Advertisment

ଆଜିଠୁ ଲାଗୁ ହେଲା ନୂଆ ଅପରାଧିକ ଆଇନ୍, ପ୍ରଥମ ମାମଲା ରୁଜୁ

ଆଜିଠୁ ସାରା ଦେଶରେ ଲାଗୁ ହୋଇଛି ନୂଆ ଭାରତୀୟ ନ୍ୟାୟ ସଂହିତା।  ପ୍ରଥମ FIR ଦିଲ୍ଲୀରେ ଆଜି ସକାଳେ ରୁଜୁ ହୋଇଛି।

ଅଦ୍ୟତନ ହୋଇଛି
Image

Image

Advertisment

ଆଜିଠୁ ସାରା ଦେଶରେ ଲାଗୁ ହୋଇଛି ନୂଆ ଭାରତୀୟ ନ୍ୟାୟ ସଂହିତା। ଏଥିସହିତ ଉଚ୍ଛେଦ ହୋଇଛି ୧୮୬୦ ମସିହାରୁ ଚାଲିଆସୁଥିବା ବ୍ରିଟିଶ ନିୟମ। ଫଳରେ ପ୍ରାୟ ଦେଢ଼ ଶହ ବର୍ଷ ଧରି ସମଗ୍ର ଦେଶରେ ଲାଗୁ ହୋଇ ଆସୁଥିବା ଇଂରେଜ ଅମଳର ଏହି ପୁଲିସ ଆଇନ ଆଜି ଇତିହାସ ପାଲଟି ଯାଇଛି । 

Advertisment

ଭାରତୀୟ ନ୍ୟାୟ ସଂହିତାରେ ପ୍ରଥମ FIR ଆଜି ସକାଳେ ଦିଲ୍ଲୀରେ ରୁଜୁ ହୋଇଛି।  ଦିଲ୍ଲୀ କମଳା ମାର୍କେଟ ଥାନାରେ ଜଣେ ଭେଣ୍ଡର ବିରୋଧରେ ମାମଲା ହୋଇଛି।  ଏକ ଫୁଟ୍‌ ଓଭର ବ୍ରିଜ ଅବରୋଧ ଅଭିଯୋଗରେ ଏହି ମାମଲା ରୁଜୁ ହୋଇଛି।

ନୂଆ ନିୟମ ଅନୁସାରେ ଦେଶରୁ ହଟିବ ‘କ୍ରିମିନାଲ୍ ପ୍ରୋସିଜିଓର କୋଡ୍’-CrPC, ଇଣ୍ଡିଆନ୍ ପେନାଲ୍ କୋଡ୍- IPC ଏବଂ ଏଭିଡ଼େନ୍ସ ଆକ୍ଟ। ଇଣ୍ଡିଆନ୍ ପେନାଲ୍ କୋଡ୍ ’ ପରିବର୍ତ୍ତେ ଆସିବ ‘ଭାରତୀୟ ନ୍ୟାୟ ସଂହିତା’,। ‘କ୍ରିମିନାଲ୍ ପ୍ରୋସିଜିଓର କୋଡ୍’ ପରିବର୍ତ୍ତେ ଆସିବ ‘ଭାରତୀୟ ନାଗରିକ ସୁରକ୍ଷା ସଂହିତା’ ଏବଂ ‘ଇଣ୍ଡିଆନ୍ ଏଭିଡେନ୍ସ୍ ଆକ୍ଟ’ ପରିବର୍ତ୍ତେ ଆସିବ ‘ଭାରତୀୟ ସାକ୍ଷ୍ୟ ଅଧିନିୟମ’।

Advertisment

ନୂଆ ଆଇନରେ ଏକ ଆଧୁନିକ ନ୍ୟାୟ ବ୍ୟବସ୍ଥା ଅଣାଯିବ, ଯେଉଁଥିରେ ଜିରୋ ଏଫ୍‌ଆଇଆର୍‌, ପୁଲିସ ଅଭିଯୋଗର ଅନଲାଇନ ପଞ୍ଜୀକରଣ, ଏସ୍‌ଏମ୍‌ଏସ୍‌ ଭଳି ବୈଦ୍ୟୁତିକ ମାଧ୍ୟମରେ ସମନ ଏବଂ ସମସ୍ତ ଜଘନ୍ୟ ଅପରାଧ ପାଇଁ ଆପରାଧିକ ଦୃଶ୍ୟର ବାଧ୍ୟତାମୂଳକ ଭିଡିଓଗ୍ରାଫି ଭଳି ବ୍ୟବସ୍ଥା ଅନ୍ତର୍ଭୁକ୍ତ ହେବ।

ଚଳିତ ବର୍ଷ ଜାନୁଆରିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ତିନୋଟି ଆପରାଧିକ ଆଇନ ପ୍ରଣୟନ ଆପରାଧିକ ନ୍ୟାୟ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ। ନୂଆ ଆପରାଧିକ ଆଇନ ‘ପ୍ରଥମେ ନାଗରିକ, ପ୍ରଥମେ ସମ୍ମାନ ଓ ପ୍ରଥମେ ନ୍ୟାୟ’ ଭାବନାରେ ପ୍ରସ୍ତୁତ କରାଯାଇଛି ଏବଂ ପୁଲିସକୁ ଏବେ ‘ଲାଠି’ ପରିବର୍ତ୍ତେ ‘ଡାଟା’ ସହିତ କାମ କରିବାକୁ ପଡ଼ିବ ବୋଲି ସେ କହିଥିଲେ।

ନୂଆ ଆପରାଧିକ ଆଇନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରଠାରୁ ଗୃହ ମନ୍ତ୍ରଣାଳୟ ପୁଲିସ, ଜେଲ, ପ୍ରସିକ୍ୟୁଟର, ନ୍ୟାୟିକ, ଫରେନସିକ୍ କର୍ମଚାରୀ ଓ ସାଧାରଣ ଜନତାଙ୍କ ସମେତ ସମସ୍ତ ଅଂଶୀଦାରଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ବିଭିନ୍ନ ପଦକ୍ଷେପ ନେବା ଆରମ୍ଭ ହୋଇଥିଲା। ଆଜିଠାରୁ ଆଇନ ଲାଗୁ ହେଉଥିବାରୁ ଏଥିପାଇଁ ସରକାର ବ୍ୟାପକ ପ୍ରସ୍ତୁତି କରିଛନ୍ତି। 

Delhi New Criminal Laws
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe