Advertisment

ଏଣିକି ଭାରତରେ ତିଆରି ହେବ ଯୁଦ୍ଧ ବିମାନ ଇଞ୍ଜିନ, GE ସହ ଡିଲ୍‌ ଫାଇନାଲ

GE ଏରୋସ୍ପେସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ମଧ୍ୟରେ ଏପରି ଏମଓୟୁ ଗୋଟିଏ ବଡ଼ ମାଇଲଖୁଣ୍ଟ ଭାବେ ଉଭା ହୋଇଛି। ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଭାଗିତାକୁ ଅଧିକ ମଜବୁତ କରିବାକୁ ଏହା ବଡ଼ ଭୂମିକା ନିର୍ବାହ କରିବ।

GE

GE

Advertisment

ଭାରତୀୟ ବାୟୁସେନା ବ୍ୟବହାର କରୁଥିବା ଯୁଦ୍ଧ ବିମାନର ଇଞ୍ଜିନ ଏଣିକି ଭାରତରେ ହିଁ ତିଆରି ହେବ। ଏଥିପାଇଁ ହିନ୍ଦୁସ୍ତାନ ଏରୋନଟିକ୍ସ ପ୍ରାଇଭେଟ ଲିଃ ସହ ଚୁକ୍ତି କରିଛି ଆମେରିକାର ଜେନେରାଲ ଇଲେକ୍ଟ୍ରିକ(GE) ଅରୋସ୍ପେସ। GE ସହାୟତାରେ ହାଲରେ ହିଁ ବାୟୁସେନାର ଯୁଦ୍ଧ ବିମାନ ଗୁଡ଼ିକର ଇଞ୍ଜିନକୁ ତିଆରି କରାଯିବ। ଏନେଇ ଚୁକ୍ତି ସ୍ୱାକ୍ଷରିତ ହୋଇ ସାରିଛି।

Advertisment

ଐତିହାସିକ ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୱାଶିଂଟନରେ GEର ଅଧ୍ୟକ୍ଷ ଏଚ୍‌ ଲରେନ୍ସ କୁଲପ ଜୁନିୟରଙ୍କୁ ଭେଟିଥିଲେ। ଏହି ଭେଟଘାଟ ପରେ ଉକ୍ତ ବହୁରାଷ୍ଟ୍ରୀୟ କମ୍ପାନୀର ଏରୋସ୍ପେସ ଶାଖା ଘୋଷଣା କରିଛି ଯେ ସେମାନେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଇଞ୍ଜିନ ହାଲ୍‌ ସହ ମିଶି ତିଆରି କରିବାକୁ ଚୁକ୍ତି ସ୍ୱାକ୍ଷର କରିଛନ୍ତି।

GE ଏରୋସ୍ପେସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ମଧ୍ୟରେ ଏପରି ଏମଓୟୁ ଗୋଟିଏ ବଡ଼ ମାଇଲଖୁଣ୍ଟ ଭାବେ ଉଭା ହୋଇଛି। ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଭାଗିତାକୁ ଅଧିକ ମଜବୁତ କରିବାକୁ ଏହା ବଡ଼ ଭୂମିକା ନିର୍ବାହ କରିବ।

Advertisment

ବୁଝାମଣା ଅନୁଯାୟୀ, GE ଏରୋସ୍ପେସର ଏଫ୪୧୪ ଇଞ୍ଜିନ ମିଳିତ ଭାବେ ଭାରତରେ ତିଆରି କରାଯିବ। ଏଥିପାଇଁ ଆବଶ୍ୟକ ରପ୍ତାନୀ ସାମଗ୍ରୀର ଅନୁମତି ସକାଶେ କମ୍ପାନୀ ଆମେରିକା ସରକାରଙ୍କ ସହ ମିଳିତ ଭାବେ କାମ କରିବ। ଏହା ଭାରତୀୟ ବାୟୁସେନାର ଲାଇଟ କମ୍ବାଟ ଏୟାରକ୍ରାଫ୍ଟ ଏମକେ ୨ କାର୍ଯ୍ୟକ୍ରମର ଅଂଶ ବିଶେଷ ବୋଲି ବିବୃତିରେ କୁହାଯାଇଛି।

GE ମୁଖ୍ୟ ଏଚ୍‌ ଲରେନ୍ସ ଏପରି ଚୁକ୍ତିକୁ ଐତିହାସିକ କହିଛନ୍ତି। ସେ କହିଛନ୍ତି, ଭାରତ ଓ ହାଲ ସହ ଆମର ଦୀର୍ଘକାଳୀନ ସମ୍ପର୍କ ପାଇଁ ଏପରି ଏକ ଐତିହାସିକ ଚୁକ୍ତି ସମ୍ଭବ ହୋଇପାରିଛି। ଆମେ(ଆମେରିକା) ରାଷ୍ଟ୍ରପତି ଜୋ ବାଇଡେନ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଥିବା ସମ୍ପର୍କର ଗଭୀରତାକୁ ଆଗକୁ ନେବାରେ ସ୍ୱତନ୍ତ୍ର ଭୂମିକା ନିର୍ବାହ କରିଛୁ। ଏଥିପାଇଁ ଆମେ ଗର୍ବିତ।

ଆମର ଏଫ୪୧୪ ଇଞ୍ଜିନ ଅତ୍ୟନ୍ତ ଆଧୁନିକ। ଏହାର ତୁଳନା କାହା ସହ କରାଯାଇ ପାରିବ ନାହିଁ। ଏହା ଦୁଇ ଦେଶକୁ ମହତ୍ତ୍ୱପୂର୍ଣ୍ଣ ଆର୍ଥିକ ଓ ରାଷ୍ଟ୍ରୀୟ ସୁରକ୍ଷା କ୍ଷେତ୍ରରେ ଲାଭ ଦେବ। କାରଣ ଆମେ ଗ୍ରାହକଙ୍କୁ ସବୁଠାରୁ ଭଲ ଇଞ୍ଜିନ ତିଆରି କରିବାରେ ସହାୟତା କରିଥାଉ। ଏହାଦ୍ୱାରା ସେମାନଙ୍କ ପ୍ରତିରକ୍ଷା କ୍ଷେତ୍ର ଅଧିକ ମଜବୁତ ହୋଇପାରିବ ବୋଲି ସେ କହିଛନ୍ତି।

GE414 ଇଞ୍ଜିନ ଭାରତୀୟ ଜ୍ଞାନକୌଶଳରେ ତିଆରି ହୋଇଥିବା ତେଜାସ ଯୁଦ୍ଧ ବିମାନ ଏମକେ ୨କୁ ଅଧିକ ଶକ୍ତିଶାଳୀ କରିବ।

USA IAF
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe