Advertisment

ନିଜ ନିଷ୍ପତ୍ତିରେ ଅଟଳ ଶରଦ ପାୱାର, କାଲି ସୁଦ୍ଧା ଏନସିପି ପାଇବ ନୂତନ ସଭାପତି

ଦଳୀୟ କର୍ମୀଙ୍କ ଶତ ଚେଷ୍ଟା ସତ୍ତ୍ୱେ ପୁଣି ଥରେ ସେ ଦଳର ସଭାପତି ଦାୟିତ୍ୱ ତୁଲାଇବାକୁ ଅମଙ୍ଗ ଶରଦ ପାୱାର। ଦଳର ନୂତନ ସଭାପତି ବାଛିବାକୁ ଏକ କମିଟି ମଧ୍ୟ ସେ ଗଠନ କରିଛନ୍ତି।

ଅଦ୍ୟତନ ହୋଇଛି
Sharad Pawar

Sharad Pawar

Advertisment

ନିଜ ଇସ୍ତଫା ନିଷ୍ପତ୍ତିରେ ଅଟଳ ରହିଲେ ଏନସିପି ସଭାପତି ଶରଦ ପାୱାର । ଦଳୀୟ କର୍ମୀଙ୍କ ଶତ ଚେଷ୍ଟା ସତ୍ତ୍ୱେ ପୁଣି ଥରେ ସେ ଦଳର ସଭାପତି ଦାୟିତ୍ୱ ତୁଲାଇବାକୁ ଅମଙ୍ଗ। ଏଥିସହ ଦଳର ନୂତନ ସଭାପତି ବାଛିବାକୁ ଏକ କମିଟି ଗଠନ କରିଥିବା ଘୋଷଣା କରିଛନ୍ତି। ଏହି କମିଟି ଆସନ୍ତା କାଲି ସୁଦ୍ଧା ନିଜ ନିଷ୍ପତ୍ତି ଜଣାଇବ । ଫଳରେ ଆସନ୍ତା କାଲି ଶରଦ ପାୱାରଙ୍କ ଉତ୍ତରାଧିକାରୀ ପାଇବ ଏନସିପି ।

Advertisment

ନିଜ ଇସ୍ତଫା ଦେବା ସମ୍ପର୍କରେ ମୁହଁ ଖୋଲି ଶରଦ ପାୱାର କହିଛନ୍ତି, ମୁଁ ଇସ୍ତଫା ସମ୍ପର୍କରେ କାହା ସହ ଆଲୋଚନା କରିନି ବୋଲି ଦଳୀୟ କର୍ମୀ ଅଭିଯୋଗ କରୁଛନ୍ତି। ହେଲେ ଯେଉଁଠାରୁ ନକରାତ୍ମକ ଉତ୍ତର ମିଳିବ ବୋଲି ଜାଣିଛି, ସେଠାରେ ଜଣାଇ କିଛି ଫାଇଦା ମିଳିବ ନାହିଁ ବୋଲି ଜାଣିଥିଲି। ତେଣୁ ଏ ସମ୍ପର୍କରେ ପୂର୍ବରୁ କାହାକୁ ଜଣାଇ ନ ଥିଲି। ଗତକାଲି କିଛି ଦଳୀୟ କର୍ମୀଙ୍କ ସହ ଆଲୋଚନା ବେଳେ ଏପରି ଉତ୍ତର ରଖିଛନ୍ତି ଶରଦ ପାୱାର । ନିଜ ଦଳ ମୁଖିଆଙ୍କ ଏପରି ନିଷ୍ପତ୍ତି ଶୁଣି ଦଳୀୟ କର୍ମୀଙ୍କ ଆଖିରେ ଲୁହ ଆସି ଯାଇଥିଲା।

ଏନସିପିର ୧୮ ଜଣ ବରିଷ୍ଠ ନେତାଙ୍କୁ ନେଇ ଗଠିତ କମିଟି ଶରଦ ପାୱାର ଙ୍କ ଉତ୍ତରାଧିକାରୀ ବାଛିବ । ତେଣୁ ତାଙ୍କ ଇସ୍ତଫା ଦାବି କରି ଆଉ ବିକ୍ଷୋଭ ପ୍ରଦର୍ଶନ ନ କରିବାକୁ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ଶରଦ ପାୱାର ।

Advertisment

ପାର୍ଟିର ସଭାପତି ପଦରୁ ଇସ୍ତଫା ଦେଲେ ବି ରାଜ୍ୟର ଦଳିତ, ଆଦିବାସୀ, ମହିଳା ଓ ଶିଶୁଙ୍କ ଅଧିକାର ପାଇଁ ଲଢ଼େଇ ଜାରି ରଖିବେ ବୋଲି କହିଛନ୍ତି ଏହି ବର୍ଷିୟାନ ଏନସିପି ନେତା। ଏଥିସହ ଦଳୀୟ କର୍ମଙ୍କ ସହ ସବୁବେଳେ ଛିଡ଼ା ହେବି ବୋଲି ମଧ୍ୟ ସେ ଆଶ୍ୱାସନା ଦେଇଛନ୍ତି ।

ଗତ ମଙ୍ଗଳବାର ହଠାତ୍‌ ଏକ କାର୍ଯ୍ୟକ୍ରମରେ ଶରଦ ପାୱାର ସଭାପତି ଛାଡ଼ିବା ନେଇ ଘୋଷଣା କରିଥିଲେ। ଏହା ସହିତ ସେ ଆଗାମୀ ରଣନୀତି ପାଇଁ ବରିଷ୍ଠ ନେତାଙ୍କ ଏକ ପ୍ୟାନେଲ୍ ଗଠନ କରିବାକୁ ଘୋଷଣା କରିଥିଲେ। ତେବେ ଏପରି ନିଷ୍ପତ୍ତି ଅପ୍ରତ୍ୟାଶିତ ଥିବାରୁ ତାଙ୍କ ସମର୍ଥକ ଓ ବରିଷ୍ଠ ନେତାମାନେ ସହଜରେ ଏହାକୁ ଗ୍ରହଣ କରିପାରି ନ ଥିଲେ। ଇସ୍ତଫା ସମ୍ପର୍କରେ ଘୋଷଣା କରିବା ମାତ୍ରେ ପାୱାରଙ୍କ ସମର୍ଥକମାନେ ତାଙ୍କୁ ଘେରି ଯାଇ କାନ୍ଦିବା ସହ ହାତ ଯୋଡ଼ି ନିଷ୍ପତ୍ତି ବଦଳାଇବାକୁ ଅନୁରୋଧ କରିଥିଲେ। ତଥାପି ଶରଦ ପାୱାର ସେମାନଙ୍କ କଥା ଶୁଣି ନ ଥିବା ବେଳେ ନିଜ ଇସ୍ତଫା ନିଷ୍ପତ୍ତରେ କାଏମ ରହିଛନ୍ତି ।

ଶରପ ପାୱାରଙ୍କ ଇସ୍ତଫା ସମ୍ପର୍କରେ ସଭାମଞ୍ଚରେ ଶୁଣି ସମସ୍ତେ ହତବାକ ହୋଇ ଯାଇଥିବା ବେଳେ ଏନେଇ କିନ୍ତୁ ତାଙ୍କ ପରିବାର ଲୋକେ ଜାଣିଥିବା ଅନୁମାନ କରାଯାଉଛି। କାରଣ ଉକ୍ତ ସଭାମଞ୍ଚରେ ଶରଦ ପାୱାରଙ୍କ ସହ ତାଙ୍କ ପତ୍ନୀ ପ୍ରତିଭା ପାୱାର , ଝିଅ ସୁପ୍ରିୟା ସୁଲେ ଓ ଜ୍ୱାଇଁ ଉପସ୍ଥିତ ଥିଲେ। ଏହାବାଦ ଶରଦ ପାୱାର ଯେଉଁ ଭାଷଣ ସଭାରେ ପଢ଼ିଲେ, ତାହାକୁ ତାଙ୍କ ଝିଅ ଲେଖିଥିଲେ ବୋଲି ଜଣାଯାଇଛି ।

ଅପରପକ୍ଷେ, ଶରଦ ପାୱାରଙ୍କ ଇସ୍ତଫାର କିଛି ଦିନ ପୂର୍ବରୁ ସୁପ୍ରିୟା ସୁଲେ ଗଣମାଧ୍ୟମ ସମ୍ମୁଖରେ ଏକ ଚାଞ୍ଚଲ୍ୟକର ବୟାନ ଦେଇଥିଲେ। ଆସନ୍ତା ୧୫ ଦିନରେ ଦିଲ୍ଲୀ ଓ ମହାରାଷ୍ଟ୍ର ରାଜନୀତିରେ ଏକ ବଡ଼ ହଟଚମଟ ହେବ ବୋଲି ସେ କହିଥିଲେ। ଏହାପରେ ଶରଦ ପାୱାର ନିଜ ଇସ୍ତଫା ବିଷୟରେ ଘୋଷଣା କରିଥିଲେ । ତେବେ ଏବେ କିଏ ଏନସିପି ମଙ୍ଗ ଧରୁଛି, କାହାକୁ ନେତା ରୂପେ ବାଛିବ କମିଟି ତାହା ଉପରେ ସମସ୍ତଙ୍କ ନଜର ।

Sarad Power NCP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe