Advertisment

ଓ୍ୱାକଫ୍ ଆକ୍ଟରେ ହେବ ସଂଶୋଧନ, କାଲି ପାସ୍‌ ହୋଇପାରେ ବିଲ୍‌

ୱାକଫ ଆକ୍ଟରେ ପ୍ରାୟ ୪୦ଟି ସଂଶୋଧନକୁ କ୍ୟାବିନେଟ ଅନୁମୋଦନ କରିଛି।

Waqf Act

Waqf Act

Advertisment

ଓ୍ୱାକଫ୍‌ ଆକ୍ଟରେ ହେବ ବଡ଼ ଧରଣର ପରିବର୍ତ୍ତନ। ଏହାର ପ୍ରମୁଖ ସଂଶୋଧନ କରିବାକୁ ଯାଉଛନ୍ତି ମୋଦି ସରକାର। ୱାକଫ ଆକ୍ଟରେ ପ୍ରାୟ ୪୦ଟି ସଂଶୋଧନକୁ କ୍ୟାବିନେଟ ଅନୁମୋଦନ କରିଛି। କେନ୍ଦ୍ର ସରକାର କୌଣସି ସମ୍ପତ୍ତିକୁ “ୱାକଫ ସମ୍ପତ୍ତି” କରିବା ଅଧିକାର ଥିବା ୱାକଫ ବୋର୍ଡର କ୍ଷମତାରେ ଅଙ୍କୁଶ ଲଗାଇବାକୁ ଚାହୁଁଥିବା ସୂଚନା ମିଳିଛି।

Advertisment

୪୦ ପ୍ରସ୍ତାବିତ ସଂଶୋଧନ ଅନୁଯାୟୀ, ୱାକଫ୍ ବୋର୍ଡ ଦ୍ୱାରା ସମ୍ପତ୍ତି ଉପରେ ଦିଆ ଯାଇଥିବା ଦାବିଗୁଡିକର ବାଧ୍ୟତାମୂଳକ ଯାଞ୍ଚ ହେବ। ୱାକଫ ବୋର୍ଡର ବିବାଦୀୟ ସମ୍ପତ୍ତି ପାଇଁ ବାଧ୍ୟତାମୂଳକ ଯାଞ୍ଚ ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ସୂତ୍ର ଅନୁଯାୟୀ ୱାକଫ ଆକ୍ଟରେ ସଂଶୋଧନ ପାଇଁ ଏକ ବିଲ୍ ଆସନ୍ତା ସପ୍ତାହରେ ସଂସଦରେ ଉପସ୍ଥାପିତ ହୋଇପାରେ।

ସୂତ୍ରରୁ ପ୍ରକାଶ ଯେ, ଅଗଷ୍ଟ ୫ରେ ସରକାର ସଂସଦରେ ୱାକଫ ଆକ୍ଟରେ ସଂଶୋଧନ ବିଲ୍ ଉପସ୍ଥାପନ କରିବାକୁ ଯୋଜନା କରୁଛନ୍ତି। ମୋଦି ସରକାରଙ୍କ ପାଇଁ ଅଗଷ୍ଟ ୫ ତାରିଖର ବିଶେଷ ମହତ୍ତ୍ୱ ରହିଛି। କାରଣ ୫ ଅଗଷ୍ଟ ୨୦୧୯ରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇବାକୁ ବିଲ୍ ସଂସଦରେ ଉପସ୍ଥାପିତ ହୋଇଥିଲା। ଏହା ପରେ, ୫ ଅଗଷ୍ଟ ୨୦୨୦ରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଭୂମି ପୂଜନ କରାଯାଇଥିଲା।

Advertisment

ୱାକଫ ବୋର୍ଡର ପ୍ରାୟ ୮.୭ ଲକ୍ଷ ସମ୍ପତ୍ତି ଅଛି। ଅର୍ଥାତ୍ ୱାକଫ ବୋର୍ଡର ସମ୍ପତ୍ତି ପ୍ରାୟ ୯.୪ ଲକ୍ଷ ଏକର। ୨୦୧୩ରେ, କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ମୌଳିକ ୱାକଫ ଆକ୍ଟରେ ସଂଶୋଧନ କରି ୱାକଫ ବୋର୍ଡକୁ ଅଧିକ କ୍ଷମତା ପ୍ରଦାନ କରିଥିଲେ।

୧୯୫୪ ମସିହାରେ, ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସରକାର ସମୟରେ ୱାକଫ ଆକ୍ଟ ପାରିତ ହୋଇଥିଲା, ଯାହା ପରେ ଏହାକୁ ସେଣ୍ଟ୍ରାଲାଇଜ୍ କରାଯାଇଥିଲା। ୱାକଫ୍ ଆକ୍ଟ ୧୯୫୪ ସମ୍ପତ୍ତିର ରକ୍ଷଣାବେକ୍ଷଣ ପାଇଁ କାର୍ଯ୍ୟ କରେ। ସେବେଠାରୁ ଏହାକୁ ଅନେକ ଥର ସଂଶୋଧନ କରାଯାଇଛି।

PM Modi Parliament Waqf Act Repeal Of Waqf Act
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe