Advertisment

ନାବାଳିକା ଗର୍ଭବତୀଙ୍କୁ ମିଳିଲାନି ଗର୍ଭପାତ ଅନୁମତି, ଜଜ୍‌ କହିଲେ- ‘ମନୁସ୍ମୃତି’ ଗ୍ରନ୍ଥ ପଢ଼

ଏହି ମାମଲାର ଶୁଣାଣି କରି ଜଜ୍‌ ଡାଭେ ନାବାଳିକାଙ୍କୁ କହିଛନ୍ତି, ତୁମ ମା’ ଓ ଜେଜେମା’ଙ୍କୁ ସେମାନଙ୍କ ବିବାହ ବୟସ ସମ୍ପର୍କରେ ପଚାର । ସେମାନେ ମଧ୍ୟ ୧୪-୧୫ ବର୍ଷ ବୟସରେ ବିବାହ କରିଥିବେ ଓ ୧୬-୧୭ ବର୍ଷରେ ମା’ ହୋଇଥିବେ।

ଅଦ୍ୟତନ ହୋଇଛି
Pregnant lady

Pregnant lady

Advertisment

‘ବିଗତ ଦିନମାନଙ୍କରେ ଝିଅମାନେ ୧୪-୧୫ ବର୍ଷରେ ବିବାହ କରୁଥିଲେ ଓ ୧୭ ବର୍ଷରେ ମା’ ହୋଇପାରୁଥିଲେ। ଏଥିରେ ସେମାନେ କୌଣସି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉ ନ ଥିଲେ। ତେଣୁ ୧୭ ବର୍ଷରେ ପ୍ରସବ କଲେ ତୁମେ ମଧ୍ୟ ସେପରି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବନି। ଏଥିରେ କୌଣସି ସନ୍ଦେହ ଥିଲେ ‘ମନୁସ୍ମୃତି’ ଗ୍ରନ୍ଥ ପଢ଼ । ତୁମର ସବୁ ସନ୍ଦେହ ଦୂର ହୋଇଯିବ । ’ ମା’ ହେବାକୁ ଯାଉଥିବା ଜଣେ ୧୭ ବର୍ଷୀୟା ବଳାତ୍କାର ପୀଡ଼ିତା ଗର୍ଭପାତ କରିବାକୁ ଅନୁମତି ମାଗିଥିବା ବେଳେ ଏପରି ରାୟ ଶୁଣାଇଛନ୍ତି ଗୁଜରାଟ ହାଇକୋର୍ଟ।

Advertisment

ନାବାଳିକାଜଣକ ବଳାତ୍କାରର ଶିକାର ହୋଇ ଗର୍ଭବତୀ ହୋଇଥିଲେ। ନାବାଳିକାଜଣକ ୭ ମାସର ଗର୍ଭବତୀ ହୋଇ ସାରିବା ପରେ ତାଙ୍କ ବାପା ଓ ପରିବାର ଲୋକେ ଏ ସମ୍ପର୍କରେ ଜାଣି ଗର୍ଭପାତ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ।

ବଳାତ୍କାର ପୀଡ଼ିତାଙ୍କ ଓକିଲ କରିଥିବା ଯୁକ୍ତି ଅନୁଯାୟୀ, ନାବାଳିକାଙ୍କ ବୟସ ଏବେ ୧୬ ବର୍ଷ ୧୧ ମାସ। ସେ ଆସନ୍ତା ଅଗଷ୍ଟ ୧୮ ତାରିଖ ସୁଦ୍ଧା ପ୍ରସବ କରିବେ। ନାବାଳିକାଜଣକ ଏବେ ୨୮ ସପ୍ତାହର ଗର୍ଭବତୀ ଅଛନ୍ତି। ଅର୍ଥାତ ପ୍ରସବ ବେଳକୁ ତାଙ୍କୁ ୧୭ ବର୍ଷ ହୋଇଥିବ । ତେଣୁ ତାଙ୍କୁ ତୁରନ୍ତ ଗର୍ଭପାତ ଅନୁମତି ଦେବାକୁ ତାଙ୍କ ଓକିଲ ଜଜଙ୍କ ନିକଟରେ ଗୁହାରି ହୋଇଛନ୍ତି। ଜଷ୍ଟିସ ସମୀର ଜେଜେ ଡାଭେଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି।

Advertisment

ଏହି ମାମଲାର ଶୁଣାଣି କରି ଜଜ୍‌ ଡାଭେ ନାବାଳିକାଙ୍କୁ କହିଛନ୍ତି, ତୁମ ମା’ ଓ ଜେଜେମା’ଙ୍କୁ ସେମାନଙ୍କ ବିବାହ ବୟସ ସମ୍ପର୍କରେ ପଚାର । ସେମାନେ ମଧ୍ୟ ୧୪-୧୫ ବର୍ଷ ବୟସରେ ବିବାହ କରିଥିବେ ଓ ୧୬-୧୭ ବର୍ଷରେ ମା’ ହୋଇଥିବେ। ତୁମ ବୟସ ଅନୁଯାୟୀ, ଆଉ କିଛି ମାସର ଅନ୍ତର ରହୁଛି। ହେଲେ ଏହା ସେପରି କିଛି ଫରକ ପକାଇବ ନାହିଁ। ତୁମେ ‘ମନୁସ୍ମୃତି’ ଗ୍ରନ୍ଥ ପଢ଼, ତୁମର ସବୁ ସନ୍ଦେହ ଦୂର ହୋଇଯିବ ।

‘ମନୁସ୍ମୃତି’ ଗ୍ରନ୍ଥକୁ ମନୁ ଋଷି ରଚନା କରିଥିବା ବେଳେ ଏହା ଏକ ବହୁ ପୁରୁଣା ହିନ୍ଦୁଶାସ୍ତ୍ର ଗ୍ରନ୍ଥ । ଏଥିରେ ଆମ ସାମାଜିକ ନିୟମ ଓ ଚଳଣୀ ବିଷୟରେ ବିସ୍ତୃତ ଭାବେ ଉଲ୍ଲେଖ ଅଛି।

ଏଥିସହ ଜଜ୍‌ ତୁରନ୍ତ ନାବାଳିକାଙ୍କ ମେଡିକାଲ ଚେକଅପ୍‌ ପାଇଁ ନିର୍ଦ୍ଦେଶ ଦେଇଥିଲେ। ରାଜକୋଟ ସିଭିଲ ହସ୍ପିଟାଲରେ ନାବାଳିକାଙ୍କ ମେଡିକାଲ ଚେକଅପ୍‌ ହୋଇଥିବା ବେଳେ ଏଥିନିମନ୍ତେ ଏକ ଡାକ୍ତରୀ ଟିମ୍‌ ଗଠିତ ହୋଇଥିଲା। ଚେକଅପ୍‌ ପରେ ନାବାଳିକାଙ୍କ ସମତେ ଗର୍ଭରେ ଥିବା ତାଙ୍କ ଶିଶୁ ବି ସୁସ୍ଥ ଥିବା ଜଣାଯାଇଛି।

ଏପରି ସ୍ଥିତିରେ କିପରି ଏକ ନିଷ୍ପାପ ଛୁଆର ହତ୍ୟା କରିବାକୁ ନିର୍ଦ୍ଦେଶ ଦେବୁ ବୋଲି ପଚାରିଛନ୍ତି ଜଜ୍‌। ଏଥିସହ ନାବାଳିକାଜଣକ ପିଲାଟିର ଦାୟିତ୍ୱ ନ ନେବାକୁ ଚାହିଁଲେ ଯେକୌଣସି ଚାଇଲ୍ଡ ଲାଇନ୍‌କୁ ହସ୍ତାନ୍ତର କରି ପାରନ୍ତି ବୋଲି ସେ କହିଛନ୍ତି । ଉଭୟ ମା’ ଓ ଛୁଆଙ୍କ ସ୍ୱାସ୍ଥ୍ୟ ଭଲ ଥିବାରୁ ଗର୍ଭପାତ ଅନୁମତି ଦେଇ ପାରିବେନି ବୋଲି ସଫା ସଫା ମନା କରିଛନ୍ତି ବିଚାରପତି ।

୨୦୨୧ ମସିହାର ମେଡିକାଲ ଟର୍ମିନେସନ ଅଫ୍‌ ପ୍ରେଗନାନ୍ସି ଆକ୍ଟ ଅନୁଯାୟୀ, ବଳାତ୍କାର ପୀଡ଼ିତାଜଣକ ୨୪ ସପ୍ତାହର ଗର୍ଭବତୀ ହୋଇଥିଲେ ଓ ଗର୍ଭପାତ କରିବାକୁ ଚାହୁଁଥିଲେ ତାଙ୍କୁ ଅନୁମତି ଦିଆଯାଇଥାଏ । ଏବଂ ୨୪ ସପ୍ତାହ ଅତିକ୍ରମ କରିଥିଲେ କେବଳ ଅତି ବିଶେଷ କ୍ଷେତ୍ରରେ ଯେପରି ଯଦି ଗର୍ଭରେ ଥିବା ଶିଶୁଟି କ୍ଷେତ୍ରରେ କୌଣସି ପ୍ରକାର ଗୁରୁତର ଶାରୀରିକ ସମସ୍ୟା ଦେଖାଦେଲେ ସେ କ୍ଷେତ୍ରରେ ଗର୍ଭପାତ ଅନୁମତି ଦିଆଯାଇଥାଏ।

ବିଶେଷ କ୍ଷେତ୍ରରେ ୨୦୨୨ ମସିହା ଜୁଲାଇରେ ୨୬ ସପ୍ତାହର ଗର୍ଭବତୀ ହୋଇଥିବା ଜଣେ ୧୩ ବର୍ଷୀୟା ନାବାଳିକାଙ୍କୁ ଦିଲ୍ଲୀ ହାଇକୋର୍ଟ ଗର୍ଭପାତର ଅନୁମତି ଦେଇଥିବା ବେଳେ ଅଗଷ୍ଟ ୨୦୨୨ରେ ୨୮ ସପ୍ତାହର ଗର୍ଭବତୀ ହୋଇଥିବା ଜଣେ ନାବାଳିକାଙ୍କୁ କେରଳ ହାଇକୋର୍ଟ ଗର୍ଭପାତର ଅନୁମତି ଦେଇଥିଲେ।

High Court Minor Girl Rapped Gujarat Judgement
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe