Advertisment

ନୈନିତାଲରେ ଜୋଶୀମଠ ପରିସ୍ଥିତି, ଦବୁଛି ରାସ୍ତାଘାଟ

୨୦୧୮ ଅଗଷ୍ଟରେ ମଲରୋଡ଼ରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇ ନିକଟରେ ଥିବା ହ୍ରଦକୁ ଭୁଶୁଡ଼ି ପଡ଼ିଥିଲା।

ଅଦ୍ୟତନ ହୋଇଛି
Nainital’s Mall Road

Nainital’s Mall Road

Advertisment

ଉତ୍ତରାଖଣ୍ଡର ଜୋଶୀମଠ ଭଳି  ହିମାଳୟ ପାଦ ଦେଶରେ ଥିବା ଅନେକ ସହର ଏବେ ବିପଦସଙ୍କୁଳ ଅବସ୍ଥାରେ ଅଛି। ରାଜ୍ୟର ଅନ୍ୟତମ ପ୍ରସିଦ୍ଧ  ପର୍ଯ୍ୟଟନସ୍ଥଳ ନୈନିତାଲର ଅବସ୍ଥା ଅତି ସାଂଘାତିକ ହେବାରେ ଲାଗିଛି।  ନୈନିତାଲର ମଲ ରୋଡ଼ର ଅବସ୍ଥା ଯେମିତି ଦବି ଦବି ଯାଉଛି ତାହା ଜିଲ୍ଲା ପ୍ରଶାସନ ପାଇଁ ଚାଲେଞ୍ଜ ହୋଇଛି। ନନିତାଲର ମଲ ରୋଡ଼ର ବିଭିନ୍ନ ସ୍ଥାନରେ ଫାଟ ଦେଖିବାକୁ ମିଳିଛି।  ସ୍ଥାନୀୟ ଜିଲ୍ଲା ପ୍ରଶାସନ ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତା ଉପରେ ସିମେଣ୍ଟ ପଲସ୍ତରା ପକାଇ ଫାଟ ଅଂଶକୁ ପୂରଣ କରାଯାଉଛି। ତେବେ ନନିତାଲରେ ମଲ ରୋର୍ଡ଼ରେ ଫାଟ ହେବା ଏବେକାର କଥା ନୁହଁ, ଅତୀତରେ ମଧ୍ୟ ଏହି ରାସ୍ତାର ହୋଟେଲ ମଲିତାଲ ଏରିଆରେ ରାସ୍ତାରେ ଫାଟ ସୃଷ୍ଟି ହୋଇଥିଲା। 

Advertisment

ବର୍ଷା ଦିନରେ ଉକ୍ତ ରାସ୍ତା ଧୋଇଯାଇଥିବା ବେଳେ ପିଡବ୍ଲ୍ୟୁଡି  ପକ୍ଷରୁ ଖାଲ ସ୍ଥାନରେ ବାଲି ଓ ମୋରମ ଦେଇ ପୂରଣ କରାଯାଇଥିଲା।  ୨୦୧୮ ଅଗଷ୍ଟରେ ମଲରୋଡ଼ରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇ ନିକଟରେ ଥିବା ହ୍ରଦକୁ ଭୁଶୁଡ଼ି ପଡ଼ିଥିଲା।  ଏବେ ଉକ୍ତ ରାସ୍ତାରେ ସମାନ ଚିତ୍ର ଆସିବାରେ ଲାଗିଲାଣି। ଏବେ ଉକ୍ତ ରାସ୍ତାରେ ୧୦ ଫୁଟ ଲମ୍ବ ଫୁଟ ଓସାରର ଫାଟ ହୋଇଥିବା ଜଣାପଡ଼ିଛି। ଏହାବ୍ୟତୀତ  ରାସ୍ତାର ଅନେକ ଛୋଟବଡ଼  ଫାଟ ନଜରକୁ ଆସିଛି। ପ୍ରଶାସନ  ପକ୍ଷରୁ ଏହି ସମସ୍ୟାକୁ ଗୁରୁତର ସହ ନିଆଯାଇଛି। ତେଣୁ ଫାଟ ଏରିଆରେ ଟୋଡ଼ଆଇ ପାଇଁ ଏକପକାର ଲିକୁଇଡ୍‌ ସହ ମାଟି ‌ଏବଂ ବାଲି ବ୍ୟବହାର କରାଯାଉଛି।

ଅନ୍ୟପଟେ କେବଳ ଜୋଶୀ ମଠ ନୁହେଁ ଉତ୍ତରାଖଣ୍ଡର ଅନ୍ୟ ୬ଟି ସହର ମଧ୍ୟ ଦବୁଥିବା ଜଣାପଡ଼ିଛି। ସାମରିକ ଓ ପ୍ରଶାସନିକ ଦୃଷ୍ଟିରୁ ଜୋଶୀ ମଠର ଗୁରୁତ୍ୱ ବେଶ୍‌ ଅଧିକ ରହିଛି। ଏଥିସହ ​ଜୋଶୀ ମଠ ସହର ଦେଇ ପ୍ରତିବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁ ବଦ୍ରିନାଥ ମନ୍ଦିରକୁ ଦର୍ଶନ ପାଇଁ ଯାଇଥାନ୍ତି। ତେବେ ଏହି ସହରରେ ବିଭିନ୍ନ ନଦୀବନ୍ଧ, ରାସ୍ତା, ରେଳପଥ ଆଦି ନିର୍ମାଣ କରାଯିବା ଫଳରେ ଏହାର ମାଟି ଦିନକୁ ଦିନ ଦବୁଥିବା କୁହାଯାଉଛି। ସେହିପରି ଏହି ସହରରେ ନିୟମ ଉଲ୍ଲଙ୍ଘନ କରି ଅନେକ ହୋଟେଲ୍‌ ଓ ଘର ନିର୍ମାଣ କରାଯାଇଥିବା ବେଳେ ମାତ୍ରାଧିକ ଜନସଂଖ୍ୟା ଯୋଗୁଁ ଏଠାକାର ପ୍ରାକୃତିକ ଭାରସାମ୍ୟ ଉପରେ କୁପ୍ରଭାବ ପଡୁଥିବା ବିଶେଷଜ୍ଞମାନେ କହିଛନ୍ତି। ଉତ୍ତରାଖଣ୍ଡର ତେହରି,  ଭାରତ-ଚାଇନା  ସୀମାରେ ଥିବା ମାନା, ଧରାଶୁ, ହର୍ଷିଲ, ପଥରଗଡ଼ରେ ଆଦି ଅଞ୍ଚଳରେ ସମାନ ପ୍ରକାର ଚିତ୍ର ଦେଖିବାକୁ  ମିଳୁଛି। ଉକ୍ତ ଅଞ୍ଚଳରେ  ଘରଦ୍ୱାରମାନଙ୍କରେ ଫାଟ ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି।

Advertisment
India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe