Advertisment

ପାୱାର ବନାମ ପାୱାର ଲଢ଼େଇ: ଆଜି ଦାଦା- ପୁତୁରା କରିବେ ଶକ୍ତି ପ୍ରଦର୍ଶନ

ଆଜି ଉଭୟ ଗୋଷ୍ଠୀର ବୈଠକ ଅନୁଷ୍ଠିତ ହେବାକୁ ଥିବା ବେଳେ ଯିଏ ସଂଖ୍ୟା ଗରିଷ୍ଠତା ଦେଖାଇ ପାରିବ ସେ ହିଁ ପ୍ରକୃତ ଏନସିପି ବୋଲି ନିଜକୁ ଦାବି କରିପାରିବ । ଏପରି ରାଜନୈତିକ ହଟଚମଟ ଆଜି ମାୟାନଗରୀ ମୁମ୍ବାଇର ଛାତି ଉପରେ ଦେଖିବାକୁ ମିଳିବ ।

ଅଦ୍ୟତନ ହୋଇଛି
Sharad Pawar & Ajit Pawar

Sharad Pawar & Ajit Pawar

Advertisment

ପାୱାର ବନାମ ପାୱାର ଲଢ଼େଇରେ ଆଜି ଆସିବ ନିର୍ଣ୍ଣାୟକ ମୋଡ଼ । ଉଭୟ ଦାଦା- ପୁତୁରା ଶରଦ ପାୱାର ଓ ଅଜିତ ପାୱାର ଙ୍କ ଗୋଷ୍ଠୀ ନିଜକୁ ପ୍ରକୃତ ଏନସିପି ବୋଲି ଦାବି କରୁଥିବା ବେଳେ ଆଜି ହେବ ଶକ୍ତି ପ୍ରଦର୍ଶନ । ଆଜି ଉଭୟ ଗୋଷ୍ଠୀର ବୈଠକ ଅନୁଷ୍ଠିତ ହେବାକୁ ଥିବା ବେଳେ ଯିଏ ସଂଖ୍ୟା ଗରିଷ୍ଠତା ଦେଖାଇ ପାରିବ ସେ ହିଁ ପ୍ରକୃତ ଏନସିପି ବୋଲି ନିଜକୁ ଦାବି କରିପାରିବ । ଏପରି ରାଜନୈତିକ ହଟଚମଟ ଆଜି ମାୟାନଗରୀ ମୁମ୍ବାଇର ଛାତି ଉପରେ ଦେଖିବାକୁ ମିଳିବ ।

Advertisment

ଏନସିପି ନେତା ଅଜିତ ପାୱାର ଓ ଦଳର ପ୍ରତିଷ୍ଠାତା ଶରଦ ପାୱାର ଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି କ୍ଷମତା ଯୁଦ୍ଧ । ଆଜିର ବୈଠକରେ ହିଁ ଦଳର ଭବିଷ୍ୟତ ନିର୍ଦ୍ଧାରଣ ହେବ ବୋଲି ରାଜନୈତିକ ପଣ୍ଡିତ ଗଣନା କରିଛନ୍ତି।

ଆଜିର ବୈଠକରେ ଉପସ୍ଥିତ ରହିବା ନିମନ୍ତେ ଏନସିପି ସୁପ୍ରିମୋ ଶରଦ ପାୱାର ପତ୍ର ଜାରି କରି ଦଳୀୟ କର୍ମକର୍ତ୍ତାଙ୍କୁ ସୂଚନା ଦେଇଛନ୍ତି। ଏଥିସହ ଏନସିପିର କାର୍ଯ୍ୟକାରୀ ଅଧ୍ୟକ୍ଷ ସୁପ୍ରିୟା ସୁଲେ ଓ ପ୍ରଦେଶ ପ୍ରମୁଖ ଜୟନ୍ତ ପାଟିଲ ଏକ ଭିଡିଓ ଜାରି କରି ପାର୍ଟିର ସବୁ କର୍ମକର୍ତ୍ତାଙ୍କୁ ବୈଠକରେ ସାମିଲ ହେବାକୁ ଅପିଲ କରିଛନ୍ତି। ଦଳର ନବ ନିଯୁକ୍ତ ମୁଖ୍ୟ ଜିତେନ୍ଦ୍ର  ଆହ୍ୱାଦ ଆଜି ବୈଠକରେ ଉପସ୍ଥିତି ରହିବାକୁ ଦଳର ସମସ୍ତ ବିଧାୟକ, ଏମପି ଓ କର୍ମକର୍ତ୍ତାଙ୍କ ନିମନ୍ତେ ହ୍ୱିପ୍‌ ଜାରି କରିଛନ୍ତି।

Advertisment

ଅପରପକ୍ଷେ, ଅଜିତ ପାୱାରଙ୍କ ଗୋଷ୍ଠୀର ବୈଠକ ବି ଆଜି ବାନ୍ଦ୍ରାରେ ଅନୁଷ୍ଠିତ ହେବ । ଏହି ବୈଠକରେ ସମସ୍ତେ ଉପସ୍ଥିତ ରହିବାକୁ ଦଳର ପ୍ରଦେଶ ମହାସଚିବ ଶିବାଜୀ ରାଓ ପତ୍ର ଜାରି କରିଛନ୍ତି। ଏହି ପତ୍ର ଦଳର ସବୁ ନିର୍ବାଚିତ ପ୍ରତିନିଧୀଙ୍କ ସମେତ ଜିଳ୍ଲା ସ୍ତରୀୟ ତଥା ତୃଣମୂଳ ସ୍ତରର ନେତାଙ୍କ ନିକଟକୁ ପଠାଯାଇଛି। ଏହି ବୈଠକରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର, ଦଳର ନବନିଯୁକ୍ତ କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରଫୁଲ୍ଲ ପଟେଲ, ରାଜ୍ୟ ପ୍ରମୁଖ ସୁନୀଲ ତଟକରେ ଓ ମନ୍ତ୍ରୀ ଛଗନ ଭୁଜବଲ ଉପସ୍ଥିତ ରହିବେ। ଉଭୟ ପକ୍ଷ ପରସ୍ପରଠୁ ଅଧିକ ଶକ୍ତି ପ୍ରଦର୍ଶନ କରିବାକୁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି।

ଗତ ସୋମବାର ଅଜିତ ପାୱାର ଏକ ସହମତି ଫର୍ମୁଲା ବାହାର କରି ଶରଦ ପାୱାରଙ୍କୁ ନିଜ ରାଷ୍ଟ୍ରୀୟ ଅଧ୍ୟକ୍ଷ ବୋଲି କହିଥିଲେ। ସେ କହିଥିଲେ, ଆମେ ଏବେ ବି ଶରଦ ପାୱାରଙ୍କୁ ଆମ ନେତା ବୋଲି ମାନୁଛୁ, ତେଣୁ ତାଙ୍କ ଫଟୋ ବ୍ୟବହାର କରୁଛୁ।

ଇତି ମଧ୍ୟରେ ଗତକାଲି ଏକ ସାକ୍ଷାତକାରରେ ଏନସିପି ସୁପ୍ରିମୋ କହିଛନ୍ତି, ମୁଁ ଯେଉଁ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ, ଉକ୍ତ ପାର୍ଟିର ମହାରାଷ୍ଟ୍ରର ଅଧ୍ୟକ୍ଷ ଜୟନ୍ତ ପାଟିଲ ଅଟନ୍ତି। ତେଣୁ ଏହି ପାର୍ଟି ପାଖରେ କେବଳ ମୋ’ ଫଟୋ ବ୍ୟବହାର କରିବାର ଅଧିକାର ଅଛି। ଅନ୍ୟମାନଙ୍କୁ ମୁଁ ଏହି ଅନୁମତି ଦେଇନି। ଯେଉଁମାନଙ୍କ ସହ ମୋର ବିଚାରଗତ ମତ ପାର୍ଥକ୍ୟ ଅଛି, ସେମାନଙ୍କୁ ମୁଁ ମୋ ଫଟୋ ବ୍ୟବହାର କରିବାକୁ ଅନୁମତି ଦେଇନି।

ଏହି ଫଟୋ ପଲଟିକ୍ସ ମଧ୍ୟରେ ଅଜିତ ଗ୍ରୁପ୍ଜ୍ ପକ୍ଷରୁ କୁହାଯାଇଛି, ଶରଦ ପାୱାର କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହନ୍ତି । ତେଣୁ ତାଙ୍କ ଫଟୋ ବ୍ୟବହାର କରିବାକୁ ଆମକୁ କେହି ମନା କରି ପାରିବେନି।

ଉଭୟ ପକ୍ଷ ଶରଦ ପାୱାରଙ୍କୁ ନିଜ ନେତା ବୋଲି ମାନୁଥିବା ବେଳେ ଆପୋଷ ସହମତିରେ ନିଷ୍ପତି ନିଆଯିବା ଆବଶ୍ୟକ ବୋଲି ଅଜିତ ପାୱାର କହିଛନ୍ତି। ଏପରି ସ୍ଥିତି ପୁଜିଲେ ନିର୍ବାଚନ ଆୟୋଗ ହିଁ ଶେଷ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।

ଏପସିପିରେ ଚାଲିଥିବା ହାଇଡ୍ରାମାକୁ ଦେଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଆଜି ସନ୍ଧ୍ୟା ୭ଟାରେ ନିଜ ବାସଭବନରେ ଶିବସେନାର ମନ୍ତ୍ରୀଙ୍କ ବୈଠକ ଡାକିଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ସିନ୍ଦେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସ୍ୱାଗତ କରିବାକୁ ନାଗପୁର ଯାଇଥିବା ବେଳେ ବିଳମ୍ବିତ ରାତିରେ ସେଠାରୁ ଫେରି ଏକ ଦଳୀୟ ବୈଠକରେ ଯୋଗ ଦେଇଥିବା ଜଣାଯାଇଛି। ଏହାପରେ ସେ ପୁଣି ନାଗପୁର ଫେରି ଯାଇଥିବା ଜଣାଯାଇଛି।

ଶିବସେନାର ବହୁ ନେତା ଏନସିପି ସରକାରରେ ସାମିଲ ହେବା ଘଟଣାକୁ ସହଜେ ଗ୍ରହଣ କରି ପାରୁ ନାହାନ୍ତି। ଏଥିସହ ସରକାରରେ ସାମିଲ ହେଉ ହେଉ ଅଜିତ ପାୱାରଙ୍କର ଏନସିପି ଗ୍ରୁପ୍‌ ଅର୍ଥ ବିଭାଗ ସମେତ ଯୋଜନା ବିଭାଗ, ଶକ୍ତି ବିଭାଗ, ଜଳସେଚନ ବିଭାଗ ଆଦି ଦାବି କରୁଛନ୍ତି। ଏହାକୁ ନେଇ ଶିବସେନା ଗୋଷ୍ଠୀ ଅସନ୍ତୁଷ୍ଟ ଥିବା ବେଳେ ଏକନାଥ ସିନ୍ଦେ ନିଜ ଦଳୀୟ କର୍ମୀଙ୍କୁ ବୁଝାଶୁଝା କରି ଘଟଣାର ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି।

ଅଜିତ ପାୱାର ନିଜ ପାଖରେ ୪୦ରୁ ଊର୍ଦ୍ଧ୍ୱ ବିଧାୟକଙ୍କ ସମର୍ଥନ ଥିବା ନେଇ ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି। ଅପରପକ୍ଷେ, ଉକ୍ତ ଚିଠିରେ ସାଇନ୍‌ କରିଥିବା ବିଧାୟକ ଏ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ଥିବା କହିଛନ୍ତି। ଏପରିକି ସେମାନଙ୍କ ଅଗଚୋରରେ ଏକ ସାଦା କାଗଜରେ ସେମାନଙ୍କ ସାଇନ୍‌ ନିଆଯାଇଥିବା କହିଛନ୍ତି। ଏପର୍ଯ୍ୟନ୍ତ ଅଜିତ ପାୱାର ଓ ଶରଦ ପାୱାରଙ୍କ ଗୋଷ୍ଠୀ ନିଜର ବହୁ ମତ ସାବ୍ୟସ୍ତ କରି ପାରି ନାହାନ୍ତି। ଯିଏ ଦଳରେ ବହୁ ମତ ସାବ୍ୟସ୍ତ କରି ପାରିବ ଦଳୀୟ ଚିହ୍ନ ତଥା ନାମ ବ୍ୟବହାର କରିବାକୁ ସେ ନିର୍ବାଚନ କମିଶନରଙ୍କ ନିକଟରେ ଦାବି ଜଣାଇ ପାରିବେ।

Sarad Power Maharashtra NCP Ajit Pawar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe