ଅଗ୍ନିପଥ ଯୋଜନାରେ ସେନାରେ ସାମିଲ ହେଲେ ରବି କିଶନଙ୍କ ଝିଅ

ସେନା ବାହିନୀକୁ ଅଧିକ ଫିଟ ଓ ଏଥିରେ ଯୁବବର୍ଗଙ୍କୁ ସାମିଲ କରିବା ପାଇଁ କେନ୍ଦ୍ର ସରକାର ଅଗ୍ନିପଥ ଯୋଜନା ଲାଗୁ କରିଥିଲେ। ଅଗ୍ନିବୀରମାନେ ୪ ବର୍ଷ ପାଇଁ ସେନା ବାହିନୀରେ କାମ କରିବା ପରେ ଅବସର ନେବାର ପ୍ରାବଧାନ ରହିଛି।

Defense

ରବି କିଶନ ଓ ଝିଅ ଈଶିତା

Hemant Lenka
  • Published: Thursday, 29 June 2023
  • , Updated: 29 June 2023, 03:38 PM IST

ଅଭିନେତାରୁ ନେତା ତଥା ବିଜେପି ସାଂସଦ ବନିଥିବା ରବି କିଶନଙ୍କ ଝିଅ ଈଶିତା ଶୁକ୍ଳା ଅଗ୍ନିପଥ ଯୋଜନାରେ ସେନା ବାହିନୀରେ ସାମିଲ ହୋଇଛନ୍ତି। ୨୧ ବର୍ଷୀୟ ଈଶିତା ପ୍ରତିରକ୍ଷା ଫୋର୍ସରେ ସାମିଲ ହେବାକୁ ଯାଉଥିବା ତାଙ୍କ ବାପା ରବି କିଶନ ହିଁ ସୂଚନା ଦେଇଛନ୍ତି।

ସେନା ବାହିନୀକୁ ଅଧିକ ଫିଟ ଓ ଏଥିରେ ଯୁବବର୍ଗଙ୍କୁ ସାମିଲ କରିବା ପାଇଁ କେନ୍ଦ୍ର ସରକାର ଅଗ୍ନିପଥ ଯୋଜନା ଲାଗୁ କରିଥିଲେ। ଅଗ୍ନିବୀରମାନେ ୪ ବର୍ଷ ପାଇଁ ସେନା ବାହିନୀରେ କାମ କରିବା ପରେ ଅବସର ନେବାର ପ୍ରାବଧାନ ରହିଛି। ଏହାକୁ ନେଇ ବିବାଦ ହୋଇଥିଲେ ମଧ୍ୟ ଯୋଜନା ଅଧୀନରେ ନିଯୁକ୍ତି ପ୍ରକ୍ରିୟାକୁ ଜାରି ରଖାଯାଇଛି।

ଏବେ ରବି କିଶନଙ୍କ ଝିଅ ଏହି ଯୋଜନା ଅଧୀନରେ ସେନାରେ ସାମିଲ ହୋଇଛନ୍ତି। ରବି କିଶନ ଏହି ଖବରକୁ ନିଜର ଅନୁଗାମୀଙ୍କୁ ଟ୍ୱିଟ କରି ସୂଚନା ଦେଇଛନ୍ତି। ୨୧ ବର୍ଷୀୟ ଈଶିତା ଦିଲ୍ଲୀ ଡିରେକ୍ଟୋରେଟ ଅନ୍ତର୍ଗତ ୭ ଗାର୍ଲ ବାଟାଲିୟନର କ୍ୟାଡର ବୋଲି ମଧ୍ୟ ରବି କିଶନ କହିଛନ୍ତି।

ଈଶିତା ସେନାରେ ସାମିଲ ହେବାକୁ ଯାଉଥିବାରୁ ତାଙ୍କୁ ଅଭିନେତା ଅନୁପମ ଖେର ଶୁଭେଚ୍ଛା ଜଣାଇବା ସହ ଏପରି ପଦକ୍ଷେପ ଦେଶର ଝିଅମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି। ସାଧାରଣ ଲୋକମାନେ ମଧ୍ୟ ଈଶିତାଙ୍କୁ ପ୍ରଶଂସା କରିଛନ୍ତି। ସେ ଜଣେ ଷ୍ଟାର କିଡ୍‌ ହୋଇଥିଲେ ହେଁ ନିଜ ପାଇଁ ଭିନ୍ନ କ୍ଷେତ୍ର ବାଛି ଥିବାରୁ ସମସ୍ତେ ଏହାକୁ ସାଧୁବାଦ ଜଣାଇଛନ୍ତି।

Related story