Advertisment

ଏଣିକି ଡ୍ରୋନ୍ କରିବ ବ୍ଲଡ୍ ଡେଲିଭରି, ଉଡ଼ି ଉଡ଼ିଯିବ ରକ୍ତଥଳୀ

ରକ୍ତ ଅଭାବରୁ ଆଉ ଅକାଳରେ ଚାଲି ଯିବନି ଜୀବନ । ଖୁବ୍‌ ଶୀଘ୍ର ଦୂରଦୂରାନ୍ତକୁ ଡ୍ରୋନ୍ କରିବ ବ୍ଲଡ୍ ଡେଲିଭରି । ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଉଡ଼ି ଉଡ଼ିଯିବ ରକ୍ତଥଳୀ।

Blood

Blood

Advertisment

ରକ୍ତ ଅଭାବରୁ ଆଉ ଅକାଳରେ ଚାଲି ଯିବନି ଜୀବନ । ଆବଶ୍ୟକତାସ୍ଥଳେ ଦୂରଦୂରାନ୍ତକୁ ଡ୍ରୋନ୍ କରିବ ବ୍ଲଡ୍ ଡେଲିଭରି । ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଉଡ଼ି ଉଡ଼ିଯିବ ରକ୍ତଥଳୀ। ଚିକିତ୍ସା କ୍ଷେତ୍ରରେ ଡ୍ରୋନ ଟେକନୋଲଜିର ଆରମ୍ଭ ହୋଇଛି ସଫଳ ପ୍ରୟୋଗ। ଏହାର ପ୍ରୟୋଗ ଏବେ ରାଜଧାନୀ ଦିଲ୍ଲୀରେ ଆରମ୍ଭ ହୋଇଥିବା ବେଳେ ଖୁବ୍‌ ଶୀଘ୍ର ଦେଶର ଅନ୍ୟ ଅଞ୍ଚଳରେ ବି କରାଯିବ ।

Advertisment

ଦିଲ୍ଲୀରେ ଡ୍ରୋନ୍ ଜରିଆରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ରକ୍ତ ଥଳୀ ପରିବହନ କରାଯାଇଛି। ଦିଲ୍ଲୀରେ ପ୍ରଥମ ଥର ପାଇଁ ଡ୍ରୋନ ମାଧ୍ୟମରେ ଏଭଳି ରକ୍ତ ପ୍ରେରଣ ପରୀକ୍ଷଣ କରିଛି ICMR। ଆଉ କିଛି ପର୍ଯ୍ୟାୟ ପରୀକ୍ଷଣ ପରେ ସାରା ଦେଶରେ ଏଥିପାଇଁ ଅନୁମତି ଦିଆଯିବ ବୋଲି ଆଇସିଏମଆରର ମହାନିର୍ଦ୍ଦେଶକ ଡ. ରାଜୀବ ବେହଲ କହିଛନ୍ତି ।

ରକ୍ତ ପରୀକ୍ଷଣ ପାଇଁ କେତେକ ନିର୍ଦ୍ଦିଷ୍ଟ ମାନଦଣ୍ଡ ରହିଛି। ରକ୍ତକୁ ନିର୍ଦ୍ଦିଷ୍ଟ ତାପମାତ୍ରାରେ ପ୍ରେରଣ କରାଯାଇଥାଏ । ଡ୍ରୋନ ମାଧ୍ୟମରେ ନିର୍ଦ୍ଦିଷ୍ଟ ତାପମାତ୍ରା ଥିବା ବାକ୍ସରେ ରକ୍ତ ଥଳିକୁ ରଖି ପରିବହନ କରାଯାଇଥିଲା । ଏହା ପରେ ରକ୍ତର ଗୁଣବତ୍ତାକୁ ପରୀକ୍ଷା କରାଯାଇଥିଲା । ରକ୍ତର ଗୁଣବତ୍ତାରେ କୌଣସି ପରିବର୍ତ୍ତନ ହୋଇନଥିବା ପରୀକ୍ଷାରୁ ଜଣାପଡ଼ିଲା।

Advertisment

ଅନେକ ସମୟରେ ରକ୍ତ ଅଭାବରୁ ରୋଗୀ ଅକାଳ ମୃତ୍ୟୁମୁଖରେ ପଡ଼ୁଛନ୍ତି। ତେଣୁ ଡ୍ରୋନ୍ ଜରିଆରେ ଦୂରଦୂରାନ୍ତ ଅଞ୍ଚଳରେ ଖୁବ୍‌ କମ୍‌ ସମୟରେ ରକ୍ତ ପହଞ୍ଚାଇବାର ବ୍ୟବସ୍ଥା ରୋଗୀଙ୍କ ପାଇଁ ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି।

ଏନେଇ ଆଇସିଏମ୍‌ଆର ଡିଜି କହିଛନ୍ତି, ଅଧିକ ଉଚ୍ଚତାରେ ଯିବା ବେଳେ ଯେପରି ରକ୍ତର ଗୁଣବତ୍ତାରେ କୌଣସି ପରିବର୍ତ୍ତନ ନ ହେବ ତାହା ଉପରେ ନଜର ରଖିଥିଲୁ। ଏହି ପରୀକ୍ଷଣ ପରେ ଆମେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛୁ। ତେଣୁ ଆଗାମୀ ଦିନରେ ଦେଶର ବିଭିନ୍ନ ଅଞ୍ଚଳରେ ଡ୍ରୋନ ସାହାଯ୍ୟରେ ରକ୍ତ ଡେଲିଭରି କରାଯିବାକୁ ପ୍ରାଥମିକତା ଦିଆଯିବ ।

Delhi Drone Airlifts Medicines
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe