Advertisment

ଗୃହରେ ହଙ୍ଗାମା କରୁଥିଲେ, ନିଲମ୍ବିତ ହେଲେ ଟିଏମସି ଏମ୍‌ପି

ଉଭୟ ରାଜ୍ୟସଭା ଓ ଲୋକସଭାରେ ବିରୋଧୀ ପ୍ରବଳ ହଟ୍ଟଗୋଳ, ନାରାବାଜି କରୁଥିବାରୁ ଉଭୟ ଗୃହକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ କରି ଦିଆଯାଇଛି।

author-image
Niharika Rout
ଅଦ୍ୟତନ ହୋଇଛି
Rajya Sabha

Rajya Sabha

ଗତକାଲି ସଂସଦ ଭବନର ସୁରକ୍ଷାରେ ଦେଖାଦେଇଥିବା ବଡ଼ ଧରଣର ବିଭ୍ରାଟ ପାଇଁ ଆଜି ତାତିଛନ୍ତି ବିରୋଧୀ। ସଂସଦରେ ଦେଖିବାକୁ ମିଳିଛି ଜୋରଦାର ହଙ୍ଗାମା । ଫଳରେ ଉଭୟ ରାଜ୍ୟସଭା ଓ ଲୋକସଭା ରେ ବିରୋଧୀ ପ୍ରବଳ ହଟ୍ଟଗୋଳ, ନାରାବାଜି କରୁଥିବାରୁ ଉଭୟ ଗୃହକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ କରି ଦିଆଯାଇଛି। ଏହି ଘଟଣାକୁ ନେଇ ରାଜ୍ୟସଭାରେ ହଟ୍ଟଗୋଳ କରୁଥିବା ଟିଏମ୍‌ସି ସାଂସଦ ଡେରେକ ଓବ୍ରାଏନଙ୍କୁ ଗୃହରୁ ସସ୍‌ପେଣ୍ଡ କରାଯାଇଛି। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ ତୁରନ୍ତ ଗୃହ ଛାଡ଼ି ଚାଲିଯିବାକୁ ଡେରେକଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି।

Advertisment

ସଂସଦ ଭବନର ସୁରକ୍ଷାରେ ତ୍ରୁଟିକୁ ନେଇ ସାଂସଦ ଡେରେକ ଓବ୍ରାଏନ ଆଜି ରାଜ୍ୟସଭା ମଝିକୁ ଚାଲି ଆସି ନାରାବାଜି କରିବା ସହ ହଟ୍ଟଗୋଳ ବି କରିଥିଲେ। ଫଳରେ ଗୃହ କାର୍ଯ୍ୟ ବାଧିତ ହୋଇଥିଲା। ତେଣୁ ଗୃହରେ ଅପମାନଜନକ ବ୍ୟବହାର ପ୍ରଦର୍ଶନ ପାଇଁ ଡେରେକଙ୍କୁ ଚଳିତ ଶୀତକାଳୀନ ଅଧିବେଶନର ଶେଷ ପର୍ଯ୍ୟନ୍ତ ନିଲମ୍ବିତ କରାଯିବା ନେଇ ପ୍ରସ୍ତାବ ପାରିତ ହୋଇଥିଲା। ସଦନର କାର୍ଯ୍ୟକୁ ବାଧା ପହଞ୍ଚାଇଥବା ଅଭିଯୋଗରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତେଣୁ ଅଧିବେଶନର ଅବଶିଷ୍ଟ ସେସନରୁ ତାଙ୍କୁ ନିଲମ୍ବିତ କରାଯାଇଛି।

ଅପରପକ୍ଷେ, ଏହି ଘଟଣାକୁ ନେଇ ବିପକ୍ଷ ଗୃହରେ ଅରାଜକତା ସୃଷ୍ଟି କରୁଥିବା ଲୋକସଭା ବାଚସ୍ପତି ଓମ ବିର୍ଲା ସୂଚନା ଦେଇଛନ୍ତି। ଏନେଇ ସେ କହିଛନ୍ତି, ଗତକାଲିର ତ୍ରୁଟି ହେଉଛି ଲୋକସଭା ସଚିବାଳୟର ଦାୟିତ୍ୱ । ଲୋକସଭା ଅଧ୍ୟକ୍ଷ ହିସାବରେ ଏହି ଘଟଣା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ମୁଁ ଆପଣମାନଙ୍କ ସହ ଆଲୋଚନା କରିବାକୁ ଚାହୁଁଛି। ଏହି ଘଟଣାରେ ସରକାରଙ୍କର କୌଣସି ସମ୍ପୃକ୍ତି ନାହିଁ। ସଚିବାଳୟ କାମରେ ସରକାର କେବେ ବି ହସ୍ତକ୍ଷେପ କରୁ ନ ଥିବା ବେଳେ ଏହା କରିବାକୁ ବି ଦିଆଯିବନି ବୋଲି ସେ ସଫା ସଫା ଶୁଣାଇ ଦେଇଛନ୍ତି।

Advertisment

ସଂସଦ ଭବନରେ ସୁରକ୍ଷା ଭଙ୍ଗ ଘଟଣାକୁ ନେଇ ସମଗ୍ର ଦେଇରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ସୁରକ୍ଷା ଦାୟିତ୍ୱରେ ଥିବା ୮ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି।  ଆଜି ୮ ଜଣ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ଲୋକସଭା ସଚିବାଳୟ। ଗତକାଲି ଭିଜିଟର୍ସ ପାସ୍‌ ଦେଖାଇ ଦୁଇ ଯୁବକ ସଂସଦ ଭବନକୁ ପଶି ଗ୍ୟାସ୍ ସ୍ପ୍ରେ କରିଥିଲେ। ଏହାପରେ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଭିଜିଟର୍ସ ପାସ୍‌କୁ ବନ୍ଦ କରି ଦିଆଯାଇଛି।  

Parliament New Parliament Building Parliament Session