ନଦୀରେ ଭାସିଗଲା ସେନା ଟ୍ୟାଙ୍କ, ୫ ଯବାନ ସହିଦ

ସହିଦ ଯବାନଙ୍କ ମଧ୍ୟରେ ଜଣେ ଜେସିଓ ମଧ୍ୟ ଥିବା କୁହାଯାଉଛି।

Representational Image

  • Published: Saturday, 29 June 2024
  • , Updated: 29 June 2024, 01:52 PM IST

ଚୀନ୍ ସୀମାରେ ଏଲଏସିରେ ଅଭ୍ୟାସ ବେଳେ ବଡ଼ ଅଘଟଣ। ଜମ୍ମୁ କଶ୍ମୀର ଲଦାଖରେ ନଦୀରେ ବୁଡ଼ିଲା ଭାରତୀୟ ସେନାର ଟ୍ୟାଙ୍କ। ଫଳରେ ଏଥିରେ ୫ ଜଣ ଯାବାନରେ ସହିଦ ହୋଇଥିବା ସୂଚନା ମିଳିଛି।

ଦୌଲତବେଗ ଓଲ୍ଡି ଅଞ୍ଚଳରେ ସେନାର ଯବାନ ଟ୍ୟାଙ୍କ ଅଭ୍ୟାସ କରୁଥିବା ବେଳେ ନଦୀରେ ଅଚାନକ ଜଳସ୍ତର ବଢ଼ିଥିଲା। ଜଳସ୍ତର ବଢିବା କାରଣରୁ ଟ୍ୟାଙ୍କ୍ ନଦୀରେ ଭାସି ଯାଇଥିଲା। ଏହି ଦୁର୍ଘଟଣାରେ ସେନାର ୫ ଜଣ ଯବାନ ସହିଦ ହୋଇଥିବା କୁହାଯାଉଛି।  ମୃତକଙ୍କ ଭିତରେ ଅଛନ୍ତି ଜଣେ ଜେସିଓ ଏବଂ ୪ ଜଣ ଯବାନ। ସମସ୍ତଙ୍କର ମୃତଦେହ ଉଦ୍ଧାର ହୋଇଛି। ଏନେଇ ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 

କୁହାଯାଉଛି ଯେ ଦୁର୍ଘଟଣାଗ୍ରସ୍ତ ଟାଙ୍କଟି ହେଉଛି T-72। ସରକାରୀ ସୂତ୍ରରୁ ପ୍ରକାଶ ଯେ ଏହି ଟ୍ୟାଙ୍କ ଏକ ଟ୍ରେନିଂ ମିଶନରେ ଥିଲା, ଯେଉଁଥିରେ ଏକ ନଦୀ ପାର ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ​​

ଗତ ରାତି ଗୋଟାଏ ବେଳେ ଦୌଲତ ବେଗ ଓଲଡି ଅନ୍ତର୍ଗତ ବୋଧି ନଦୀରେ ବୁଡ଼ି ଯାଇଥିଲା ସେନାର ଗୋଟିଏ T-72  ଟ୍ୟାଙ୍କ। ସେନା ପକ୍ଷରୁ ବୋଧି ନଦୀରେ ଅଭ୍ୟାସ ଚାଲିଥିଲା। ଏତିକି ବେଳେ ହଠାତ୍ ମାଡି ଆସିଥିଲା ପାଣି।  ବଢି ପାଣିରେ ବୁଡ଼ି ଯାଇଥିଲା T-72 ଟ୍ୟାଙ୍କ। ଏହି ଟ୍ୟାଙ୍କରେ ୫ ଜଣ ଯବାନ ଥିଲେ।  

Related story