/odisha-reporter/media/media_files/2025/10/10/gp-mehra-2025-10-10-14-01-58.jpg)
ଇଞ୍ଜିନିୟର ଜିପି ମେହରା
ବାବୁଙ୍କ ସମ୍ପତ୍ତି ଦେଖି ସମସ୍ତେ ଜଳକା। ରେଡ ବେଳେ ମିଳିଛି ପୁଳାପୁଳା ଟଙ୍କା, ସୁନା, ଦାମୀ ଗାଡ଼ି। ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ବାବୁଙ୍କ ଫାର୍ମ ହାଉସରେ ଥିବା ବିପୁଳ ପରିମାଣର ମହୁ। ମାଛ ଚାଷ ଚାଲିଥି ପୋଖରୀ ଓ ଅନେକ କୋଟେଜ। ଦୁର୍ନୀତି ବିରୋଧୀ ଲୋକାୟୁକ୍ତଙ୍କ ପକ୍ଷରୁ ପୂର୍ତ୍ତ ବିଭାଗର ଅବସର ପ୍ରାପ୍ତ ମୁଖ୍ୟ ଯନ୍ତ୍ରୀ ଜିପି ମେହରାଙ୍କ ବିଭିନ୍ନ ଠିକଣାରେ ରେଡ କରାଯାଇଛି। ଏହି ସମୟରେ ବାବୁଙ୍କ ପାଖରେ ଥିବା ପାହାଡ଼ ସଦୃଶ ସମ୍ପତ୍ତିର ପତ୍ତା ମିଳିଛି।
ଆୟ ଠାରୁ ଅଧିକ ସମ୍ପତ୍ତି ଠୁଲ କରିବା ଭଳି ଗୋଟିଏ ସାଧାରଣ ମାମଲା ଭଳି ଲୋକାୟୁକ୍ତ ରେଡ କରିଥିଲେ। କିନ୍ତୁ ରେଡ ବେଳେ ମଧ୍ୟପ୍ରଦେଶ(Madhya Pradesh)ର ଅନ୍ୟତମ ବଡ଼ ଦୁର୍ନୀତି ସାମ୍ନାକୁ ଆସିଛି। ଜିପି ମେହରାଙ୍କ ପାଖରେ ଥିବା ସମ୍ପତ୍ତିକୁ ଗଣିଗଣି ହାଲିଆ ହୋଇଛନ୍ତି ରେଡ କରିବାକୁ ଆସିଥିବା ଅଧିକାରୀ।
ଶ୍ରୀ ମେହରାଙ୍କ ଠିକଣାରୁ ଏତେ ପରିମାଣର ନଗଦ ଟଙ୍କା ମିଳିଛି ଯେ ସେଗୁଡ଼ିକୁ ଗଣିବା ପାଇଁ ଏକାଧିକ ମେସିନ ମଗା ଯାଇଥିଲା। ବର୍ତ୍ତମାନ ସୁଦ୍ଧା ତାଙ୍କ ପାଖରୁ ୩ କୋଟି ଟଙ୍କାର ସୁନା ଓ କେଜି କେଜି ରୁପା ଅଳଙ୍କାର ମିଳିସାରିଲାଣି। କିନ୍ତୁ ତାଙ୍କ ଫାର୍ମ ହାଉସରୁ ୧୭ ଟନର ମହୁ ବସ୍ତା ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
/filters:format(webp)/odisha-reporter/media/media_files/2025/10/10/raid-1-2025-10-10-14-03-02.jpg)
ଲୋକାୟୁକ୍ତର ୪ ଜଣ ଡିଏସପି ପାହ୍ୟାର ଅଧିକାରୀଙ୍କ ନେତୃତ୍ୱରେ ଭୋପାଲ ଓ ନର୍ମଦାପୁରମର ୪ଟି ସ୍ଥାନରେ ଗୁରୁବାର ସକାଳୁ ଏକକାଳୀନ ରେଡ ହୋଇଥିଲା। ଏହି ସମୟରେ ମେହରାଙ୍କ ମଣିପୁରମ କଲୋନୀରେ ଥିବା ବିଳାସପୂର୍ଣ୍ଣ ଘରୁ ନଗଦ ୮.୭୯ ଲକ୍ଷ ଟଙ୍କା, ୫୦ ଲକ୍ଷ ଟଙ୍କାର ସୁନା ଓ ୫୬ ଲକ୍ଷ ଟଙ୍କାର ଫିକ୍ସଡ ଜମାର କାଗଜପତ୍ର ମିଳିଛି।
ହେଲେ ତାଙ୍କର ପ୍ରକୃତ ଖଜାନାର ଠିକଣା ଥିଲା ଡାନା ପାଣି ନିକଟ ଓପାଲ ରେଜେନ୍ସିରେ ଥିବା ବିରାଟକାୟ ଆପାର୍ଟମେଣ୍ଟ। ଏଠାରୁ ଅଧିକାରୀମାନେ ନଗଦ ୨୬ ଲକ୍ଷ ଟଙ୍କା, ୩.୫ କୋଟିର ସୁନା ଓ ୫.୫ କେଜି ଓଜନର ରୁପା ଜବତ କରିଛନ୍ତି।
ନର୍ମଦାପୁରମର ସୈନି ଗାଁରେ ଥିବା ଶ୍ରୀ ମେହରାଙ୍କ ଫାର୍ମା ହାଉସକୁ ଦେଖି ମଧ୍ୟ ଅଧିକାରୀମାନେ ସ୍ତବ୍ଧ ହୋଇଛନ୍ତି। କାରଣ ଏଠାରୁ ମିଳିଛି ୧୭ ଟନର ମହୁ, ୬ଟି ଟ୍ରାକ୍ଟ, ନିର୍ମାଣଧୀନ ୩୨ଟି କୋଟେଜ, କାମ ସରିଥିବା ୭ଟି କୋଟେଜ ଓ ମାଛ ଚାଷ ଚାଲିଥିବା ପୋଖରୀ ଠାବ କରାଯାଇଛି।
/filters:format(webp)/odisha-reporter/media/media_files/2025/10/10/raid-2-2025-10-10-14-03-21.jpg)
ଏହାବାଦ ଶ୍ରୀ ମେହରାଙ୍କ ନାଁରେ ଥିବା ଏକାଧିକ ଦାମୀ କାରକୁ ମଧ୍ୟ ଅଧିକାରୀମାନେ ଜବତ କରିଛନ୍ତି। ଏହା ମଧ୍ୟରେ ଗୋଟିଏ ଫର୍ଡ ଏଣ୍ଡାଭର, ସ୍କୋଡା ସ୍ଲାଭିଆ, କିଆ ସୋନେଟ ଓ ମାରୁତି ସିଆଜ ରହିଛି। ଏହି କାରଗୁଡ଼ିକ ମେହରାଙ୍କ ପରିବାର ଲୋକଙ୍କ ନାଁରେ ପଞ୍ଜିକୃତ ହୋଇଛି। ମେହରା ଏତେ ସମ୍ପତ୍ତି ଗଚ୍ଛିତ କରିଥିବା ବେଳେ ବ୍ୟକ୍ତିଗତ ଭାବେ ଗୋଟିଏ ବିରାଟକାୟ ମନ୍ଦିର ଗାଁରେ ତିଆରି କରିଥିବା ମଧ୍ୟ ରେଡ ବେଳେ ଜଣାପଡ଼ିଛି।
ରେଡ(Raid) ବେଳେ ଅଧିକାରୀମାନେ ଗୋବିନ୍ଦପୁରା ଶିଳ୍ପାଞ୍ଚଳରେ ଥିବା କେଟି ଇଣ୍ଡଷ୍ଟ୍ରୀରେ ମଧ୍ୟ ପହଞ୍ଚିଥିଲେ। ଏହି ବ୍ୟବସାୟିକ ପ୍ରତିଷ୍ଠାନ ସହ ମେହରା ଜଡ଼ିବ ବୋଲି କୁହାଯାଉଛି। ଏଠାରୁ ଅଧିକାରୀମାନେ ବିଭିନ୍ନ ପ୍ରକାରର ସରଞ୍ଜାମ, କଞ୍ଚା ମାଲ, ନଗଦ ୧.୨୫ ଲକ୍ଷ ଟଙ୍କା ଓ ମେହରାଙ୍କ ପରିବାର ଲୋକ ଏହି କମ୍ପାନୀର ପାର୍ଟନର ଭାବେ କାମ କରୁଥିବା ସଂକ୍ରାନ୍ତ କାଗଜପତ୍ର ଠାବ କରିଛନ୍ତି।
/filters:format(webp)/odisha-reporter/media/media_files/2025/10/10/raid-3-2025-10-10-14-03-42.jpg)
ବର୍ତ୍ତମାନ ସୁଦ୍ଧା ମେହରାଙ୍କ ଠିକଣାରୁ ମୋଟ ୩୬.୦୪ ଲକ୍ଷ ଟଙ୍କା, ୨.୬୪୯ କେଜିର ସୁନା, ୫.୫୨୩ କେଜିର ରୁପା, ଜମା ଟଙ୍କା, ବୀମା, ଶେୟାର ଦସ୍ତାବିଜ, ଏକାଧିକ ସମ୍ପତ୍ତି ଓ ୪ଟି ଦାମୀ କାରକୁ ଜବତ କରାଯାଇଛି। ଏବେ ଜବତ ସମ୍ପତ୍ତିର ମୂଲ୍ୟକୁ ଲୋକାୟୁକ୍ତ ପକ୍ଷରୁ ଯାଞ୍ଚ କରାଯାଉଛି। ଫରେନ୍ସିକ ଟିମ ମଧ୍ୟ ଜବତ ଦସ୍ତାବିଜ, ଡିଜିଟାଲ ଫାଇଲ୍ସ ଓ ବ୍ୟାଙ୍କ ରେଡର୍କର ଯାଞ୍ଚ କରାଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
