠାରୁ ଆମେ ଦୂରେଇ ରହିବାକୁ ଚାହୁଁଛୁ। ଏପରି ସ୍ଥିତି ଯେମିତି ନ ଆସିବ, ସେଥିପାଇଁ ଆମେ ଆସନ୍ତାକାଲି ଯାଏ ସମୟ ଦେଉଛୁ।

ପୋନମୁଡିଙ୍କୁ ପୁଣି ମନ୍ତ୍ରୀ ଭାବେ ନିଯୁକ୍ତି ଦେବା ପାଇଁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ସୁପାରିସ କରିଥିଲେ। ଏହି ସୁପାରିସରେ ମୋହର ମାରିବା ପାଇଁ ରାଜ୍ୟପାଳଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଦାବି କରି ଡିଏମକେ ସରକାର ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ।

ପୋନମୁଡିଙ୍କୁ ଗୋଟିଏ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ୩ ବର୍ଷ ଜେଲଦଣ୍ଡ ମିଳିଥିଲା। ଏହା ବିରୋଧରେ ସେ ସୁପ୍ରିମକୋର୍ଟ ଯାଇଥିଲେ। ମାର୍ଚ୍ଚ ୧୧ରେ ତାଙ୍କ ଦଣ୍ଡାଦେଶ ଉପରେ ସର୍ବୋଚ୍ଚ ଅଦାଲତ ରୋକ ଲଗାଇଥିଲେ।

ସୁପ୍ରିମକୋର୍ଟ କହିଛନ୍ତି, ରାଜ୍ୟପାଳ ହେଉଛନ୍ତି କେବଳ ଜଣେ ନାମମାତ୍ର ମୁଖ୍ୟ। ତାଙ୍କର କାମ ହେଲା ନିର୍ବାଚିତ ସରକାରଙ୍କ ସହ ଆଲୋଚନା କରିବା ଓ ନିଷ୍ପତ୍ତିକୁ ପାଳନ କରିବା। ଆମେ ସମସ୍ତେ ଆଇନର ବନ୍ଧନରେ ଆବଦ୍ଧ ହୋଇ ରହିଛେ ତ? କେମିତି ସାମ୍ବିଧାନକ ପଦରେ ଥିବା ବ୍ୟକ୍ତି ଏମିତି କହିପାରିବେ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। 

Tamilnadu Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe